ETV Bharat / bharat

ଦିଲ୍ଲୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ ସମର୍ଥକ ରାଜୀବ ନୟନ ନିଲମ୍ବିତ - ରାଜୀବ ନୟନ

ଦିଲ୍ଲୀ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ବହିଷ୍କାର କିରବା ପରେ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ନିଲମ୍ବନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି(ଗୁରୁବାର) ତାଙ୍କ ସମର୍ଥକ ରାଜୀବ ନୟନଙ୍କୁ ନିଲମ୍ବିତ କରାଯାଇଛି। ଅଧିକ ପଢ଼ନ୍ତୁ...

ଦିଲ୍ଲୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ ସମର୍ଥକ ରାଜୀବ ନୟନ ନିଲମ୍ବିତ

author img

By

Published : Oct 29, 2020, 5:34 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ସମର୍ଥନ କରୁଥିବା ପ୍ରଫେସର ମଧ୍ୟ ବହିଷ୍କାର ହୋଇଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ଗତକାଲି ନିଲମ୍ବିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୟାଲ ସିଂହ ମହାବିଦ୍ୟାଳୟରେ ଦୁଇଟି ନିଯୁକ୍ତି ନେଇ ପ୍ରକ୍ରିୟାକୁ ପ୍ରଫେସର ଯୋଗେଶ ତ୍ୟାଗୀ ପ୍ରଭାବିତ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କୂଳପତିଙ୍କ ବିରୋଧର ଯାଞ୍ଚ ଜାରି ରହିଥିଲା। ତେବେ ଏହି ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ କୂଳପତି ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ କୂଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ନିଜ ପଦରୁ ବହିଷ୍କାର କରାଯାଇଥିଲା ।

ଦିଲ୍ଲୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ ସମର୍ଥକ ରାଜୀବ ନୟନ ନିଲମ୍ବିତ
ଦିଲ୍ଲୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ ସମର୍ଥକ ରାଜୀବ ନୟନ ନିଲମ୍ବିତ
ଦିଲ୍ଲୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ ସମର୍ଥକ ରାଜୀବ ନୟନ ନିଲମ୍ବିତ
ଦିଲ୍ଲୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ ସମର୍ଥକ ରାଜୀବ ନୟନ ନିଲମ୍ବିତ

ତେବେ ଆଜି(ଗୁରୁବାର) ଦୟାଲ ସିଂହ ମହାବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ସଦସ୍ୟତା ଓ ସଭାପତି ପଦରୁ ପ୍ରଫସର ରାଜୀବ ନୟନଙ୍କୁ ହଟାଇ ଦିଆଯାଇଛି। ଏହାକୁ ନେଇ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଜଏଣ୍ଟ ରେଜିଷ୍ଟ୍ରାର ଏସକେ ଡୋଗରା ସୂଚନା ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିବାରେ ରାଜୀବ ନୟନଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବରେ ଏକ ନୋଟିସ ଜାରି କରାଯାଇଛି।

ଏହାଛଡ଼ା କିଛିଦିନ ତଳରେ ପ୍ରଫେସର ରାଜୀବ ନୟନ ଫେସବୁକରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ପ୍ରଫସର ରାଜୀବ ନୟନ ପୂର୍ବତନ କୂଳପତି ଯୋଗେଶ ତ୍ୟାଗୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏହାକୁ ମଧ୍ୟ ଆଧାର ରୂପେ ନେଇ ରାଜୀବଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।

5 ବର୍ଷ ଧରି ଦିଲ୍ଲୀ ବିଶ୍ବବିଦ୍ୟାଳୟର କୂଳପତି ଦାୟିତ୍ବ ସମ୍ଭାଳି ଆସୁଥିଲେ ଯୋଗେଶ ତ୍ୟାଗୀ। ଏହି ସମୟରେ ତାଙ୍କ ନାମରେ ବହୁ ଗୁରୁତର ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଏଥପାଇଁ ଗତ ଅକ୍ଟୋବର 28 ତାରିଖ ଏକ କମିଟି ଗଠନ କରାଯାଇଛି। ଏହି କମିଟି କୂଳପତିଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରିବ। ଏଥିପାଇଁ ଯୋଗେଶ ତ୍ୟାଗିଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ସ୍ଥାନରେ ପିସି ଯୋଶୀଙ୍କୁ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର କାର୍ଯ୍ୟଭାର ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.