ETV Bharat / bharat

ପୁଲୱାମା ଆକ୍ରମଣରେ କଂଗ୍ରେସର ନୀରବତାକୁ ନେଇ ପ୍ରଶ୍ନ କଲେ ରାଜନାଥ

ବିହାର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଶୁକ୍ରବାର ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନର ସ୍ବୀକାରୋକ୍ତି ପରେ ବି କଂଗ୍ରେସର ନୀରବତାକୁ ନେଇ ସେ ପ୍ରଶ୍ନ କରିଛନ୍ତି।

Breaking News
author img

By

Published : Oct 31, 2020, 5:26 PM IST

ପାଟନା: ବିହାର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଶୁକ୍ରବାର ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନର ସ୍ବୀକାରୋକ୍ତି ପରେ ବି କଂଗ୍ରେସର ନୀରବତାରେ ସେ ପ୍ରଶ୍ନ କରିଛନ୍ତି। ବିହାରର ପିରପେଣ୍ଟି, ମୋତିହାରୀ ଏବଂ ବୈଶାଲି ଅଞ୍ଚଳରେ ନିର୍ବାଚନ ବୈଠକକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ କିଛି ଲୋକ ବିରୋଧ କରୁଛନ୍ତି।

ପୁଲୱାମା ଆକ୍ରମଣ ସମ୍ପର୍କରେ ରାଜନାଥ କହିଛନ୍ତି ଯେ ଯେତେବେଳେ ଏହି ଆକ୍ରମଣ ପାକିସ୍ତାନ ଦ୍ବାରା କରାଯାଇଥିଲା ସେତେବେଳେ କଂଗ୍ରେସ ଏହାକୁ ବିରୋଧ କରିଥିଲା, ଯେତେବେଳେ ପାକିସ୍ତାନ ବିଧାନସଭାରେ ଗ୍ରହଣ କଲା ସେତେବେଳେ କଂଗ୍ରେସ ନୀରବ ରହିଲା। କଂଗ୍ରେସର ଦୀର୍ଘ ଶାସନକୁ ନେଇ ସେ ଆହୁରି କହିଛନ୍ତି, ଯଦି ନେତାମାନେ ସ୍ବାଧୀନତା ପରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡିକୁ ଆଂଶିକ ବି ପୂରଣ କରିଥାନ୍ତେ, ତେବେ ଦେଶର ଭାଗ୍ୟ ବଦଳିଯାଇଥାନ୍ତା ।

କେନ୍ଦ୍ର ସରକାରଙ୍କ ପଦକ୍ଷେପ ଯେପରିକି କାଶ୍ମୀରରୁ ଧାରା-370 ରଦ୍ଦ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ନାଗରିକତା ଆଇନରେ ସଂଶୋଧନ ଭଳି ପଦକ୍ଷେପ ବିଷୟରେ ଉଲ୍ଲେଖ କରି ରାଜନାଥ କହିଛନ୍ତି ଯେ ଆମେ ଯାହା କହୁ ତାହା କରୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷକ ଏବଂ ହିତାଧିକାରୀଙ୍କ ସବସିଡି ବର୍ତ୍ତମାନ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚୁଛି।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଶଂସା କରି ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ ନୀତିଶ ଜୀଙ୍କ ଉପରେ ଦୁର୍ନୀତିର କୌଣସି ଦାଗ ନାହିଁ। ସେ ଦଳର ପ୍ରତୀକକୁ ନେଇ କହିଛନ୍ତି, ବର୍ତ୍ତମାନ ରାଜ୍ୟକୁ ତୀର ସାହାଯ୍ୟରେ ପଦ୍ମ ଫୁଟାଇବା ଉଚିତ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.