ETV Bharat / bharat

ଦାୟିତ୍ବ ନେଲେ ସରକାର, ମହାରାଷ୍ଟ୍ରରୁ ହଟିଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ରରେ ନୂତନ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟରୁ ରାଷ୍ଟ୍ରପତି ଶାସନକୁ ହଟାଇ ଦିଆଯାଇଛି। ଏନେଇ ଏକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି। ଅଧିକ ଖବର ପଢନ୍ତୁ...

author img

By

Published : Nov 23, 2019, 10:42 AM IST

ଦାୟିତ୍ବ ନେଲେ ସରକାର, ମହାରାଷ୍ଟ୍ରରୁ ହଟିଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ: ପ୍ରାୟ 30 ଦିନର ରାଷ୍ଟ୍ରପତିଙ୍କ ଶାସନାଧିନ ରହିବା ପରେ ରାଜ୍ୟକୁ ମିଳିଲା ନୂତନ ସରକାର। ଏନେଇ ରାଜ୍ୟରେ ପୂ୍ର୍ବରୁ ଜାରି ହୋଇଥିବା ରାଷ୍ଟ୍ରପତି ଶାସନକୁ ନୂଆ ସରକାର ଗଠନ ପରେ ଶନିବାର ଉଠାଇ ଦିଆଯାଇଛି।

''ସମ୍ବିଧାନର ଅଧିନିୟମ (2) ଅନର୍ଗତ ଧାରା 356 ଅନୁଯାଇ ଜାରି ହୋଇଥିବା ଶାସନକୁ ମୁଁ ରାମନାଥ କୋବିନ୍ଦ ଭାରତର ରାଷ୍ଟ୍ରପତି ଉଠାଇ ନେଉଛି। " ନଭେମ୍ବର 23,2019 ପର୍ଯ୍ୟନ୍ତ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ଶନିବାର ଉଠାଇ ଦିଆଯାଇ ଥିବା ନେଇ ରାଷ୍ଟ୍ରପତିଙ୍କ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି।

Ramnath kovind

ଗତକାଲିର ରାତି ଅଧିଆ ବୈଠକ ପରେ ଆଜି ସକାଳେ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଫଡନାଭିସ ଦ୍ବିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଆଜି ରାଜଭବନରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

Intro:Body:

ss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.