ETV Bharat / bharat

କୋରୋନା ସତର୍କତା : ସର୍ବସାଧାରଣ ସ୍ଥାନରେ ଛେପ ପକାଇବାରେ ରାଜସ୍ଥାନ ସରକାରଙ୍କ କଟକଣା

author img

By

Published : Apr 10, 2020, 11:56 PM IST

ରାଜସ୍ଥାନରେ ମହାମାରୀ ରୋଗ ଅଧିନିୟମ 1957 ର ଧାରା 2 ଅନୁଯାୟୀ ପାନ, ତମାଖୁ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଚୋବାଇବା ପରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ସରକାର ନିଷେଧ କରିଛନ୍ତି । ଆଇପିସିର ଧାରା 188 ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ । ବୋଲି ସ୍ବାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଜୟପୁର: ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ କରିବା ବା ଛେପ ପକାଇବା ଦ୍ବାରା କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଏବେ ଏହାକୁ ଆଖି ଆଗରେ ରଖି କୋରୋନା ସତର୍କତା ସ୍ବରୁପ ରାଜସ୍ଥାନ ସରକାର ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବିଧାନ ରହିଥିବା କହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ରାଜସ୍ଥାନରେ ମହାମାରୀ ରୋଗ ଅଧିନିୟମ 1957ର ଧାରା 2 ଅନୁଯାୟୀ ପାନ, ତମାଖୁ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଚୋବାଇବା ପରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି । ଆଇପିସିର ଧାରା 188 ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଶୁକ୍ରବାର ରାଜସ୍ଥାନରେ କୋରୋନା ସଂକ୍ରମଣର 57 ଟି ନୂଆ ମାମଲା ରିପୋର୍ଟ ହୋଇଥିଲା, ଯାହା ପରେ ଏହି ସଂଖ୍ୟା 520 ରେ ପହଞ୍ଚିଥିଲା ଏଥିସହିତ ରାଜସ୍ଥାନରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ଜୟପୁରରେ 3 ଜଣ, ଭିଲୱାରେ ଜଣଙ୍କର ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.