ETV Bharat / bharat

ରାଜସ୍ଥାନର ଭିଲୱାଡାର 26 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 15 ସୁସ୍ଥ

ରାଜସ୍ଥାନରେ ଡାକ୍ତରଙ୍କ ପରିଶ୍ରମ ଯୋଗୁଁ କୋରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଭିଲୱାଡାରେ ପ୍ରଥମେ 26 କୋରୋନା ପଜିଟିଭ ଥିଲେ । ସେମାନଙ୍କୁ ଲଗାତାର ଭାବରେ ପରିଶ୍ରମ ଓ ଚିକିତ୍ସା ଫଳରେ 15 କୋରୋନା ପଜିଟିଭଙ୍କ ପରୀକ୍ଷା ନେଗେଟିଭ ଆସିଛି ।ଅଧିକ ପଢନ୍ତୁ...

rajasthans-vilwada-26-corona-positive-of-15-are-healthy
ରାଜସ୍ଥାନର ଭିଲୱାଡାର 26 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 15 ସୁସ୍ଥ
author img

By

Published : Apr 4, 2020, 7:03 AM IST

ଜୟପୁର: ରାଜସ୍ଥାନର ସବୁଠାରୁ ଅଧିକ କୋରୋନା ପଜିଟିଭ ରୋଗୀ ଭିଲୱାଡାରେ ଥିଲେ । ଡାକ୍ତରଙ୍କ ନିରନ୍ତର ପରିଶ୍ରମ ଏବଂ ଉଦ୍ୟମ ଯୋଗୁଁ 26 ଜଣଙ୍କ ମଧ୍ୟରୁ 15 ଜଣ କରୋନା ପଜିଟିଭ ରୋଗୀଙ୍କ ପରୀକ୍ଷା ପରେ ନେଗେଟିଭ ଆସିଛି । ଏହି କାରଣରୁ ଜିଲ୍ଲା ପ୍ରଶାସନ ତଥା ଚିକିତ୍ସାଳୟରେ ଖୁସିର ମାହୋଲ ଦେଖାଦେଇଛି ।

ରାଜସ୍ଥାନର ଭିଲୱାଡା ଜିଲ୍ଲାର ବିଜୟା ରାଜେ ସିନ୍ଧିଆ ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ରାଜନ ନନ୍ଦା କହିଛନ୍ତି ଜିଲ୍ଲାରେ 26 ଜଣ କରୋନା ରୋଗୀ ପଜିଟିଭ ଥିଲେ । ସେମାନଙ୍କ ମଧ୍ୟରୁ ମୋଟ 15 ଟି ପଜିଟିଭରୁ ନେଗେଟିଭ ହୋଇଯାଇଛି | ଚାରିଜଣ ଜୟପୁରର ସାୱାଇ ମାନସିଂହ ହସ୍ପିଟାଲରେ ହୋଇଥବାବେଳେ 11 ଜଣ ଭିଲୱାଡାର ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହି 11 ଜଣ ରୋଗୀଙ୍କ ମଧ୍ୟରୁ ନଅ ଜଣଙ୍କ ତିନି ପର୍ଯ୍ୟାୟ ପରୀକ୍ଷା ସମାପ୍ତ ହୋଇଛି ଏବଂ ତିନିଥର କୋରୋନା ନେଗେଟିଭ ରିପୋର୍ଟ ଆସିଛି ।

ପ୍ରିନ୍ସପାଲ କହିଛନ୍ତି ଶୁକ୍ରବାର ଦିନ ଆମେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଛୁ । ବର୍ତ୍ତମାନ ଏମାନେ 14 ଦିନ ପାଇଁ ହୋମ କ୍ବାରେଣ୍ଟାଇନରେ ରହିବେ | ଭବିଷ୍ୟତରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଭଲ ହେଉ ବୋଲି ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ । ଆହୁରି ମଧ୍ୟ, ଭିଲୱାଡାରେ କୌଣସି ନୂତନ ପଜିଟିଭ୍ ମିଳିନାହିଁ । ଭିଲୱାଡା ଡାକ୍ତରଙ୍କ କଠିନ ପରିଶ୍ରମ ଯୋଗୁଁ 26 ଜଣଙ୍କ ମଧ୍ୟରୁ 15 ଜଣ କୋରୋନା ପଜିଟିଭ ରୋଗୀଙ୍କ ନେଗେଟିଭ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.