ETV Bharat / bharat

ଘର ବାହୁଡିବେ ଫସିଥିବା ଶ୍ରମିକ, ଗଡିବ 6ଟି ‘ଶ୍ରମିକ ଟ୍ରେନ’ - ଭାରତୀୟ ରେଳ ସେବା

ଲକଡାଉନ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ନାଗରିକଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଭାରତୀୟ ରେଳ ପକ୍ଷରୁ ଚାଲିବ 6ଟି ଟ୍ରେନ । ଅଧିକ ପଢ଼ନ୍ତୁ...

ndian Railways, Shramik Special Trains, migrant workers, pilgrims, tourists, students, persons stranded at different places due to lockdown, ଘର ବାହୁଡିବେ ଫସିଥିବା ଶ୍ରମିକ, ଗଡିବ 6ଟି ‘ଶ୍ରମିକ ଟ୍ରେନ’, ଭାରତୀୟ ରେଳ ସେବା, ପିୟୂଷ ଗୋୟଲ
ଘର ବାହୁଡିବେ ଫସିଥିବା ଶ୍ରମିକ, ଗଡିବ 6ଟି ‘ଶ୍ରମିକ ଟ୍ରେନ’
author img

By

Published : May 1, 2020, 8:57 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ଜାରି ରହିଛି, ଯାହା କାରାଣରୁ ବିଭିନ୍ନ ରାଜ୍ୟରେ ଅନେକ ଲୋକ ଫସି ରହିଛନ୍ତି । ତେବେ ସବୁଠାରୁ ଅଧିକ ଯେଉଁମାନେ ଅଧିକ ହଇରାଣ ହେଉଛନ୍ତି ସେମାନ ହେଉଛିନ୍ତି ଶ୍ରମିକ । ସେମାନଙ୍କ ପାଇଁ ଏବେ ଆସିଛି ଖୁସି ଖବର । କେନ୍ଦ୍ର ସରକାର ସେମାନଙ୍କ ପାଇଁ 6ଟି ସ୍ପେସିଆଲ ‘ଶ୍ରମିକ ଟ୍ରେନ’ ଚଲାଇବାକୁ ଅନୁମତି ଦେଇଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରେଳମନ୍ତ୍ରୀ ପିୟୂଷ ଗୋୟଲ, ସେନା ମୁଖ୍ୟ ଜେନେରାଲ ବିପିନ ରାୱତ, କ୍ୟାବିନେଟ ସଚିବ ରାଜିବ ଗୌବା ଓ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ର ଉପସ୍ଥିତ ଥିଲେ ।

ndian Railways, Shramik Special Trains, migrant workers, pilgrims, tourists, students, persons stranded at different places due to lockdown, ଘର ବାହୁଡିବେ ଫସିଥିବା ଶ୍ରମିକ, ଗଡିବ 6ଟି ‘ଶ୍ରମିକ ଟ୍ରେନ’, ଭାରତୀୟ ରେଳ ସେବା, ପିୟୂଷ ଗୋୟଲ
ଘର ବାହୁଡିବେ ଫସିଥିବା ଶ୍ରମିକ, ଗଡିବ 6ଟି ‘ଶ୍ରମିକ ଟ୍ରେନ’

ବୈଠକ ପରେ ରେଳମନ୍ତ୍ରୀ ପିୟୂଷ ଗୋୟଲ ଟ୍ବିଟ କରି କହିଛନ୍ତି ଯେ, ‘‘ଲକଡାଉନ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ନାଗରିକଙ୍କୁ ରେଳ ବିଭାଗ ଦ୍ବାରା ନିଜ ରାଜ୍ୟକୁ ପଠାଯିବା ନେଇ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ । ଶ୍ରମିକ ସ୍ପେସିଆଲ ଟ୍ରେନ ଯୋଗେ ଶ୍ରମିକମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ଭାରତୀୟ ରେଲୱେ ପହଁଞ୍ଚାଇବ ନିଶ୍ଚୟ ।’’

ରେଳମନ୍ତ୍ରୀ ପିୟୂଷ ଗୋୟଲ ଟ୍ବିଟ କରି ଦେଲେ ସୂଚନା

ତେବେ କେବଳ ଶ୍ରମିକ ନୁହନ୍ତି ଏହି ଟ୍ରେନରେ ତୀର୍ଥ ଯାତ୍ରୀ, ଛାତ୍ରଛାତ୍ରୀ, ପର୍ଯ୍ୟଟକ ମାନେ ମଧ୍ୟ ନିଜ ରାଜ୍ୟକୁ ଫେରିବେ ।

ରେଲୱେ ଏହାର ସମସ୍ତ ଜୋନ ପାଇଁ ନିର୍ଦ୍ଦେଶ ଜାରି କରିଛି । ସମସ୍ତ ରାଜ୍ୟ ମାନଙ୍କ ଠାରୁ ତାଙ୍କ ଆବଶ୍ୟକତା ପଚାରିବାକୁ କୁହାଯାଇଛି । ସବୁ ଠିକ ରହିଲେ ଦିନେ ଦୁଇ ଦିନରେ ସମସ୍ତ ସ୍ପେସିଆଲ ଟ୍ରେନ ଆରମ୍ଭ କରାଯିବ । ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର ମହାରାଷ୍ଟ୍ରରୁ ନିଜ ଶ୍ରମିକଙ୍କୁ ଆଣିବା ପାଇଁ ଅନୁମତି ଦେଇଥିବା ବେଳେ ବିହାର ଏପର୍ଯ୍ୟନ୍ତ ଅନୁମତି ଦେଇ ନାହିଁ ।

ଲକଡାଉନ ଆରମ୍ଭ ହେବା ପରେ ପରେ ହିଁ ଯାତ୍ରୀଙ୍କ ପାଇଁ ଟ୍ରେନ ସେବା ବନ୍ଦ ଥିଲା । ତେବେ ବାରମ୍ବାର ପ୍ରବାସୀ ଶ୍ରମିକଙ୍କ ପାଇଁ ଟ୍ରେନ ଚଳାଚଳ ପାଇଁ ଦାବି ହେଉଥିଲା । ଝାରଖଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ସ୍ପେସିଆଲ ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଏହି ଟ୍ରେନ ତେଲେଙ୍ଗାନା ଲିଙ୍ଗମପଲ୍ଲୀରେ ଫସିଥିବା 1200 ପ୍ରବାସୀ ଶ୍ରମିକଙ୍କୁ ନେଇ ଝାରଖଣ୍ଡ ହଟିଆରେ ଶୁକ୍ରବାର ରାତିରେ ପହଁଞ୍ଚିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.