ETV Bharat / bharat

ଏଣିକି କିସ୍ତିରେ ହେବ ରେଳ ଟିକେଟ୍ ବୁକିଂ

ଏଥର କିସ୍ତିରେ ହୋଇପାରିବ ରେଳ ଟିକେଟ୍ ବୁକିଂ । ଆଇଆରସିଟିସି ଏହି ସେବା ପ୍ରଦାନ କରୁଛନ୍ତି । ଏଥିପାଇଁ ଆପଣଙ୍କୁ 35 ଦିନ ଆଗରୁ ଟିକେଟ୍ ବୁକିଂ କରିବାକୁ ପଡିବ ।

ଫାଇଲ ଫଟୋ
author img

By

Published : Jul 27, 2019, 10:36 AM IST

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଅଗ୍ରିମ ଟିକେଟ୍ ପାଇଁ ପକେଟ୍‌ରେ ଟଙ୍କା ନାହିଁ ଯଦି ହୁଅନ୍ତୁ ନାହିଁ ଚିନ୍ତିତ । କାରଣ ଏଣିକି କିସ୍ତିରେ କରି ପାରିବେ ରେଳ ଟିକେଟ୍ ବୁକିଂ । ଆଇଆରସିଟିସି ସାଇଟରେ ଆପଣ କିସ୍ତିରେ କରି ପାରିବେ ଟିକେଟ୍‌ ବୁକିଂ । ଏହି ସୁବିଧା ବର୍ତ୍ତମାନ ଆଇଆରସିଟିସି ପ୍ରଦାନ କରୁଛି ।

ତେବେ ଏହି ସୁବିଧା ପାଇଁ ଆପଣଙ୍କୁ ଟିକେଟ୍ ବୁକିଂ କରିବା ସମୟରେ ମୋଟ ଅର୍ଥରାଶିର 25 ପ୍ରତିଶତ ଦେବେ । ବାକି 75 ପ୍ରତିଶତ ଅର୍ଥ ଯାତ୍ରା କରିବା ତାରିଖର 2 ଦିନ ପୂର୍ବରୁ ଦେବାକୁ ପଡିବ । ଯଦି ସମସ୍ତ ଅର୍ଥ ପଇଠ ନ ହୁଏ, ଟିକେଟ୍‌ ଆପେ ଆପେ କ୍ୟାନସେଲ ହୋଇଯିବ ।

ଏହି ସୁବିଧାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ 35 ଦିନ ପୂର୍ବରୁ ଟିକେଟ୍ ବୁକ କରିବାକୁ ପଡିବ । ଏନେଇ ଆଇଆରସିଟିସିର ଅଧିକାରୀ କୁହନ୍ତି, ଏହା ଏକ ପ୍ରକାର ଲୋନ ଅଟେ । ଏଥିରେ ବ୍ୟାଙ୍କମାନେ ମଧ୍ୟ ସୁବିଧା ପ୍ରଦାନ କରୁଛନ୍ତି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.