ETV Bharat / bharat

ନର୍ମଦା କୂଳରେ ଅବିରତ ଶୁଭେ ରାମଧୁନ, ଜାଣନ୍ତୁ କାରଣ..

author img

By

Published : Oct 23, 2019, 9:33 PM IST

ରାମଙ୍କ ଅବସ୍ଥିତି ଓ ତାଙ୍କର ଅଲୌକିକ କାର୍ଯ୍ୟ ସମ୍ପର୍କରେ ପୌରାଣିକ ପୃଷ୍ଠାରୁ ଅନେକ କିଛି ଶୁଣିବାକୁ ମିଳିଥାଏ । ତେବେ ଏହି ବନବାସ ସମୟରେ ମଧ୍ୟପ୍ରଦେଶର ଅନେକ ସ୍ଥାନ ଦେଇ ପ୍ରଭୁ ଶ୍ରୀ ରାମ ଯାଇଥିବା ବାଲ୍ମିକୀ ପୁରାଣରୁ ଜଣାପଡ଼େ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଳ: ମଧ୍ୟପ୍ରଦେଶର ହୋସାଙ୍ଗାବାଦରେ ରହିଛି ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର । ଏହି ମନ୍ଦିରରେ ଅନବରତ ଶୁଣିବାକୁ ମିଳିଥାଏ ରାମଧୁନ । ଏହା ସହିତ ମନ୍ଦିରର ଘଣ୍ଟଗୁଡ଼ିକ ମଧ୍ୟ ଆପେଆପେ ବାଜୁଥିବାର ଦେଖିବାକୁ ମିଳିଥାଏ । ମନ୍ଦିରଟି ହୋସାଙ୍ଗାବାଦ ଦେଇ ପ୍ରବାହିତ ନର୍ମଦା ଏବଂ ଦୁଧି ନଦୀର ମଧ୍ୟବର୍ତ୍ତି ଅଞ୍ଚଳରେ ରହିଛି ।

ତେବେ ବାଲ୍ମିକୀ ପୁରାଣ ଅନୁଯାୟୀ ମଧ୍ୟପ୍ରଦେଶ ସହିତ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଙ୍କର ଅନେକ ସମ୍ପର୍କ ରହିଥିବା ଜଣାପଡ଼େ । ବନବାସ ଯିବା ସମୟରେ ମଧ୍ୟପ୍ରଦେଶର ଅନେକ ସ୍ଥାନ ଦେଇ ସେ ଗସ୍ତ କରିଥିବା ସମ୍ପର୍କରେ ସୂଚନା ମିଳିଥାଏ । ତେବେ ବନବାସ ଯିବା ସମୟରେ ମର୍ଯ୍ୟାଦାପୁରୁଷ ଶ୍ରୀ ରାମ ମଧ୍ୟପ୍ରଦେଶର ହୋସାଙ୍ଗାବାଦରେ କିଛି ସମୟ ବିଶ୍ରାମ ନେଇଥିଲେ । ଆଜି ମଧ୍ୟ ତାଙ୍କର ଏହି ପାଦ ଚିହ୍ନ ଦେଖିବାକୁ ମିଳିଥାଏ ।

ଏହି ଚରଣ ଦର୍ଶନ ପାଇଁ ରାଜ୍ୟ ତଥା ଦେଶର କୋଣଅନୁକୋଣରୁ ଭକ୍ତମାନେ ଏଠାକୁ ଆସିଥାନ୍ତି । ଏପରିକି ଏଠାକୁ ଆସୁଥିବା ଭକ୍ତମାନେ ରାମଙ୍କ ଧୁନ ମଧ୍ୟ ଗାନ କରୁଥିବାର ଦେଖିବାକୁ ମିଳିଥାଏ । ତେବେ ଦୀର୍ଘ ବର୍ଷ ଧରି ଏଠାରେ ଏହି ଭଳି ପରିବେଶ ଦେଖିବାକୁ ମିଳିଥାଏ । ଉଭୟ ନଦୀର ମଧ୍ୟବର୍ତ୍ତିରେ ଥିବା ପାସୀଘାଟର ଚାରିପାର୍ଶ୍ବରେ ଏହି ଧୁନ ଗୁଞ୍ଜରିତ ହୋଇଥାଏ ।

ସେପଟେ ମନ୍ଦିରର ଇତିହାସ ପୃଷ୍ଠାକୁ ଖେଳାଇଲେ 3 ଦଶନ୍ଧି ତଳୁ ଏହି ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥାଏ । ମହନ୍ତ ରାମଦାସ ତ୍ୟାଗୀ ଏହାର ଆରମ୍ଭ କରିଥିବା ସୂଚନା ମିଳିଥାଏ । ନର୍ମଦାରେ ଆସିଥିବା ଭୟଙ୍କର ବନ୍ୟା ସମୟରେ ମଧ୍ୟ ରାମଦାସ ଡଙ୍ଗାରେ ବସି ଏହି ଭଜନକୀର୍ତ୍ତନ ଚଳାଇଥିବା ଜଣାପଡ଼େ । ଏନେଇ ସ୍ଥାନୀୟ ଲୋକମାନେ କୁହନ୍ତି, ବନବାସ ସମୟରେ ରାମଚନ୍ଦ୍ର ଏଠାରେ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ । ଏ ସମ୍ପର୍କରେ ମହନ୍ତ ରାମଦାସଙ୍କୁ ସୂଚନା ମିଳିବା ପରେ ଏଠାରେ ତାଙ୍କର ଆରାଧନା ପାଇଁ ଏହି ରାମଧୁନ ଗାନ ଆରମ୍ଭ କରିଦେଇଥିଲେ ।

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସ ସମୟରେ ମଧ୍ୟପ୍ରଦେଶରେ ଅଧିକ ସମୟ ବିତାଇଥିଲେ । ରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଏବଂ ପତ୍ନୀ ସୀତାଙ୍କ ସହିତ ସେ ଏହି ପାସୀଘାଟ ଦେଇ ନିଜ ଲକ୍ଷ୍ୟ ପଥରେ ଆଗେଇ ଯାଇଥିବା ଜଣାପଡ଼େ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.