ଜୟପୁର: ଦେଶରେ ମୋଦିଙ୍କ ଲୋକପ୍ରିୟତା କେତେ ରହିଛି ତାହା ଲୋକସଭା ନିର୍ବାଚନର ଫଳାଫଳ ପରେ ଜଣା ପଡିଯାଇଛି । ମୋଦି ପୁଣିଥରେ କ୍ଷମତାକୁ ଫେରନ୍ତୁ ବୋଲି ଅନେକ ପୂଜା ଏବଂ ପ୍ରାର୍ଥନା କରିଥିଲେ ଦେଶବାସୀ । ଯାହା ସଫଳ ମଧ୍ୟ ହୋଇଛି । କିନ୍ତୁ ଏହି ମାମଲାରେ ସମସ୍ତଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଛନ୍ତି ରାଜସ୍ଥାନ କୋଟାର ଜଣେ ଦିବ୍ୟାଙ୍ଗ । ମୋଦି ପୁଣିଥରେ କ୍ଷମତାକୁ ଆସିଲେ ପଦଯାତ୍ରା କରିବାର ମାନସିକ କରିଥିଲେ ସେ । ଯାହାକୁ ଏବେ ପୁରଣ କରିବାରେ ଲାଗି ପଡିଛନ୍ତି ଦିବ୍ୟାଙ୍ଗ ଜଣକ ।
ରାଜସ୍ଥାନ କୋଟା ଜିଲ୍ଲାର କାଲ୍ୟାଖେଡି ବାସିନ୍ଦା ବ୍ରିଜମୋହନ ମ୍ରିଣା । ସେ ଗୋଟିଏ ଗୋଡରୁ ଦିବ୍ୟାଙ୍ଗ ଅଟନ୍ତି । କିନ୍ତୁ ମୋଦିଙ୍କୁ ସେ ଏତେ ଭଲପାଆନ୍ତି ଯେ, ସେ ନିର୍ବାଚନ ଜିତିଲେ ନିଜ ଗାଁରୁ 28 କିମି ଦୂର ଅଲନିଆ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିବି ବୋଲି ମାନସିକ କରିଥିଲେ । ତେବେ ମୋଦି ଜିତିବା ପରେ ସେ ଏହାକୁ ପୂରଣ ମଧ୍ୟ କରୁଛନ୍ତି । ଦିବ୍ୟାଙ୍ଗ ହୋଇ ସୁଦ୍ଧା 40 ଡିଗ୍ରୀ ତାପମାତ୍ରାରେ ରାଜସ୍ଥାନ ଭଳି ମରୁଭୂମି ଅଞ୍ଚଳରେ ପଦଯାତ୍ରା କରୁଛନ୍ତି ସେ । ଯାହା ତାଙ୍କ ପାଇଁ କୌଣସି ଅଗ୍ନି ପରୀକ୍ଷାଠାରୁ କମ୍ ନୁହେଁ ।
ସୂଚନା ଯୋଗ୍ୟ ଯେ, 2019 ଲେକସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରି ପୁଣିଥରେ ସରକାର ଗଢିବାର କ୍ଷମତା ହାସଲ କରିଛି ।