ETV Bharat / bharat

28 ବର୍ଷ ପରେ ରାମଲାଲଙ୍କ ଦର୍ଶନ କଲେ ରାମ ମନ୍ଦିର ନ୍ୟାସ ଅଧ୍ୟକ୍ଷ

author img

By

Published : May 27, 2020, 10:21 AM IST

ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ମହନ୍ତ ନୃତ୍ୟ ଗୋପାଳ ଦାସ 1992 ମସିହାରୁ ରାମଲାଲାଙ୍କୁ ଦେଖିନାହାଁନ୍ତି ଏବଂ ସୋମବାର ମନ୍ଦିର କାର୍ଯ୍ୟ ଦେଖିବାକୁ ଆସିଛନ୍ତି । ଅଧିକ ପଢନ୍ତୁ...

ଦିର୍ଘ 28 ବର୍ଷ ପରେ ରାମଲାଲଙ୍କ ଦର୍ଶନ କଲେ ରାମ ମନ୍ଦିର ନ୍ୟାସ ଅଧ୍ୟକ୍ଷ

ଲକ୍ଷ୍ନୌ: ରାମ ମନ୍ଦିର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ସୋମବାର ଅଯୋଧ୍ୟାରେ ଥିବା ଏକ ଅସ୍ଥାୟୀ ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି । କୁହାଯାଉଛି ଯେ ମହନ୍ତ ନୃତ୍ୟ ଗୋପାଳ ଦାସ ପ୍ରାୟ 3 ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ରାମଲାଲାଙ୍କ ଦର୍ଶନ କରିଥିଲେ। ଗତବର୍ଷ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମନ୍ଦିର ନିର୍ମାଣ କିଛି ଦିନ ହେବ ଆରମ୍ଭ ହୋଇଛି।

ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମାର୍ଚ୍ଚରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଧାର୍ମିକ ନିୟମ ଦ୍ୱାରା ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ନିର୍ମାଣ ସ୍ଥାନର କାର୍ଯ୍ୟ ଆରମ୍ଭ କରିବା ପାଇଁ ମେ 11ରେ ମେସିନ ଲଗାଯାଇଥିଲା ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ବାବ୍ରି ମସଜିଦ ବିଧ୍ବଂସ ମାମଲାରେ ଜଣେ ଅଭିଯୁକ୍ତ । 1992ରେ ସେଠାରେ ରାମ ମନ୍ଦିର ଥିବା ଦାବି କରି ବାବ୍ରି ମସଜିଦ ଭଙ୍ଗାଯାଇଥିଲା ।

ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ମହନ୍ତ ନୃତ୍ୟ ଗୋପାଳ ଦାସ 1992 ମସିହାରୁ ରାମଲାଲାଙ୍କୁ ଦେଖିନାହାଁନ୍ତି ଏବଂ ସୋମବାର ମନ୍ଦିର କାର୍ଯ୍ୟଦେଖିବାକୁ ଆସିଛନ୍ତି ।

ମନ୍ଦିର ପରିସରର ଖନନ ସମୟରେ ଅନେକ କଳସ, ପଥର ସ୍ତମ୍ଭ ଏବଂ ଦେବତାମାନଙ୍କର ଖଣ୍ଡବିଖଣ୍ଡିତ ମୂର୍ତ୍ତି ମିଳିଥିଲା। ଏହା ବ୍ୟତୀତ ଅନ୍ୟ କିଛି ଜିନିଷ ମଧ୍ୟ ମାଟି ତଳେ ଦେଖିବାକୁ ମିଳିଛି, ଯାହା ସବୁ ହିନ୍ଦୁ ସଂସ୍କୃତି ସହିତ ଜଡିତ । 17 ବର୍ଷ ପରେ, ରାମ ଜନ୍ମଭୂମି ପରିସର ଖନନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.