ନୂଆଦିଲ୍ଲୀ : ଭାରତର ଇଞ୍ଚେ ମଧ୍ୟ ଜାଗା ନେଇପାରିବ ନାହିଁ ଚୀନ । ଭାରତୀୟ ସେନାଙ୍କ ଉପରେ ଦୃଢ ବିଶ୍ବାସ ରହିଛି, ସେମାନେ ଭାରତର ସ୍ଥାନକୁ କାହାକୁ ସହଜରେ ଦେବେ ନାହିଁ । ପବିତ୍ର ବିଜୟାଦଶମୀ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସଶସ୍ତ୍ର ପୂଜା କରିବା ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।
-
सभी देशवासियों को विजयदशमी पर्व की हार्दिक शुभकामनाएँ।
— Rajnath Singh (@rajnathsingh) October 25, 2020 " class="align-text-top noRightClick twitterSection" data="
आज के इस पावन अवसर पर मैं सिक्किम के नाथूला क्षेत्र में जाकर भारतीय सेना के जवानों से भेंट करूँगा एवं शस्त्र पूजन समारोह में भी मौजूद रहूँगा।
">सभी देशवासियों को विजयदशमी पर्व की हार्दिक शुभकामनाएँ।
— Rajnath Singh (@rajnathsingh) October 25, 2020
आज के इस पावन अवसर पर मैं सिक्किम के नाथूला क्षेत्र में जाकर भारतीय सेना के जवानों से भेंट करूँगा एवं शस्त्र पूजन समारोह में भी मौजूद रहूँगा।सभी देशवासियों को विजयदशमी पर्व की हार्दिक शुभकामनाएँ।
— Rajnath Singh (@rajnathsingh) October 25, 2020
आज के इस पावन अवसर पर मैं सिक्किम के नाथूला क्षेत्र में जाकर भारतीय सेना के जवानों से भेंट करूँगा एवं शस्त्र पूजन समारोह में भी मौजूद रहूँगा।
ପଶ୍ଚିମବଙ୍ଗର ଦାର୍ଜିଲିଂର ସୁକନା ଯୁଦ୍ଧ ମେମୋରିଆଲରେ ଆଜି ରାଜନାଥ ସିଂ ଯବାନଙ୍କ ମିଶି ଦଶହରା ପାଳିବା ସହ 'ଶସ୍ତ୍ର ପୂଜା' କରିଥିଲେ । ଏହି ସମୟରେ ସେ ଭାରତ-ଚୀନ ବିବାଦକୁ ନେଇ ଏହି ମନ୍ତବ୍ୟ ଦେଇଛନ୍ତି। ଭାରତ ସର୍ବଦା ଭାରଚ-ଚୀନ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ ଚାହେଁ । ଏହା ଆମର ଲକ୍ଷ୍ୟ ରହିଥିଲେ ମଧ୍ୟ ଚୀନ ବାରମ୍ବାର ଘୃଣ୍ୟ କାମ କରୁଛି ବୋଲି ରାଜନାଥ କହିଛନ୍ତି । ଦାର୍ଜିଲିଂର ସୁକନା ଯୁଦ୍ଧ ମେମୋରିଆଲରେ ଏକ ଟାଭର ଆଟାକ ରାଇଫଲ୍ ମଧ୍ୟ କରିଥିଲେ ରାଜନାଥ । ଏହି ଅବସରରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରୱାଣେ ମଧ୍ୟ ଉପସ୍ଥିତ ଥିଲେ।
ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଲଦାଖରେ ଭାରତ-ଚୀନ ସୀମାରେ ଯାହା ଘଟିଛି ତାକୁ ଆମର ଯବାନମାନେ ସାହସର ସହ ଲଢେଇ କରିଥିଲେ । ଇତିହାସବିତ ଆମର ଯବାନଙ୍କ ବୀରତ୍ବ ଏବଂ ସାହସ ବିଷୟରେ ସୁବର୍ଣ୍ଣରେ ଲେଖିବେ। ଶନିବାର ଦିନ(ଆଜି) ପଶ୍ଚିମବଙ୍ଗ ଏବଂ ସିକ୍କିମ ଦୁଇ ଦିନିଆ ଗସ୍ତରେ ଯାଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ଦାର୍ଜିଲିଂର ସୁକନାରେ ଥିବା 33 ଟି କର୍ପସ ମୁଖ୍ୟାଳୟ ପରିଦର୍ଶନ କରି ପୂର୍ବ କ୍ଷେତ୍ରର ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
-
विजयादशमी पर्व पर आयोजित शस्त्रपूजन समारोह में भाग ले रहा हूँ। हमसे जुड़िए https://t.co/sNQyKUm9f0
— Rajnath Singh (@rajnathsingh) October 25, 2020 " class="align-text-top noRightClick twitterSection" data="
">विजयादशमी पर्व पर आयोजित शस्त्रपूजन समारोह में भाग ले रहा हूँ। हमसे जुड़िए https://t.co/sNQyKUm9f0
— Rajnath Singh (@rajnathsingh) October 25, 2020विजयादशमी पर्व पर आयोजित शस्त्रपूजन समारोह में भाग ले रहा हूँ। हमसे जुड़िए https://t.co/sNQyKUm9f0
— Rajnath Singh (@rajnathsingh) October 25, 2020
ରାଜନାଥ ଏହି ଦୁଇ ଦିନିଆ ଗସ୍ତରେ ଫରୱାର୍ଡ ବେସ ଅଞ୍ଚଳର ପରିଦର୍ଶନ କରିବେ । ଏଥିସହ ସହ ବିଆରଓ ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ-ମେ ମାସରୁ ଭାରତ-ଚୀନ ସୀମାରେ ବିବାଦ ଆରମ୍ଭ ହୋଇଛି । ଲଦାଖ ଠାରୁ ଉତ୍ତର-ପୂର୍ବର ଅରୁଣାଚଳ ପ୍ରଦେଶ ରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପଜୁଛି । ଚୀନକୁ କାଉଣ୍ଟର କରିବାର ଭାରତ ସୀମାରେ 60 ହଜାର ସେନା ମୁତୟନ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