ETV Bharat / bharat

ରାଜସ୍ଥାନରେ ଏଣିକି ପ୍ରତି ମାସ ପହିଲାରେ ହେବ ‘ନୋ ଭେଇକିଲ ଡେ’ ପାଳନ - ରାଜସ୍ଥାନରେ ପ୍ରତି ମାସ ପହିଲାରେ ନୋ ଭେଇକିଲ ଡେ

ରାଜସ୍ଥାନ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନୂତନ ବର୍ଷରୁ ପ୍ରତ୍ୟେକ ମାସ ପ୍ରାରମ୍ଭରେ ଯାନବାହାନ ଚଳାଚଳ ବନ୍ଦ କରାଯିବା ନେଇ ନିଷ୍ପତି ନିଆଯାଇଛି । ଅଧିକ ପଢନ୍ତୁ...

no vehicle day rajasthan
ଫାଇଲ ଫଟୋ
author img

By

Published : Jan 1, 2020, 3:21 AM IST

ଜୟପୁର: ନବବର୍ଷରେ ରାଜସ୍ଥାନ ସରକାର ନୂତନ ପଦକ୍ଷେପ ନେବାପାଇଁ ଯାଉଛନ୍ତି । ରାଜସ୍ଥାନ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନୂତନ ବର୍ଷରୁ ପ୍ରତ୍ୟେକ ମାସ ପ୍ରାରମ୍ଭରେ ଯାନବାହାନ ଚଳାଚଳ ବନ୍ଦ କରାଯିବା ନେଇ ନିଷ୍ପତି ନିଆଯାଇଛି । ବିଶେଷ କରି ଲୋକମାନଙ୍କ ମଧ୍ୟରେ ସଡକ ସୁରକ୍ଷାର ସଚେତନତା ଓ ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

no vehicle day rajasthan
ଫଟୋ ସୌଜନ୍ୟ: ରାଜ୍ୟ ପରିବହନ ବିଭାଗ, ରାଜସ୍ଥାନ

ନିଜେ ମଧ୍ୟ ସାଇକେଲ ଦ୍ବାରା କାର୍ଯ୍ୟାଳୟକୁ ଯିବେ ବୋଲି ପରିବହନ ମନ୍ତ୍ରୀ ପ୍ରତାପ ସିଂହ କହିଛନ୍ତି । ପରିବହନ ବିଭାଗର କାର୍ଯ୍ୟରତ ସମସ୍ତ କର୍ମଚାରୀ ପ୍ରତିମାସ 1 ତାରିଖ ଦିନ ବିଭାଗକୁ ଆସିଲା ବେଳେ ଚାଲିଚାଲି,ସାଇକେଲ କିମ୍ବା ସାଧାରଣ ବସ ସେବା ଦ୍ବାରା କାର୍ଯ୍ୟାଳୟକୁ ଆସିବେ ଏବଂ ଏହାକୁ No vehicle day ଭାବରେ ପାଳନ କରାଯିବ ।

ରାଜସ୍ଥାନ ପରିବହନ ମନ୍ତ୍ରୀ କହିଛନ୍ତି ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକ ଭାବରେ ଲୋକ ମାନଙ୍କ ଯୋଗାଯୋଗ ଚାଲିଚଳନରେ ସୁସ୍ଥ ଭାବରେ ଜୀବନ ଯାପନ ଓ ଲୋକଙ୍କ ସାଧାରଣ ପରିବହନ ସେବା ବ୍ୟବହାର କରିବାପାଇଁ ଉତ୍ସାହିତ କରାଯିବ । ଅଧିକ ପରିମାଣରେ ସାଧାରଣ ପରିବହନ ବ୍ୟବହାର ଦ୍ବାରା ପ୍ରଦୂଷଣ ହ୍ରାସ କରାଯାଇପାରିବ ଏବଂ ଦୁର୍ଘଟଣା,ଟ୍ରାଫିକ ବ୍ୟବସ୍ଥାରେ କମ ହୋଇପାରିବ । ଏହା ନବବର୍ଷର ପ୍ରଥମ କାର୍ଯ୍ୟକାରୀ ଦିବସରୁ ଆରମ୍ଭ କରାଯିବ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.