ଜୟପୁର: ରାଜସ୍ଥାନର ନାଗରିକ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରମେଶ ଚାନ୍ଦ ମୀନା 4ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରମିକଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରମିକଙ୍କ ସୁରକ୍ଷା ଚାହିଁଛନ୍ତି ।
କୋରୋନା ଭାଇରସ ବୃଦ୍ଧିକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନର ସ୍ଥିତି । ଏଭଳି ସ୍ଥିତିରେ ଫସିରହିଥିବା ଶ୍ରମିକଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି । କେବଳ ରାଜସ୍ଥାନର କରୌଲି ଜିଲ୍ଲାର 1000ରୁ ଅଧିକ ଶ୍ରମିକ ଏହି 4ଟି ରାଜ୍ୟରେ ଫସିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହାସହ ସେମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଉପଯୁକ୍ତ ଆଶ୍ରୟସ୍ଥଳୀ ଯୋଗାଇବାକୁ ମନ୍ତ୍ରୀ କହିଛନ୍ତି । ଏହାସହ ଶ୍ରମିକଙ୍କ ଠିକଣା ଏବଂ ମୋବାଇଲ୍ ନମ୍ବର ସହିତ ଶ୍ରମିକଙ୍କ ନାଁ ମଧ୍ୟ ପଠାଇଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର, ସାଙ୍ଗଲି, ପୁନେ ଏବଂ ମୁମ୍ବାଇ ଭଳି ସହରରେ ଶ୍ରମିକମାନେ ଫସି ରହିଛନ୍ତି । କେରଳର ମଲାପୁରାମ, ପାଲକ୍କଡ ଏବଂ କାସାରାଗୋଡ, ତାମିଲନାଡୁର ଚେନ୍ନାଇ ଏବଂ କୋଏମ୍ବାଟୁରରେ ମଧ୍ୟ ଶ୍ରମିକ ଫସି ଥିବା ସେ କହିଛନ୍ତି ।
@PTI