ETV Bharat / bharat

ରାଜସ୍ଥାନର ଚିନ୍ତା ବଢାଉଛି ଦିଲ୍ଲୀ, ବଢିଲା ପଜିଟିଭ ସଂଖ୍ୟା - ଦିଲ୍ଲୀ ନିଜାମୁଦ୍ଦିନ ମର୍କାଜ ସମାବେଶ

ପୂର୍ବରୁ ବୁଧବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଏହି ସଂଖ୍ୟା 108 ଥିଲା । ତେବେ ଆଉ 12 ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ସହ ଏମାନେ ସମସ୍ତେ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

ରାଜସ୍ଥାନର ଚିନ୍ତା ବଢାଉଛି ଦିଲ୍ଲୀ, ବଢିଲା ପଜିଟିଭ ସଂଖ୍ୟା

author img

By

Published : Apr 1, 2020, 11:31 PM IST

ଜୟପୁର: ରାଜସ୍ଥାନ ପାଇଁ ମୁଣ୍ଡବିନ୍ଧା ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନର ମର୍କାଜ ସମାବେଶ । ଏଠାରେ ଯୋଗ ଦେଇ ଫେରିଥିବା ଲୋକଙ୍କ ମଧ୍ୟରୁ 12 ଜଣ ପଜିଟିଭ ବାହାରିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 120 ଛୁଇଁଛି ।

ପୂର୍ବରୁ ବୁଧବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଏହି ସଂଖ୍ୟା 108 ଥିଲା । ତେବେ ଆଉ 12 ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ସହ ଏମାନେ ସମସ୍ତେ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ଚୁରୁରେ ସର୍ବାଧିକ 7, ଟୋଙ୍କରେ 4 ଓ ଅଲୱାରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଦିଲ୍ଲୀ ମର୍କାଜର ତବଲିଘି ଧାର୍ମିକ ସମାବେଶରେ ଯୋଗ ଦେଇଥିବା ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସରକାର ଏହି ସମାବେଶରେ ଯୋଗ ଦେଇଥିବା 64 ଜଣଙ୍କୁ ଚିହ୍ନଟ କରିଥିଲେ । ଏମାନଙ୍କ ମଧ୍ୟରୁ କେତେକଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଆଉ କିଛି ଲୋକଙ୍କୁ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଆହୁରି କିଛି ଲୋକଙ୍କୁ ପୋଲିସ ଖୋଜୁଛି । ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ବୋଲି ଜଣାପଡିଛି ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.