ETV Bharat / bharat

ମେ 23କୁ ମୋଦି ଦିବସ ଭାବେ ପାଳନ କରାଯାଉ: ବାବା ରାମଦେବ

ମେ 23 ତାରିଖକୁ ମୋଦି ଦିବସ ଭାବେ ପାଳନ କରିବା ପାଇଁ ବାବା ରାମଦେବଙ୍କ ଦାବି । ରାଜନୀତିରେ ଏହି ଦିନଟି ଖୁବ ସ୍ମରଣୀୟ । କାରଣ ଅନ୍ୟ ଦଳକୁ ମାତ ଦେଇ ସବୁ ଆସନ ପୋଛି ନେଇଛି ବିଜେପି । ଆଉ ଦ୍ବିତୀୟ ଥର ପାଇଁ ମୋଦି ପୁଣି ଅକ୍ତିଆର କରିଛନ୍ତି ପ୍ରଧାନମନ୍ତ୍ରୀ ଆସନ।

author img

By

Published : May 27, 2019, 9:54 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଯୋଗଗୁରୁ ବାବା ରାମଦେବ । ମେ 23 ତାରିଖକୁ ମୋଦି ଦିବସ ଭାବେ ପାଳନ କରିବା ପାଇଁ କହିଲେ ବାବା । କାହିଁକି ନା ଲୋକସଭା ନିର୍ବାଚନର ଫଳାଫଳ ଏହି ଦିନରେ ଆସିଥିଲା । ଆଉ ସବୁ ଆସନ ପୋଛି ନେଇଥିଲା ମୋଦିଙ୍କ ଦଳ ଅର୍ଥାତ ବିଜେପି ।

ବିଜେପିର ଏହି ବିଜୟ ଐତିହାସିକ ବୋଲି କହିଛନ୍ତି ବାବା ରାମଦେବ । ତେଣୁ ଏହାକୁ ସବୁଦିନ ମନେ ରଖିବା ପାଇଁ ମୋଦି ଦିବସ ଭାବେ ପାଳନ କରିବା ପାଇଁ ଦାବି କରିଛନ୍ତି । ରାମଦେବ କହିଛନ୍ତି ,ଭାରତୀୟ ରାଜନୀତିରେ ଏହି ଦିନକୁ ମନେ ରଖିବା ପାଇଁ ମୋଦି ଦିବସ ପାଳନ କରାଯାଉ ବୋଲି ମୁଁ ଚାହେଁ ।

ଲୋକତନ୍ତ୍ରରେ ଲୋକଙ୍କ ବିଶ୍ବାସର ଦିନ ମେ 23 । ମୋଦିଙ୍କ ଉପରେ ରହିଛି ଭଗବାନଙ୍କର ଅଶେଷ କୃପା । ପତଞ୍ଜଳୀର ମିଲ୍କ ପ୍ରଡକ୍ଟ ଲଞ୍ଚ ସମୟରେ ସାମ୍ବାଦିକ ସମ୍ମିଳନୀରେ ଏହି ମନ୍ତବ୍ୟ ଦେଇଛନ୍ତି ବାବା ରାମଦେବ ।

ଭୁବନେଶ୍ୱର - କଟକ ରାସ୍ତାର ଓଭର ବ୍ରିଜ ରେ ରହିବ ରୋଡ଼ ବ୍ୟାରିଅର୍।

ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥ ଓଭର ବ୍ରିଜ ରେ ଦୃଘଟାନା ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି କରିବ। ମାତ୍ରାଧିକ ବେଗ ରୋକିବାକୁ ରାସ୍ତା କଡ଼ରେ ଲାଗିବ ଇଣ୍ଟରସେପଟର। ଏବଂ ଭୁବନେଶ୍ୱର କଟକ ଓଭର ବ୍ରିଜ ରେ ରହିବ ରୋଡ଼ ବ୍ୟାରୀୟର। ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଆର ଟି ଓ ଙ୍କ ସହ ବୈଠକ କରି ବେଗ ରୋକିବାକୁ ନିଆଯିବ ପଦକ୍ଷେପ। ସପ୍ତାହକ ମଧ୍ୟରେ 5 ଜଣ ବାଇକ୍ ଆରୋହୀଂକ ମୃତ୍ୟୁ ହୋଇଛି। ରସୁଲଗଡ଼ ଠାରୁ ଆରମ୍ଭ କରି ଖଣ୍ଡଗିରି ଯାଏଁ ପ୍ରାୟେକ ଦିନ ଦୁର୍ଘଟଣା ର ଶିକାର ହେଉଛନ୍ତି। ଏହି ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ଡିସିପି ଏବଂ ଟ୍ରାଫିକ ଏସପି ଙ୍କ ଆଲୋଚନା କରିଛନ୍ତି ପୋଲିସ କମିଶନର।

