ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ମେ 17 ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ କୌଣସି ଯାତ୍ରୀବାହୀ ଟ୍ରେନ ଗଡିବ ନାହିଁ ବୋଲି ଭାରତୀୟ ରେଳ ପକ୍ଷରୁ କୁହାଯାଇଛି । କେବଳ ପ୍ରବାସୀ, ଛାତ୍ର, ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ ।
କୋଭିଡ-19 ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ମେ 17 ଯାଏଁ ସମସ୍ତ ଯାତ୍ରୀବାହୀ ସେବା ବନ୍ଦ ରଖିଥିବା ନେଇ ଶୁକ୍ରବାର ରେଳ ବିଭାଗ ସୂଚନା ଦେଇଥିଲା । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁଯାୟୀ ‘ଶ୍ରମିକ ଟ୍ରେନ’ ଚାଲିବା ନେଇ ଜାତୀୟ ପରିବହନ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ମାଲଗାଡି ଆଦି ପୂର୍ବ ଭଳି କାର୍ଯ୍ୟକ୍ଷମ ରହିବ ।