ETV Bharat / bharat

ଶଦୀହ ଯବାନ ଓ କୋରୋନା ପାଇଁ ଆଜି ଜନ୍ମଦିନ ପାଳିବେ ନାହିଁ ରାହୁଲ - ଶଦୀହ ଯବାନ ଓ କୋରୋନା

ଦେଶର ଏବେ ଦୁଇଟି ଲଢେଇ କରିଛି । ଗୋଟିଏ ମହାମାରୀ କୋରୋନା ସହ ଅନ୍ୟଟି ସୀମାରେ । ଏପରି ସ୍ଥିତିରେ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଶଦୀହ ଯବାନ ଓ କୋରୋନା ପାଇଁ ଆଜି ଜନ୍ମଦିନ ପାଳିବେ ନାହିଁ ରାହୁଲ

author img

By

Published : Jun 19, 2020, 11:26 AM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ 50 ବର୍ଷରେ ପଦାର୍ପଣ କରିଛନ୍ତି । ବିଶ୍ବ ମହାମାରୀ କୋରୋନାର ତାଣ୍ଡବ ଓ ଚୀନ ସହ ସଂଘର୍ଷ ଘଟି 20 ଜଣ ଯବାନଙ୍କ ଶହୀଦ ହୋଇଥିବାରୁ ଆଜି କୌଣସି ଉତ୍ସବ ମନାଇବେ ନାହିଁ ରାହୁଲ ।1970 ଜୁନ 19 ତାରିଖରେ ଜନ୍ମଗ୍ରହଣ କରିଥିଲେ ରାହୁଲ ।

ନ୍ଯୁଜ ଏଜେନ୍ସି, ପିଟିଆଇ ମୁତାବକ, କୌଣସି ଏକ ସୂତ୍ରରୁ ଜଣାପଡିଛି ଯେ, ଲଦାଖରେ ଭାରତ-ଚୀନ ସଂଘର୍ଷରେ 20 ଯବାନ ଶଦୀହ ହୋଇଛନ୍ତି । କୋରୋନା ଯୋଗୁଁ ଅନେକଙ୍କ ପରିବାର ଉଜୁଡି ଯାଇଛି । ଏପରି ସ୍ଥିତିରେ ନିଜ ରାହୁଲ ଗାନ୍ଧୀ ଜନ୍ମ ଦିନ ପାଳିବେ ନାହିଁ ବୋଲି ଜଣାପଡିଛି ।

ଏଥି ସହ ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ କୌଣସି ପ୍ରକାର ଉତ୍ସବ ଆୟୋଜନ ନକରିବାକୁ ଦଳ ନିଜ ରାଜ୍ୟ ତଥା ଜିଲ୍ଲା ୟୁନିଟ୍କୁ ମଧ୍ୟ କହିଛି। ସୂତ୍ରରୁ ପ୍ରକାଶ ଯେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ (ସଂଗଠନ) କେସି ବେନୁଗୋପାଳ ଦଳର ସମସ୍ତ ରାଜ୍ୟ ୟୁନିଟକୁ କୋଭିଡ -19 ସଙ୍କଟ ଏବଂ ସେନାଙ୍କ ବଳିଦାନ ଦେଇଥିବାରୁ ଏହି ଉତ୍ସବକୁ ବାତିଲ କରିବାକୁ କହିଛନ୍ତି ।

ବେନୁଗୋପାଳ ପରାମର୍ଶ ଦେଇଛନ୍ତି ଯେ, ଏହି ଦୁଃଖ ଘଡିରେ ଗରିବ ଲୋକଙ୍କ ପାଇଁ ଖାଦ୍ୟ କିଟ୍ ବଣ୍ଟନ କରାଯିବ । ଏହା ଦ୍ବାରା ଲୋକଙ୍କ ଯନ୍ତ୍ରଣାକୁ ହ୍ରାସ କରାଯାଇପାରିବ। ସୂତ୍ରରୁ ପ୍ରକାଶ ଯେ ସେମାନେ ସାହସୀ ଯବାନଙ୍କ ସ୍ମୃତିରେ ଦୁଇ ମିନିଟ୍ ପ୍ରାର୍ଥନା କରିବାକୁ ଦଳର ରାଜ୍ୟ ତଥା ଜିଲ୍ଲା ୟୁନିଟ୍କୁ ମଧ୍ୟ କହିଛନ୍ତି।

ସେ କହିଛନ୍ତି ଯେ କଂଗ୍ରେସର ଛାତ୍ର ସଂଗଠନ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଶୁକ୍ରବାର ଦିନ ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରିବ ଏବଂ ମହାମାରୀ ଦ୍ୱାରା ପ୍ରଭାବିତ ଗରିବ ଲୋକଙ୍କୁ ନଗଦ ପ୍ରୋତ୍ସାହନ ଦେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.