ETV Bharat / bharat

ରାହୁଲଙ୍କ ଅଜବ ପ୍ରଶ୍ନ; ଏବେ ଆମେ ମାସ୍କ ପିନ୍ଧି ମୁହଁ କାହିଁକି ଲୁଚାଉଛୁ? - ରାହୁଲ ଗାନ୍ଧୀ ବୟାନ

ଯଦି ଆମେ କୋରୋନା ବିରୋଧରେ ଯଦି ଏତେ କମ ଦିନରେ ଯୁଦ୍ଧ ଜିତିବାର ଥିଲା ତେବେ ଆଜି ଆମେ କାହିଁକି ମାସ୍କ ପିନ୍ଧି ମୁହଁ ଲୁଚାଉଛୁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ରାହୁଲଙ୍କ ଅଜବ ପ୍ରଶ୍ନ; ଏବେ ଆମେ ମାସ୍କ ପିନ୍ଧି ମୁହଁ କାହିଁକି ଲୁଚାଉଛୁ?

author img

By

Published : Oct 5, 2020, 8:49 PM IST

ଚଣ୍ଡିଗଡ: ନିଜର ଅଜବ ଗଜବ ବୟାନକୁ ନେଇ ସବୁବେଳେ ଚାର୍ଚ୍ଚାରେ ରହିଆସିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କେତେବେଳେ ଚୌକିଦାର ଚୋର ତ ଆଉ କେତେବେଳେ ଦେଶରେ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବା ହେଉ, ସବୁବେଳେ ସାମାଲୋଚନାର ସାମ୍ନା କରିଆସିଛନ୍ତି ରାହୁଲ । ତେବେ ