ETV Bharat / bharat

ଟ୍ରେନ ବଗିରେ ନିର୍ମାଣ ହେବ 3 ଲକ୍ଷ ଆଇସୋଲେସନ ଓ କ୍ବାରେଣ୍ଟାଇନ ବେଡ - Railways is preparing to set up 3.2 lakh isolation & quarantine beds

ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନର ବଗି ଗୁଡିକରେ 3 ଲକ୍ଷରୁ ଅଧିକ ଆଇସୋଲେସନ ଓ କ୍ବାରେଣ୍ଟାଇନ ବେଡ ପ୍ରସ୍ତୁତ କରାଯିବ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Railways is preparing to set up 3.2 lakh isolation & quarantine beds by modifying 20000 coaches
ଟ୍ରେନ ବଗିରେ ନିର୍ମାଣ ହେବ 3 ଲକ୍ଷ ଆଇସୋଲେସନ ଓ କ୍ବାରେଣ୍ଟାଇନ ବେଡ
author img

By

Published : Apr 1, 2020, 10:53 PM IST

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନର ବଗି ଗୁଡିକରେ ଆଇସୋଲେସନ ଓ କ୍ବାରେଣ୍ଟାଇନ ବେଡ ପ୍ରସ୍ତୁତ କରାଯିବ । ଏନେଇ ରେଳବାଇ ୨୦ ହଜାର କୋଚକୁ ପରିବର୍ତ୍ତିତ କରି ୩.୨ଲକ୍ଷ ବେଡ ପ୍ରସ୍ତୁତ କରିବ । ବର୍ତ୍ତମାନ ସୁଦ୍ଧା ୫ ହଜାର ବଗିକୁ ଆଇସୋଲେସନ ୱାର୍ଡରେ ପରିବର୍ତ୍ତିତ କରାଯାଉଛି । ସେହିପରି ଆବଶ୍ୟକୀୟ ସାମଗ୍ରୀ ଯଥା- ଟେଷ୍ଟିଙ୍ଗ କିଟ, ମେଡିସିନ ଓ ମାସ୍କ ଆଦିର ପରିବହନ ପାଇଁ ବିମାନର ସାହାର୍ଯ୍ଯ ନିଆଯିବ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

ସେହିପରି ତବଲିଗି ଜାମାତର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରାୟ ୧୮୦୦ ସନ୍ଦିଗ୍ଧଙ୍କୁ ୯ଟି ହସ୍ପିଟାଲର କ୍ବାରେଣ୍ଟାଇନ ୱାର୍ଡରେ ଭର୍ତ୍ତି କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ତବଲିଗି ଜାମାତର ଏକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେଇଥିଲେ । ଏହି ସ୍ଥାନରେ ବହୁ ଲୋକଙ୍କୁ କୋରୋନା ସଂକ୍ରମଣ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଦେଶରେ ଲକଡାଉନ ୮ମ ଦିନରେ ପହଞ୍ଚିଛି । ଦେଶରେ ଜରୁରୀକାଳୀନ ଦ୍ରବ୍ୟ ଓ ସେବା ବ୍ୟତୀତ ଅନ୍ୟ ସମସ୍ତ କାରବାର ବନ୍ଦ କରାଯାଇଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.