ଜୟପୁର: ରାଜସ୍ଥାନ ସଚିବାଳୟରେ ଖାଦ୍ୟ ଓ ଯୋଗାଣ ବିଭାଗର ଭିଡିଓ କନଫରେନସିଂ ସମୟରେ ଅଶ୍ଲୀଳ ଭିଡିଓ ଚାଲିବା ବେଳେ ବୈଠକରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୋମବାର ମହିଳା ଅଧିକାରୀ ଓ ବିଭାଗ ସଚିବ ମୁଗ୍ଧା ସିହ୍ନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଥିଲା । ଏହି ଘଟଣା ପରେ କିଛି ସମୟ ପାଇଁ ବୈଠକକୁ ବନ୍ଦ କରାଯାଇଥିଲା ।
ମୁଗ୍ଧା ସିହ୍ନାଙ୍କ କହିବାନୁଯାୟୀ, ବୈଠକ ଚାଲିଥିବା ସମୟରେ ଭିଡିଓ କନଫନସିଂରେ ଏଲଇଡି ସ୍କ୍ରିନରେ ଅଶ୍ଳିଳ ଭିଡିଓ ପ୍ଲେ ହୋଇଯାଇଥିଲା । ବିଭାଗୀୟ ସଚିବ ସଙ୍ଗେସଙ୍ଗେ ଏନଆଇସି ନିର୍ଦ୍ଦେଶକଙ୍କୁ ଡାକି ଘଟଣାର ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ତେବେ ବୈଠକରେ ଏନଆଇସି ପ୍ରତିନିଧିଙ୍କ ସହ 10 ଜଣ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଭିଡିଓ କନଫନସିଂରେ 33ଟି ଜିଲ୍ଲାର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।