ଫ୍ରାନ୍ସ ରକ୍ଷାମନ୍ତ୍ରୀଙ୍କ ଅଫିସକୁ ଯାଇଥିଲେ ଅନୀଲ ଆମ୍ବାନୀ । ଏହି ସମୟରେ ହୋଇଥିବା ବୈଠକରେ ଅମ୍ବାନୀ କହିଥିଲେ ପ୍ରଧାନମନ୍ତ୍ରୀ ଆସିଲେ ଡିଲ୍ ସ୍ୱାକ୍ଷର ହେବ । ଯେଉଁଥିରେ ଅମ୍ବାନୀଙ୍କ ନାମ ରହିବ । ହେଲେ ସେ ସମୟର ପ୍ରତିରକ୍ଷା ମନ୍ତ୍ରୀ ଏହି ଡିଲ୍ ବାବଦରେ ଜାଣିନଥିବା ଦାବି କରିଛନ୍ତି ରାହୁଲ ଗାନ୍ଧୀ । ତେଣୁ ଏହି ଡିଲ୍ ପଛରେ ପ୍ରଧାନମନ୍ତ୍ରୀ ମିଡିଲ୍ ମ୍ୟାନ ବୋଲି ସେ କହିଛନ୍ତି ।
ସୂଚନା ରହିଛି କି ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିସାରିଛନ୍ତି । ଯେଉଁଥିରେ କେନ୍ଦ୍ରକୁ କ୍ଲିନ୍ ଚିଟ୍ ମିଳି ସାରିଛି । ତେବେ କଂଗ୍ରେସ କହିସାରିଛି ଯେ ସୁପ୍ରିମକୋର୍ଟଙ୍କୁ ଯେଉଁ ରିପୋର୍ଟ ଦିଆଯାଇଛି ସେଥିରେ ଅନେକ ତଥ୍ୟ ଭୁଲ ଦିଆଯାଇଛି । ମୋଦି ଜଣେ ଦୂର୍ନୀତିଗ୍ରସ୍ତ ନେତା ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସେ ଦାବି କରିଛନ୍ତି ।