ମୁମ୍ବାଇ: କୋହିନୁର କୋଠା ମାମଲାରେ ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରମୁଖ ରାଜ ଠାକରେଙ୍କୁ ଜେରା କରୁଛି ଇଡି । ରାଜ ଇଡି ଅଫିସରେ ପହଞ୍ଚିଥିବାବେଳେ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି ।
ମୁମ୍ବାଇ ପୋଲିସ ଗୁରୁବାର ସକାଳୁ ଏମଏନଏସର ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିବା ଆରମ୍ଭ କରି ଦେଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମୁମ୍ବାଇର ଚାରୋଟି ଥାନା କ୍ଷେତ୍ରରେ 144 ଧାରା ଲଗାଇ ଦିଆଯାଇଛି । ମେରାଇନ ଡ୍ରାଇଭ ସମେତ ଏମଆରଏ ମାର୍ଗ, ଦାଦର ଓ ଆଜାଦ ମୈଦାନରେ 144 ଧାରା ଲଗାଯାଇଛି ।
ରାଜ ଠାକରେ ଇଡି ଅଫସରେ ପ୍ରବେଶ ପୂର୍ବରୁ ତାଙ୍କ ପତ୍ନୀ ମଧ୍ୟ ସାଥିରେ ଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ସମ୍ମାନ ଜଣାଇବା ସହ କାର୍ଯ୍ୟକର୍ତ୍ତାଙ୍କୁ ଶାନ୍ତି ବଜାୟ ରଖିବାକୁ ରାଜ ବ୍ୟକ୍ତିଗତ ଅପିଲ କରିଛନ୍ତି ।