ହାଇଦ୍ରାବାଦ: ନଭେମ୍ବର 18 ତାରିଖ ରାଜ୍ୟସଭାର ୨୫୦ ତମ ଅଧିବେଶନ । ସଂସଦର ଉପରିସ୍ଥ ଗୃହରେ ଆରମ୍ଭ ହୋଇଛି 250 ତମ ଶୀତକାଳୀନ ଅଧିବେଶନ । ସ୍ବାଧୀନତା ପରେ ପରେ 1952 ରେ ଉପରିସ୍ଥ ଗୃହର ପ୍ରଥମ ବୈଠକର 7 ଦଶନ୍ଧି ପରେ ଏବେ 250 ତମ ଅଧିବେଶନ ଜାରି ରହିଛି । ଭାରତ ସମଗ୍ର ବିଶ୍ବର ମୋଟ ଜନସଂଖ୍ୟାର 1/7 ଭାଗ ଅଟେ । ଏହି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶର ନାଗରିକ ରାଜ୍ୟସଭା ଦ୍ବାରା ନିଆଯାଉଥିବା ବିଭିନ୍ନ ନିର୍ଣ୍ଣୟ ଓ ନିର୍ଦ୍ଦେଶ ଦ୍ବାରା ଶାସିତ ହୋଇ ଆସୁଛନ୍ତି । ଏହିପରି ଭାବରେ ଦେଶରେ ଉଚ୍ଚ ସଦନ ମାଧ୍ୟମରେ ନାଗରିକଙ୍କ ଜୀବନ ପ୍ରଣାଳୀ ସୂଚାରୁ ରୂପେ ସଂଚାଳନ ଓ ବିଭିନ୍ନ ଆଇନକାନୁନ, ଦିଶାନିର୍ଦ୍ଦେଶ ଦ୍ବାରା ଦେଶ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ ହେଉଛି ।
ଦେଶରେ ଆବଶ୍ୟକୀୟ ନୀତିନିୟମ ପ୍ରଣୟନ ଓ କାର୍ଯ୍ୟକାରିତା ପାଇଁ ଦେଶ ରାଜ୍ୟସଭା ଉପରେ ନିର୍ଭର କରେ । ସୂଚନା ଯେ, କେନ୍ଦ୍ର ସରକାରର ଆଇନପ୍ରଣୟନ ବିଭାଗ ସଂସଦ । ଏହା ରାଷ୍ଟ୍ରପତି, ସଂସଦର ଦୁଇଟି ସଦନ ଯଥା ଲୋକସଭା ଓ ରାଜ୍ୟସଭାକୁ ନେଇ ଗଠିତ । ସଂସଦୀୟ ଶାସନ ପଦ୍ଧତିର ନୀତି ଓ ପ୍ରଥା ଅନୁସାରେ ରାଷ୍ଟ୍ରପତି ସଂସଦର ଏକ ଅଂଶ ।
ଲୋକସଭାକୁ ନିମ୍ନ ସଦନ କୁହାଯାଏ । ଏହା ଲୋକମାନଙ୍କ ପ୍ରତିନିଧିତ୍ଵ କରୁଥିବା ଅଙ୍ଗ । ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷଭାବରେ ଭାରତର ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି । ରାଜ୍ୟସଭା ସଂସଦର ଉପରିସ୍ଥ ଗୃହ । ଏଥିରେ ୨୩୮ଜଣ ସଦସ୍ୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରତିନିଧି ଅଟନ୍ତି ଓ ୧୨ଜଣ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହୋଇଥାନ୍ତି । ସମ୍ବିଧାନ ରଚୟିତା ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରୂପରେଖ ହିଁ ଏହି ଦେଶର ପରିଚୟ ।
