ETV Bharat / bharat

ଜୁଲାଇ 18ରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ

author img

By

Published : Jul 4, 2020, 3:09 PM IST

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଜୁଲାଇ 18 ରେ ଅଯୋଧ୍ୟାରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ରାମ ଜନ୍ମଭୂମି
ରାମ ଜନ୍ମଭୂମି

ଲକ୍ଷ୍ନୌ: କୋରୋନା ମହାମାରୀ ମଧ୍ୟରେ ଆରମ୍ଭ ହୋଇପାରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଜୁଲାଇ 18ରେ ଅଯୋଧ୍ୟାରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଏହି ବୈଠକ ହେଉଥିବା ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଳ ଦାସଙ୍କ ମୁଖପାତ୍ର ମହନ୍ତ କମଲ ନୟନ ଦାସ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଥରେ ଅଯୋଧ୍ୟା ଗସ୍ତ କଲେ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବ ବୋଲି ସେ କହିଛନ୍ତି । ମହନ୍ତ କମଲ ନୟନ ଦାସ ଏନେଇ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀଙ୍କୁ ଅଯୋଧ୍ୟା ପରିଦର୍ଶନ କରିବା ଏବଂ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟର ଉଦଘାଟନ ପାଇଁ ଅନୁରୋଧ କରି ଚିଠି ଲେଖିଛୁ । ତିନି ମାସ ଧରି ଉକ୍ତ ସ୍ଥାନରେ ପୂଜା ଏବଂ ଅନ୍ୟାନ୍ୟ ରୀତିନୀତି ଚାଲିଆସୁଛି । ଆମେ କେବଳ ଚାହୁଁଛୁ ମୋଦି ଏଠାକୁ ଆସନ୍ତୁ । ସାମାଜିକ ଦୂରତ୍ବକୁ ବଜାୟ ରଖି ଭିଡ ନକରିବା ପାଇଁ ଆମେ ବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ବୁଧବାର ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଳ ଦାସ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.