ETV Bharat / bharat

ରୁଷର 75ତମ ବିଜୟ ପରେଡରେ ସାମିଲ ହେବାକୁ ମସ୍କୋ ଯିବେ ରାଜନାଥ ସିଂ

author img

By

Published : Jun 20, 2020, 7:34 PM IST

ଦ୍ବିତୀୟ ବିଶ୍ୱଯୁଦ୍ଧରେ ବିଜୟର 75ତମ ବାର୍ଷିକୀ ପାଳନ ପାଇଁ ମସ୍କୋ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ସେ 24 ଜୁନ 2020ରେ ହେବାକୁ ଥିବା ବିଜୟ ପରେଡରେ ସାମିଲ ହେବେ । ଏହି ଐତିହାସିକ ପରେଡରେ ଅଂଶଗ୍ରହଣ କରିବାକୁ ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଈ ଶୋଇଗୁ ରାଜନାଥ ସିଂଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ...

Rajnath Singh to attend 75th Victory Day Parade of World War II in Moscow
ରୁଷର 75ତମ ବିଜୟ ପରେଡ ସାମିଲ ହେବାକୁ ମସ୍କୋ ଯିବେ ରାଜନାଥ ସିଂ

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ୱଯୁଦ୍ଧରେ ବିଜୟର 75ତମ ବାର୍ଷିକୀ ପାଳନ ପାଇଁ ମସ୍କୋ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ସେ 24 ଜୁନ 2020ରେ ହେବାକୁ ଥିବା ବିଜୟ ପରେଡରେ ସାମିଲ ହେବେ । ଏହି ଐତିହାସିକ ପରେଡରେ ଅଂଶଗ୍ରହଣ କରିବାକୁ ରୁଷ ରାଜନାଥ ସିଂଙ୍କୁ ନିମନ୍ତ୍ରଣ କରିଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧରେ ସୋଭିଏତ ସଂଘର 75ତମ ବିଜୟ ବାର୍ଷିକୀକୁ ରୁଷ ଧୂମଧାମ ସହ ପାଳନ କରିବ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । କୋରୋନା ସଙ୍କଟ ମଧ୍ୟରେ ବିଶ୍ବବ୍ୟାପୀ ଲକଡାଉନ ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବେ ରାଜନାଥ ସିଂ ।

ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଈ ଶୋଇଗୁ ଏଥିପାଇଁ ରାଜନାଥ ସିଂଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରଥମେ ଏହି ବିଜୟ ଉତ୍ସବ ମେ 9, 2020ରେ ଆୟୋଜିତ ହେବାକୁ ଥିଲା । କିନ୍ତୁ କୋରୋନା ପ୍ରକୋପ ଏବଂ ଲକଡାଉନ କାରଣରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଥିଲା । ତେବେ ଭାରତର ତିନି ସେନାର 75 ସଦସ୍ୟ ପୂର୍ବରୁ ଏହି ବିଜୟ ପରେଡରେ ଅଂଶଗ୍ରହଣ କରିବାକୁ ମସ୍କୋ ପହଞ୍ଚିସାରିଛନ୍ତି । ଏହି ପରେଡରେ ରୁଷ ଏବଂ ଅନ୍ୟ ସେନାଙ୍କ ସହ ଭାରତୀୟ ସେନା ମଧ୍ୟ ସାମିଲ ରହିବେ । ଏହି ବିଜୟ ଦିବସ ପରେଡରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟର ନେତୃତ୍ବ ବୀର ଶିଖ୍ ଲାଇଟ ଇନ୍ଫେନ୍ଟ୍ରି ରେଜିମେଣ୍ଟର ଜଣେ ବଡ଼ ପଦବୀ ଅଧିକାରୀଙ୍କ ଦ୍ବାରା କରାଯାଉଛି ।

ଏହି ରେଜିମେଣ୍ଟ ଦ୍ବିତୀୟ ବିଶ୍ବଯୁଦ୍ଧରେ ବୀରତ୍ବର ଲଢେଇ କରିଥିଲା । ଅଦମ୍ୟ ସାହସ ପାଇଁ ଏହି ରେଜିମେଣ୍ଟର ଅଧିକାରୀମାନଙ୍କୁ ଅନେକ ବୀରତ୍ବ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଦ୍ବିତୀୟ ବିଶ୍ବ ଯୁଦ୍ଧରେ ରୁଷ ଏବଂ ଅନ୍ୟ ଦେଶର ସେନାର ବଳିଦାନକୁ ଭାରତୀୟ ସେନା ସଲାମୀ ଦେବ । ବିଶ୍ବ ଯୁଦ୍ଧରେ ଭାରତୀୟ ସେନାର ଯବାନ ମଧ୍ୟ ବଳିଦାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଜୟ ଦିବସ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲଦିମିର ପୁନିତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନିଜ ସମକକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭାରତ ଏବଂ ରୁଷ ମଧ୍ୟରେ ଥିବା ପୁରୁଣା ସମ୍ପର୍କ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ପରେ ଆହୁରି ସୁଦୃଢ ହେବ । ରୁଷ ଭାରତର ପୁରୁଣା ବନ୍ଧୁ ଏବଂ ରଣନୀତିର ଏକ ଅଂଶୀଦାର ମଧ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.