ETV Bharat / bharat

କର୍ଣ୍ଣାଟକ ସଙ୍କଟରେ କମ୍ପିଲା ସଂସଦ, ଜବାବ ଦେଲେ ରାଜନାଥ

କର୍ଣ୍ଣାଟକ ରାଜନୈତିକ ସଂକଟକୁ ନେଇ ଲୋକସଭାରେ ହୋଇଛି ତର୍କ ବିତର୍କ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହାର ଜବାବ ଦେଇଛନ୍ତି । କର୍ଣ୍ଣାଟକ ନାଟକରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ କୌଣସି ହାତ ନଥିବା କହିଛନ୍ତି ରାଜନାଥ ।

author img

By

Published : Jul 8, 2019, 5:41 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ-ଜେଡିଏସର 13 ଜଣ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ଜାରି ରହିଛି ରାଜନୈତିକ ସଂକଟ । ସଂସଦରେ ଉଠିଛି କର୍ଣ୍ଣାଟକ ଝଡ । ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଠାରେ ଚାଲିଥିବା ନାଟକରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ । ବରଂ ରାହୁଲଙ୍କ ପଥ ଅନୁସରଣ କରୁଛନ୍ତି ତାଙ୍କ ନେତା ।

ଏହା କଂଗ୍ରେସର ଭିତରି କଥା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ହିଁ ଇସ୍ତଫା ପର୍ବ ଆରମ୍ଭ ହୋଇଛି । ରାହୁଲଙ୍କ ଇସ୍ତଫା ପରେ ଜଣକ ପରେ ଜଣେ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଇସ୍ତଫା ଦେଲେ । ଏଥିରେ ବିଜେପିର କୌଣସି ହାତ ନଥିବା କହିଛନ୍ତି ରାଜନାଥ ।

ସେପଟେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ବିଜେପିକୁ ଟାର୍ଗେଟ କରି କହିଥିଲେ, ‘ବିଜେପି ନିକଟରେ 300ଟି ଆସନ ରହିଛି, ତଥାପି ଦଳର ପେଟ ପୁରିନି । ଯଦି ମୋ ଘର ଅସୁରକ୍ଷିତ ଅଛି, ଆଉ ମୋ ଘରେ 10ଟି ସୁନା ଏବଂ 10ଟି ରୂପାର ପଇସା ଅଛି, ତେବେ ଏହାର ଅର୍ଥ ଏହା ନୁହେଁ ଯେ ଆପଣ ମୋ ଘରୁ ଆସି ସୁନା ଚୋରି କରି ନେଇଯିବେ ।’

Intro:Body:

sfss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.