ଜୟପୁର: ରାଜସ୍ଥାନରେ ଫୋନ ଟ୍ୟାପିଂ ମାମଲାରେ କେନ୍ଦ୍ରକୁ ଜବାବ ଦେଇଛି ରାଜ୍ୟ । କେନ୍ଦ୍ର ଗୃହମନ୍ତ୍ରଣାଳୟ ମାଗିଥିବା ରିପୋର୍ଟକୁ ଆଧାର କରି ରାଜ୍ୟ ସରକାର ଏହାର ଜବାବ ଦେଇଛନ୍ତି । ରିପୋର୍ଟ ମାଗିବାର 3 ଦିନ ପରେ ଏହି ଜବାବ ଦିଆଯାଇଥିବା ଜଣାପଡିଛି ।
ଜବାବରେ କୁହାଯାଇଛି ଯେ, ଫୋନ ଟ୍ୟାପିଂରେ ସରକାର ପୂରା ପ୍ରକ୍ରିୟାକୁ ପାଳନ କରନ୍ତି । ଗୃହ ସଚିବଙ୍କ ଅନୁମତି ପରେ ହିଁ ଟ୍ୟାପିଂ କରାଯାଏ । ଏଥିରେ କୌଣସି ପ୍ରକାର ନିୟମ ଉଲଙ୍ଘନ ହୋଇନାହିଁ ।
ସୂଚନାଥାଉକି, ରାଜସ୍ଥାନରେ ଘୋଡାବେପାର ହୋଇଥିବା ନେଇ ଦୁଇଟି ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା । ଯାହାକୁ ନେଇ କଂଗ୍ରେସ ବିଜେପିକୁ ଘେରିଥିଲା । ତେବେ ଏହାର ଜବାବରେ ବିଜେପି ରାଜ୍ୟରେ ଫୋନ ଟ୍ୟାପିଂ ହେଉଥିବାର ଅଭିଯୋଗ ଆଣିଥିଲା । ଯେଉଁଥିପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜସ୍ଥାନ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଏହାର ରିପୋର୍ଟ ମାଗିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