ETV Bharat / bharat

ରାଜସ୍ଥାନ ହାଇଡ୍ରାମାରେ ରାହୁଲଙ୍କ ଏଣ୍ଟ୍ରି, ଟ୍ବିଟ ମାଧ୍ୟମରେ ଦେଲେ ଜବାବ

author img

By

Published : Jul 25, 2020, 8:03 AM IST

ରାଜସ୍ଥାନରେ ଚାଲିଥିବା ରାଜନୈତିକ ମହାସଂଗ୍ରାମରେ ପ୍ରଥମଥର ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ ଜରିଆରେ ନିଜର ମନ୍ତବ୍ୟ ଦେଇଛନ୍ତି । ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ ଦେଶରେ ସମ୍ବିଧାନ ଏବଂ ଆଇନର କିଛି ନିୟମ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜସ୍ଥାନ ହାଇଡ୍ରାମାରେ ରାହୁଲଙ୍କ ଏଣ୍ଟ୍ରି, ଟ୍ବିଟ ମାଧ୍ୟମରେ ଦେଲେ ଜବାବ
ରାଜସ୍ଥାନ ହାଇଡ୍ରାମାରେ ରାହୁଲଙ୍କ ଏଣ୍ଟ୍ରି, ଟ୍ବିଟ ମାଧ୍ୟମରେ ଦେଲେ ଜବାବ

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ମହାସଂଗ୍ରାମରେ ପ୍ରଥମଥର ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ ଜରିଆରେ ନିଜର ମନ୍ତବ୍ୟ ଦେଇଛନ୍ତି । ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ ଦେଶରେ ସମ୍ବିଧାନ ଏବଂ ଆଇନର କିଛି ନିୟମ ରହିଛି । ଜନତାଙ୍କ ବହୁମତରେ ସରକାର ଗଠନ ହୁଏ ଏବଂ ପରିଚାଳିତ ମଧ୍ୟ ହୁଏ ।

ରାଜସ୍ଥାନ ସରକାର ଭାଙ୍ଗିବା ପାଇଁ ବିଜେପିର ଏହି ଷଡଯନ୍ତ୍ର ପ୍ରାଞ୍ଜଳ ଭାବେ ଦୃଶ୍ୟମାନ ହେଉଛି । ଯାହାକି ରାଜସ୍ଥାନର 8 କୋଟି ଲୋକଙ୍କ ସମ୍ମାନ ଉପରେ ପ୍ରଶ୍ନ ଉଠୁଛି । ରାହୁଲ ଗାନ୍ଧି ଟ୍ବିଟରରେ ଏହା ମଧ୍ୟ ଲେଖିଛନ୍ତି ଯେ, ରାଜ୍ୟପାଳ ମହୋଦୟଙ୍କୁ ବିଧାସଭାରେ ଡାକିବା ଉଚିତ୍‌ । ଫଳରେ ସବୁ ସତ ସାମ୍ନାକୁ ଆସିବ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ରାହୁଲ ଗାନ୍ଧୀ କଂଗ୍ରେସ ବିଧାୟକଙ୍କୁ ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି ।

ଏହି ଟ୍ବିଟ୍‌ ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସଚିନ ପାଇଲଟଙ୍କ ସମେତ 19 ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ କଂଗ୍ରେସକୁ ଫେରିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସେପଟେ ବିଧାନସଭା ଅଧିବେଶନକୁ ଡାକିବା ପାଇଁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ରାଜ୍ୟପାଳ କଲରାଜ ମିଶ୍ରଙ୍କ ମଧ୍ୟରେ ସିଧାସଳଖ ବିବାଦ ଆରମ୍ଭ ହୋଇଯାଇଛି । ସିଏମ୍ ଗେହଲୋଟ୍ ନିଜର ସମର୍ଥକ ବିଧାୟକଙ୍କ ସହ ରାଜ ଭବନ ସାମ୍ନାରେ ଧାରଣା ଦେବା ଆରମ୍ଭ କରିଛନ୍ତି । ସେପଟେ ଏହି କୋରୋନା ଭଳି ସଙ୍କଟରେ ଏହି ସ୍ବଳ୍ପ ନୋଟିସରେ ଅଧିବେଶନ ଡାକିବାକୁ ଅନୁମତି ନଦେବା ପାଇଁ ରାଜ୍ୟପାଳ ଦୃଢ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.