ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଗୁରୁବାର ରାଜ୍ୟସଭାରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଅନେକ ଫ୍ଲେସିକ ଯୋଜନା ମଧ୍ୟରେ ଏସଏଚଜିଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଅନ୍ୟତମ । ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ଅଞ୍ଚଳରେ ବ୍ୟାଙ୍କ ଶାଖାର ବୃଦ୍ଧି ଆବଶ୍ୟକତା ଅଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ବୟର ଆବଶ୍ୟକତା ଅଛି ।
ଓଡିଶାର 70 ପ୍ରତିଶତ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ । ଗତ 3 ବର୍ଷରେ ମାତ୍ର 335 ନୂତନ ବ୍ୟାଙ୍କ ଶାଖା ଖୋଲା ଯାଇପାରିଛି । ରାଜ୍ୟରେ ମୋଟ 6798 ପଞ୍ଚାୟତରୁ କେବଳ 1875 ପଞ୍ଚାୟତରେ ବ୍ୟାଙ୍କ ଶାଖା ଅଛି । ଅର୍ଥାତ 4 ହଜାରରୁ ଉର୍ଦ୍ଧ୍ବ ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଶାଖା ଖୋଲାଯାଇପାରି ନାହିଁ । ଫଳରେ ଦେଶରେ କାମ କରୁଥିବା ସ୍ବୟଂ ସହାୟିକା ଗୋଷ୍ଠୀ ମାନେ ବିଶେଷ କରି ଅନେକ ଅସୁବିଧା ସମ୍ମୁଖିନ ହେଉଛନ୍ତି । କାରଣ ଏସଏଚଜି ମାନେ ଗ୍ରାମଞ୍ଚଳରେ ସରକାରଙ୍କ ଅନେକ କାମ କରୁଛନ୍ତି । ସରକାରଙ୍କ ଏକ ପ୍ରମୁଖ ଆର୍ଥିକ ବିକାଶର ଭାଗୀଦାରି ସାଜିଛନ୍ତି ।
ଏହାସହ ବ୍ୟାଙ୍କ ଶାଖା ପଞ୍ଚାୟତସ୍ତରରେ ନଥିବାରୁ ବାଣିଜ୍ୟକୀୟ ବ୍ୟାଙ୍କ ଗୁଡିକ ସଠିକ ଭାବେ କାର୍ଯ୍ୟ କରିପାରୁନାହାଁନ୍ତି । ଏସଏଚଜି ଗ୍ରୁପଙ୍କୁ ମଧ୍ୟ ଠିକ ଭାବେ ଋଣ ମିଳୁନାହିଁ । ଏତତ ବ୍ୟତୀତ ଦେଶର ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ନଥିବାରୁ କେନ୍ଦ୍ର ସରକାର ଯେଉଁ ଡିଜିଟିଲ ଇଣ୍ଡିଆ ସ୍ବପ୍ନ ଦେଖିଛନ୍ତି ତାହା ମଧ୍ୟ ସାର୍ଥକ ହୋଇପାରୁନାହିଁ ବୋଲି ସରୋଜିନୀ କହିଛନ୍ତି ।
ସୌଜନ୍ୟ- ରାଜ୍ୟସଭା