ETV Bharat / bharat

ବିଳମ୍ବରେ ପହଞ୍ଚିଲା ତେଜସ ଏକ୍ସପ୍ରେସ, ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

author img

By

Published : Oct 20, 2019, 10:56 AM IST

ପ୍ରଥମ ଥର ପାଇଁ ଷ୍ଟେସନରେ ବିଳମ୍ବରେ ପହଞ୍ଚିଲା ଭାରତର ପ୍ରଥମ ଘରୋଇ ଟ୍ରେନ ତେଜସ୍‌ ଏକ୍ସପ୍ରେସ । ଉକ୍ତ ଟ୍ରେନରେ ଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ 250 ଟଙ୍କା ଦିଆଯିବ ।

ଫାଇଲ ଫଟୋ

ଲକ୍ଷ୍ନୌ: ପ୍ରଥମ ଥର ପାଇଁ ଷ୍ଟେସନରେ ବିଳମ୍ବରେ ପହଞ୍ଚିଲା ଭାରତର ପ୍ରଥମ ଘରୋଇ ଟ୍ରେନ ତେଜସ ଏକ୍ସପ୍ରେସ । ବିଳମ୍ବ କାରଣରୁ ଯାତ୍ରୀଙ୍କୁ କ୍ଷତିପୂରଣ ଦିଆଯିବ । ଶନିବାର ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ଏହି ଟ୍ରେନରେ 451 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦିଲ୍ଲୀରୁ ଲକ୍ଷ୍ନୌ ଫେରୁଥିବାବେଳେ ଟ୍ରେନରେ 500 ଯାତ୍ରୀ ଥିଲେ ।

ସୂଚନାନୁସାରେ ଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ତେଜସ ଏକ୍ସପ୍ରେସ ମଧ୍ୟାହ୍ନ 12 ଟା 25ରେ ପହଞ୍ଚିବାର ଥିଲା । କିନ୍ତୁ ଟ୍ରେନଟି ଦ୍ବିପ୍ରହର 3 ଟା 40 ମିନିଟରେ ଷ୍ଟେସନରେ ପହଞ୍ଚିଥିଲା । ସେହିପରି ବିଳମ୍ବ କାରଣରୁ ରାତିରେ ମଧ୍ୟ ଟ୍ରେନ 10ଟା 05 ବଦଳରେ ରାତି 11ଟା 40ରେ ଲକ୍ଷ୍ନୌ ଷ୍ଟେସନରେ ପହଞ୍ଚିଥିଲା ।

ଟ୍ରେନ ବିଳମ୍ବ ହେବା କାରଣରୁ ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ 250 ଟଙ୍କା ମିଳିବ । ଆଇଆରସିଟିସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏଥିରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଫୋନରେ ଲିଙ୍କ ପଠାଇ ଦିଆଯାଇଛି । ଏହି ଲିଙ୍କରେ କ୍ଲିକ କରି ଯାତ୍ରୀ କ୍ଷତିପୂରଣ ଟଙ୍କା ଦାବି କରିପାରିବେ । ଆଇଆରସିଟିସି ନିୟମ ଅନୁସାରେ, ଦିଲ୍ଲୀ-ଲକ୍ଷ୍ନୌ ତେଜସ ଏକ୍ସପ୍ରେସର ଯାତ୍ରୀଙ୍କୁ 25 ଲକ୍ଷ ଟଙ୍କାର ରେଳ ଯାତ୍ରା ବୀମା ମିଳିବ । ସେହିପରି ଯାତ୍ରା ସମୟରେ ଚୋରି କିମ୍ବା ଡକାୟତି ହେଲେ 1 ଲକ୍ଷ ଟଙ୍କାର ବୀମା ରାଶି ଦିଆଯିବ ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.