ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କୁ ରାଜ୍ୟସଭାରେ ସାଂସଦଙ୍କ ଶ୍ରଦ୍ଧାଞ୍ଜଳି - ମୃତକଙ୍କୁ ରାଜ୍ୟସଭାରେ ସାଂସଦଙ୍କ ଶ୍ରଦ୍ଧାଞ୍ଜଳି

ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ମୃତ୍ୟୁବରଣ କରିଥିବା ମୃତକଙ୍କୁ ରାଜ୍ୟସଭା ସଦସ୍ୟମାନେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

Rajyasabha members pay tribute to victims of Uttarakhand glacier disaster
ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କୁ ରାଜ୍ୟସଭାରେ ସାଂସଦଙ୍କ ଶ୍ରଦ୍ଧାଞ୍ଜଳି
author img

By

Published : Feb 9, 2021, 1:55 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ରୈନିଠାରେ ବରଫ ଅତଡା ଧସିବା ଦ୍ବାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ପ୍ରାକୃତିକ ଦୁର୍ବିପାକରେ ମୃତ୍ୟବରଣ କରିଥିବା 28 ଜଣଙ୍କୁ ରାଜ୍ୟସଭାରେ ସାଂସଦମାନେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଦେଇ ନୀରବ ପ୍ରାର୍ଥନା କରିଛନ୍ତି ।

ଗତ ରବିବାର ସକାଳ 10 ଟା 55 ମିନିଟରେ ଚମୋଲି ଜିଲ୍ଲାର ରୈନିଠାରେ ଏକ ବିରାଟ ବରଫ ଖଣ୍ଡ ଖସିବା ଫଳରେ ହଠାତ ଜଳସ୍ତର ବଢିଯିବାରୁ ଧଉଳିଗଙ୍ଗା ଓ ଅଳକାନନ୍ଦ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ନଦୀକୂଳିଆଙ୍କୁ ସ୍ଥାନ ଖାଲି କରିବାକୁ ପ୍ରଶାସନ ପରାମର୍ଶ ଦେଇଥିଲା । ତେବେ ଏପର୍ଯ୍ୟନ୍ତ ଏହି ଭୟଙ୍କର ଦୁର୍ବିପାକରେ ପ୍ରାୟ 28 ଜଣ ମୃତ୍ୟୁବରଣ କରିଛନ୍ତି । ଏଥିଲାଗି ମଙ୍ଗଳବାର ରାଜ୍ୟସଭା ସଦସ୍ୟ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉତ୍ତରାଖଣ୍ଡରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ଥିବା ଟିମଙ୍କ ବିବରଣୀ ରାଜ୍ୟସଭାରେ ଦେଇଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଲାଗି ITBPର 450 ଜଣ ଯବାନ, 5ଟି NDRF ଟିମ, ଭାରତୀୟ ଆର୍ମିର 8ଟି ଟିମ, ଗୋଟିଏ ନୌସେନା ବାହିନୀ, 5ଟି IAF ହେଲିକପ୍ଟର ନିୟୋଜିତ ହୋଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.