ମେ 1952ରେ ରାଜ୍ୟସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏକ ସୁନ୍ଦର ଉକ୍ତି ମାଧ୍ୟମରେ ସଂସଦର ଗାରିମାକୁ ବ୍ୟକ୍ତ କରିଥିଲେ । ସଂସଦ କେବଳ ବିଲ ପାସ୍ କରିବା ସ୍ଥାନ ନୁହେଁ ବରଂ ଏହା ଦେଶର ସମସ୍ତ ନେତା, ପ୍ରତିନିଧିଙ୍କ ପାଇଁ ଏକ ସାଧାରଣତମ ଓ ବ୍ୟବହାର୍ଯ୍ୟ ଆଧାର ଅଟେ । ଯେଉଁସ୍ଥାନରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ଥିତିରେ ପହଞ୍ଚିବା ପାଇଁ ବ୍ୟାପକ ଆଲୋଚନାର ସ୍ଥାନ ଅଟେ ।
ଏହାସହ ସେ ଆହୁରି କହିଥିଲେ ଯେ. ଭାରତର ନାଗରିକଙ୍କ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଓ ସାମଞ୍ଜସ୍ୟପୂର୍ଣ୍ଣ, ସହ-ଅସ୍ତିତ୍ବ କୁ ପ୍ରତିପାଦିକ କରିବା ସ୍ଥାନ ଅଟେ । ରାଜ୍ୟସଭାରେ ପକ୍ଷ, ବିପକ୍ଷ ସମସ୍ତ ସଦସ୍ୟ ପ୍ରତିନିଧିତ୍ବ କରିଥାନ୍ତି । ସଂସଦର ଉଚ୍ଚ ଓ ନିମ୍ନ ସଦନ ଦେଶ ଗଠନ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି ବୋଲି କହିଥିଲେ ।
ରାଜ୍ୟସଭା ଏହାର ନାମକରଣ ଉପରେ ଆଲୋଚନା ଓ ପ୍ରତିକୂଳ ଟିପ୍ପଣୀର ସାମନା ମଧ୍ୟ କରିଛି । 1954ରେ ସ୍ଥାପିତ ହେବାର 2 ବର୍ଷ ଓ 1973ରେ ନାମକରଣ ଉପରେ ପ୍ରଶ୍ନ ଉଠିଥି୍ଲା । ସେହିପରି ବର୍ଷ 1971, 72 ଓ 75ରେ 1981ରେ ଏହାର ନାମକରଣକୁ ନେଇ ଝଡ ଉଠିବା ସହ ପରିବର୍ତ୍ତନ ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ମାତ୍ର ସମସ୍ତ ଉଦାହରଣକୁ ଲୋକସଭା ଦ୍ବାରା ଟାଳି ଦିଆଯାଇଥିଲା ।
ଅନେକ ସମୟରେ ରାଜ୍ୟସଭା ଓ ଲୋକସଭା ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ମାତ୍ର ଦୁଇ ସଦନ ପରସ୍ପର ମଧ୍ୟରେ ତାଳମେଳ ରଖି ରାଷ୍ଟ୍ରୀୟ ବିକାଶ ଓ ସମାନ୍ତରତାକୁ ନିଜ ଦାୟିତ୍ବ ସ୍ବରୂପ ଏକତ୍ରିତ ହୋଇ ସମ୍ପାଦିତ କରିଛନ୍ତି । ଏହିଭଳି ଭାବରେ ଦୁଇ ଗୃହ ଲୋକତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବାରେ ସଫଳ ହୋଇଥାନ୍ତି । ଦୁଇ ଗୃହ ମଧ୍ୟରେ ତାଳମେଳର ଉଦାହରଣ ଏହି ପରି ଭାବରେ ପରିଦୃଶ୍ୟ ହୋଇଥାଏ । କୌଣସି ବିଲ୍ କାନୁନ ଉପରେ ନିର୍ଣ୍ଣୟ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରେ ସାମଞ୍ଜସ୍ୟପୂର୍ଣ୍ଣ ରୂପରେ ଚର୍ଚ୍ଚା କରାଯାଏ । ଯାହା ଏକ ଆନୁପାତିକ ପ୍ରତିନିଧିତ୍ବ ସହ ସାମ୍ନାକୁ ଆସିଥାଏ ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସଂସଦର ଗୁରୁତ୍ବ ଉପରେ ମତ ଦେଇ କହିଥିଲେ ଯେ, ଯେତେ ପର୍ଯ୍ୟନ୍ତ ସଂସଦର ପ୍ରତିଷ୍ଠା ଓ ସମ୍ମାନ ବଳବତ୍ତର ନରହିଛି, ଏହାର ଅନ୍ତିମ ପରିଣାମ ସ୍ବରୂପ ସର୍ବୋଚ୍ଚ ଲୋକତନ୍ତ୍ରର ପତନ ସୁନିଶ୍ଚିତ ।
ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ ପ୍ରଥମ ଥର ପାଇଁ 1969ରେ ସଂସଦରେ ପାଦ ରଖିଥିଲେ । ନିଜର ଏକ ବିବୃତିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ଭଳି ମହାନ ବ୍ୟକ୍ତିତ୍ବଙ୍କ ଠାରୁ ଅନେକ କିଛି ସଂସଦ ଭବନରେ ଶିକ୍ଷାଲାଭ କରି ଭାଗ୍ୟବାନ ବୋଲି କହିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ଠାରୁ ବୁଦ୍ଧିମତ୍ତା, ବ୍ୟକ୍ତିତ୍ବ କୌଶଳ ଶିକ୍ଷା ପାଇଁ ଡା.ନାଥପାଇ, ଗୁଣର ବିକାଶ ପାଇ ପିଲୁ ମୋଦି, ଇନ୍ଦ୍ରଜିତ ଗୁପ୍ତାଙ୍କ ଭଳି ମହାନ ବ୍ୟକ୍ତି ବିଶେଷଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି ।
ସଂସଦରେ ଅନେକ ବିଜ୍ଞ ତଥା ରାଜନୀତି ବିଶାରଦ, ମହାନ ବ୍ୟକ୍ତିତ୍ବ ର ଅଧିକାରୀ ସାଂସଦଙ୍କ ସହ ଚର୍ଚ୍ଚା , ଆଲୋଚନା ଦ୍ବାର ନିଷ୍କର୍ସ ବେଶ୍ ପ୍ରଭାବୀ ହୋଇଥାଏ । ଅଧିକାଂଶ ଚର୍ଚ୍ଚା ରାଜନୈତିକ ଗଭୀରତାକୁ ଦର୍ଶାଇଥାଏ । ଏହାର ସକରାତ୍ମକ ପ୍ରଭାବ ଓ ପରିଣାମ ବାସ୍ତବରେ ପରବର୍ତ୍ତୀ ସମୟରେ ପରିଲକ୍ଷିତ ହୋଇଥାଏ । ସଂସଦରେ 3-D ଫର୍ମୁଲାରେ ପରିଚାଳିତ ହେବା ପାଇଁ ରୂପରେଖ ପ୍ରସ୍ତୁତ ହୋଇ ରହିଛି । ଡିବେଟ୍, ଡିସେଣ୍ଟ ଓ ଡିସିସନ ଏହି 3-D ଫର୍ମୁଲା ଅଟନ୍ତି । ପରେ ପରେ ଏଥିରେ 4-Dକୁ ସଲଗ୍ନ କରାଯାଇଛି । ଏହାର ପରିଣାମସ୍ବରୁପ ସଂସଦର କାର୍ଯ୍ୟବାହୀରେ ବ୍ୟବଧାନ ଉତ୍ପନ୍ନ ଜାରି ରହିଛି । ଏଥିପାଇଁ ଦୁଇ ସଦନ ସଂଚାଳନରେ ଅତି ମାତ୍ରାରେ ଅସନ୍ତୁଳନତା ଜାରି ରହୁଛି ।
