ETV Bharat / bharat

ପଦାକୁ ଆସିଲା ପାକିସ୍ତାନର ସତ, ଧର୍ମେନ୍ଦ୍ର କହିଲେ ଦେଶକୁ କ୍ଷମା ମାଗନ୍ତୁ ରାହୁଲ

author img

By

Published : Oct 29, 2020, 8:16 PM IST

ପୁଲୱାମା ଆକ୍ରମଣ ଘଟଣାକୁ ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀ ଦେଶକୁ କ୍ଷମା ମାଗିବା ଉଚିତ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ପଦାକୁ ଆସିଲା ପାକିସ୍ତାନର ସତ, ଧର୍ମେନ୍ଦ୍ର କହିଲେ ଦେଶକୁ କ୍ଷମା ମାଗନ୍ତୁ ରାହୁଲ
ପଦାକୁ ଆସିଲା ପାକିସ୍ତାନର ସତ, ଧର୍ମେନ୍ଦ୍ର କହିଲେ ଦେଶକୁ କ୍ଷମା ମାଗନ୍ତୁ ରାହୁଲ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାରେ ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିବା ପରେ ଏବେ ଦେଶର ବିରୋଧୀଙ୍କୁ ଟାର୍ଗେଟ କରିଛି ବିଜେପି । ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିବା ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ।

ଧର୍ମେନ୍ଦ୍ର ନଜ ପ୍ରତିକ୍ରିୟାରେ କହିଛନ୍ତି, ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ । କଂଗ୍ରେସକୁ ଲଜ୍ୟା ଅନୁଭବ କରିବାର ଆବଶ୍ୟକତା ରହିଛି । ଏମାନେ ଦେଶର ସୈନିକ ଓ ବ୍ୟବସ୍ଥା ଉପରେ ଅନାସ୍ଥା ପ୍ରକଟ କରିଥିଲେ ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରଥମ ବର୍ଷ ଆବସରରେ ଅତ୍ୟନ୍ତ ନିନ୍ଦନୀୟ ବୟାନ ଦେଇଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପୁଲୱାମା ଘଟଣାରେ ସବୁଠୁ ଅଧିକ ଲାଭ କାହାକୁ ହୋଇଛି ବୋଲି ମୋଦି ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନ ପଚାରିଥିଲେ ରାହୁଲ । ଏହାସହ ଘଟଣାରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୃଟିକୁ ନେଇ ବିଜେପି ସରକାରଙ୍କୁ ଦାୟୀ କରିଥିଲେ କଂଗ୍ରେସ ନେତା ।

ରାହୁଲ ଶହୀଦ ଯବାନଙ୍କ ପ୍ରାର୍ଥୀବ ଶରୀରର ପ୍ରମାଣର ଫଟୋ ସେୟାର କରି ଟ୍ବିଟରେ ଲେଖିଥିଲେ ଯେ ଆଜି ଯେବେ ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କୁ ସ୍ମରଣ କରୁଛୁ, ସେତେବେଳେ ପ୍ରଶ୍ନ ପଚାରିବା ଦରକାର ଯେ ଏଥିରେ କାହାର ଅଧିକ ଲାଭ ହୋଇଛି ? କେବଳ ସେତିକି ନୁହେଁ ବିଜେପି ନିଜ ଲାଭ ପାଇଁ ପୁଲୱାମାରେ ଏହି ଆତଙ୍କବାଦୀ ଆକ୍ରମଣ କରାଇଥାଇପାରେ ବୋଲି ଅଭିଯୋଗ କରିଥିଲା କଂଗ୍ରେସ ।

ସେତେବେଳେ ରାହୁଲଙ୍କ ଏହି ବୟାନକୁ ନେଇ ଜୋର ଧରିଥିଲା ରାଜନୀତି । ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା । ସମସ୍ତେ କଂଗ୍ରେସ ନେତାଙ୍କ ବୟାନକୁ କଡା ନିନ୍ଦା କରିଥିଲେ ।

14 ଫେବୃଆରୀ 2019ରେ ଜାମ୍ମୁ କାଶ୍ମୀରର ପୁଲୱାମାରେ CRPF ଗାଡି ଉପରେ ଆକ୍ରମଣ କରାଯାଇଥିଲା। ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ଏକ କାର ସିଆରପିଏଫ ଗାଡିକୁ ଧକ୍କ ଦେଇଥିଲା । ଏହି ବିସ୍ଫୋରଣରେ ଭାରତୀୟ ସେନାର 40 ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.