ରାଜଧାନୀ ରାସ୍ତାରେ ବାଇକ୍ ଆରୋହୀ ମାନେ ମନଇଛା ଦ୍ରୁତ ଗତି ରେ ଗାଡି ଚଳାଉଛନ୍ତି। ଟିକେ ଅନ୍ୟମନସ୍କ ହେଲେ ଜୀବନ ଯାଉଛି। ଏମିତି ସପ୍ତାହ ମଧ୍ୟରେ 5 ଜଣଙ୍କର ଜୀବନ ଗଲାଣି। ବାରମ୍ବାର ଦୃଘଟନା ଘଟିଥିବା ବେଳେ ନିଦ ହଜାଇଦେଇଛି କମିଶନରେଟ ପୋଲିସ ର। ଦୃଘଟାନାକୁ ରୋକିବା ପାଇଁ ପୋଲିସ କମିଶନର ଆଲୋଚନା କରିଛନ୍ତି ଟ୍ରାଫିକ ଡିସିପି ଓ ଏସିପି ସହ। ଦୀର୍ଘ ଦିନର ବ୍ୟବଧାନ ପରେ ଦିନ କୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା। 

ସୋମବାର ସକାଳ ସମୟରେ ଆଚାର୍ଯ୍ୟ ବିହାର ଓଭିର୍ ବ୍ରିଜି ଉପରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଘଟଣା ଏପରି ଭାବରେ ହୋଇଥିଲା ଯେ ଦୃର୍ଘଟାନା ଓଭର୍ ବ୍ରିଜ ତଳକୁ ଦୁଇ ଜଣ ଖସିପଡିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର କାରଣ ଦ୍ରୁତ ଗତି ରେ ଆସୁଥିବା ବେଳେ ଏପରି ଦ୍ରୁଘଟାନା ଘଟିଥିବା ର ଅନୁମାନ କରାଯାଉଛି। ମେ 25 ତାରିଖ ଶନିବାର ଅପରହ୍ନ 2 ଟା ସମୟରେ ଜାତୀୟ ରାଜପଥ ବରମୁଣ୍ଡା ଫାୟାର ଷ୍ଟେସନ ଓଭାର ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୃଘତନା ରେ 2 ଜଣ ଘଟଣା ସ୍ଥଳରେ ମୃତ୍ୟ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲ। 
ଏପରିକି ଅଧିକ ଦ୍ରୁତ ଗତି ରେ ସ୍କୁଟି ଚଳାଉଥିବା ବେଳେ ଭାର ସାମ୍ୟ ହରାଇବା ସହ ପଛରୁ ଆସୁଥିବା ଏକ କଦଳୀ ବୋଝେଇ ଟ୍ରକ ମାଡ଼ିଯାଇଥିଲା। ଏପରିକି ଶୁକ୍ରବାର ରାତି ରେ ନୟାପଲ୍ଲୀ ଓଭାର୍ ବ୍ରିଜ ଉପରେ  ଏକ ବାଉଁ ସ ବୋଜେଇ ଟ୍ରକ୍ ଧକା ରେ ଜଣେ ବାଇକ୍ ଆରୋହୀ ଙ୍କ ସହ ଧକା ହେବା ଫଳରେ ବାଇକ୍ ଆରୋହିଁ ଙ୍କ ର ମୃତ୍ୟୁ ଘଟିଥିଲା। ତେବେ ଏହାକୁ ରୋକିବା ଲାଗି କମିସନରେଟ ପକ୍ଷରୁ ପ୍ରୟାସ ଯାଇଛି। ଜାତୀୟ ରାଜପଥ ରେ ସ୍ପିଡ୍ କୁ ରୋକିବା ଲାଗି ବ୍ୟରିକେଟ ରହିବ। ଯାହା ଦ୍ଵାରା ସ୍ପୀଡ କମିବାରେ ସଫଳ ହେବ। ଏହାକୁ ନେଇ କମିଶନର ସତ୍ୟଜିତ ମହାନ୍ତି ଟ୍ରାଫିକ ଡିସିପି ଓ ଏସିପୀ ଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।
ତେବେ କଟକ ଓ ଭୁବନେଶ୍ବର ର ବିଭିନ୍ନ ସ୍ଥାନରେ ରହିଥିବା ବ୍ଲାକ ସ୍ପଟ୍ କୁ ଚିହ୍ନଟ କରିବା ପାଇଁ ଆସନ୍ତା 31 ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଉଭୟ ଡିସିପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର। ଏହା ଛଡା ଉଭୟ ଆର୍ ଟି ଓ ଙ୍କ ସହ ଆଲୋଚନା କରି ଜାତୀୟ ରାଜପଥ କୁ କିଭଳି ଦୁର୍ଘଟଣାକୁ ରୋକା ଯାଇପାରିବ ସେଥି ପ୍ରତି ନଜର ରହିବ ବୋଲି କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।
Byte- ସତ୍ୟଜିତ ମହାନ୍ତି ପୋଲିସ କମିଶନର
Byte and visual send mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.