ପୂର୍ବ ରାଜ୍ୟସଭା ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟାନାଇଡୁ ଚଳିତ ଅଧିବେଶନରେ ୩୫ଟି କାର୍ଯ୍ୟଦିବସ ରହିଥିଲା। ଏଥିରେ ୩୨ଟି ବିଲ ଗୃହୀତ ହୋଇଛି। ଚଳିତ ଅଧିବେଶନରେ ତିନି ତଲାକ ସଂଶୋଧନ ବିଲ, ୟୁଏପିଏ ସଂଶୋଧନ ବିଲ, ସୂଚନା ଅଧିକାର ସଂଶୋଧନ ବିଲ, ନ୍ୟାସନାଲ ମେଡିକାଲ କାଉନ୍ସିଲ ବିଲ, ଧାରା ୩୭୦ ଓ ୩୫ ଏର ଉଚ୍ଛେଦ ଆଦି ଗୁରୁତ୍ୱପୂର୍ଣ୍ଣ ବିଲ ପାସ ହୋଇଛି। ଗତ ୧୭ବର୍ଷ ମଧ୍ୟରେ ଏହି ଅଧିବେଶନ ଶ୍ରେଷ୍ଠ ଥିଲା ବୋଲି କହିଛନ୍ତି ଭେଙ୍କେୟା ନାଇଡୁ।
ଭାରତୀୟ ସମ୍ବିଧାନର ଧାରା 75(3) ଅନୁଯାୟୀ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଆଲୋଚନା କରିବା ଓ ସରକାରଙ୍କୁ ସମାଲୋଚନା କରିବା ଦ୍ଵାରା ରାଜ୍ୟସଭାର କିଛି ନିୟନ୍ତ୍ରଣ ରହିଥାଏ, କିନ୍ତୁ ଅନାସ୍ଥା ପ୍ରସ୍ତାବ ପାରିତ କରିବାର ଅଧିକାର କେବଳ ଲୋକସଭାର ଅଛି । ଯଦି ଏହା ପାରିତ ହୁଏ, ମନ୍ତ୍ରୀ ପରିଷଦପଦଚ୍ୟୁତ ହୁଅନ୍ତି । ଏହାସହ ସରକାର ଲୋକସଭା ନିକଟରେ ଉତ୍ତରଦାୟୀ ରହିବେ । ରାଜ୍ୟସଭା କେବଳ ଗୋଟିଏ ନୂତନ ସର୍ବଭାରତୀୟ ସେବା ସୃଷ୍ଟି କରିପାରିବ ଏବଂ ରାଜ୍ୟ ତାଲିକାଭୁକ୍ତ ଗୋଟିଏ ବିଷୟକୁ କେନ୍ଦ୍ରୀୟ ଗୁରୁତ୍ଵ ପ୍ରଦାନ କରିପାରିବ ।
ଉପରଲିଖିତ ତୁଳନାରୁ ଜଣାଯାଏ ଯେ, ଲୋକସଭା ନିଶ୍ଚିତଭାବରେ ରାଜ୍ୟସଭାଠାରୁ ଅଧିକ କ୍ଷମତାଶାଳୀ । କିନ୍ତୁ ଏହା କହିବା ଯୁକ୍ତିଯୁକ୍ତ ନୁହେଁ ଯେ, ରାଜ୍ୟସଭା କେବଳ ଦ୍ଵିତୀୟ ସଦନ ନୁହେଁ, ଏହା ମଧ୍ୟ ଦ୍ଵିତୀୟ ସ୍ଥାନୀୟ ସଦନ । ଆମେ ଦେଖୁଛୁ ରାଜ୍ୟସଭା କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରେ ଏବଂ କେତେକ ନିର୍ଦ୍ଧିଷ୍ଟକାର୍ଯ୍ୟ ରହିଛି, ଯାହା କେବଳ ରାଜ୍ୟସଭା କରିପାରିବ ଲୋକସଭା ରାଷ୍ଟ୍ରପତିଙ୍କ ଦ୍ଵାରା ଭଙ୍ଗ କରାଯାଇ ପାରିବ କିନ୍ତୁ ରାଜ୍ୟସଭାକୁ ଭଙ୍ଗ କରାଯାଇ ପାରିବ ନାହିଁ, କାରଣ ଏହା ଏକ ସ୍ଥାୟୀସଭା ।
ଏହାସହ ସୋମବାର ରାଜ୍ୟସଭାର ଐତିହାସିକ 250ତମ ଅଧିବେଶନର ଆରମ୍ଭରେ ରାଜ୍ୟସଭାକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାକୁ ଭାରତୀୟ ସଂଘୀୟ ବ୍ୟବସ୍ଥାର ଆତ୍ମା କହିଛନ୍ତି ।