ETV Bharat / bharat

ଲକଡାଉନରେ ବାତିଲ ହେଲା ବାହାଘର, ପଡିବନି 23 ହଜାର ହାତଗଣ୍ଠି

ବାହାଘରରେ ଫୁଟିବନି ବାଣ, ବାଜିବନି ଶୁଭ ବାଜା ଓ ଜଳିବନି ଲାଇଟ। ବିନା ବରଯାତ୍ରୀରେ ନିଜର ପରିବାର ସଦସ୍ୟଙ୍କ ସହ ସାମଜିକ ଦୁରତା ଅବଲମ୍ବନ କରାଯିବ ଅନୁଷ୍ଠିତ ଶୁଭ ବିବାହ। ଅଧିକ ଖବର ପଢନ୍ତୁ...

rajasthan: 23,000 weddings cancelled
marrige
author img

By

Published : Apr 26, 2020, 12:19 PM IST

ଜୟପୁର: ରାତିପାହିଲେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ 23 ହଜାର ଯୋଡି। ସାତଫେରା ନେଇ ସାତଜନ୍ମକୁ ସାଥୀ ହୋଇଥାନ୍ତେ। ହେଲେ ସବୁ ଯୋଜନାକୁ ଫସର ଫଟେଇଦେଲା ଲକଡାଉନ। ଏବେ କିଛି ବିବାହକୁ ବାତିଲ କରାଯିବା ସହ ନିରାଡମ୍ବର ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ବାହାଘରରେ ଫୁଟିବନି ବାଣ, ବାଜିବନି ଶୁଭ ବାଜା ଓ ଜଳିବନି ଲାଇଟ। ବିନା ବରଯାତ୍ରୀରେ ନିଜର ପରିବାର ସଦସ୍ୟଙ୍କ ସହ ସାମଜିକ ଦୁରତା ଅବଲମ୍ବନ କରାଯାଇ ଅନୁଷ୍ଠିତ ହେବ ଶୁଭ ବିବାହ। ତେବେ ଅକ୍ଷୟ ତୃତୀୟାରେ ବିଭିନ୍ନ ଶୁଭ କାର୍ଯ୍ୟ କରାଯାଏ। ଏହି ଦିନ ଅନେକ ବୈବାହିକ କାର୍ଯ୍ୟର ମଧ୍ୟ ଆୟୋଜନ କରାଯାଇଥାଏ।। ଚଳିତ ବର୍ଷ ଲକଡାଉନ ପାଇଁ ବିବାହ, ବ୍ରତ ଭଳି ସାମୂହିକ ଉତ୍ସବକୁ ସ୍ଥଗିତ ରଖାଯାଇଛି।

ଏ ବର୍ଷ ରାଜସ୍ଥାନରେ ହେବାକୁ ଥିବା ପାଖାପାଖି 23 ହଜାର ବିବାହ ଉତ୍ସବକୁ ବାତିଲ କରିଛନ୍ତି ରାଜସ୍ଥାନ ସରକାର। ସେଥିମଧ୍ୟରୁ ଜୟପୁରରେ 3 ହଜାର ବିବାହ ଉତ୍ସବ ମଧ୍ୟ ସାମିଲ ରହିଛି। କିଛି ବିବାହ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଏହାକୁ ଅତି ସାଧାରଣ ଭାବେ ଅନୁଷ୍ଠିତ କରାଯିବ। ଏହି ବିବାହ ଉତ୍ସବରେ 5 ଜଣରୁ ଅଧିକ ଲୋକ ସମବେତ ହେବେ ନାହିଁ ନିଶ୍ଚିତତା ଦେବା ଜରୁରୀ।

ଏତେ ସଂଖ୍ୟକ ବିବାହ କାର୍ଯ୍ୟଗୁଡ଼ିକର ବାତିଲ୍ ହେବା ପରେ ଶହ ଶହ କୋଟି ବ୍ୟବସାୟର କ୍ଷତି ହୋଇଛି। ହୋଟେଲ, ବିବାହ ପ୍ରାସାଦ, କ୍ୟାଟେରିଂ, ବସ୍ତ୍ର ଏବଂ ଅଳଙ୍କାରର ବାଣିଜ୍ୟ ମଧ୍ୟ ବନ୍ଦ ପଡି ରହିଛି। ସୂଚନା ଥାଉକି, ରାଜସ୍ଥାନରେ ବିବାହ ସାଧାରଣତଃ ବଡ଼ ଧୁମଧାମରେ ଅନେକ ଅତିଥିଙ୍କ ଗହଣରେ ପାଳନ କରାଯାଏ। ଜଣେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ବିବାହ ସମାରୋହ ପାଇଁ ବ୍ୟାଙ୍କରୁ ରଣ ନେଇଥାନ୍ତି। ହେଲେ ଚଳିତ ବର୍ଷ ରଣ ପରିମାଣ ହ୍ରାସ ପାଇଥିବା ବ୍ୟାଙ୍କସ୍ ମାନେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.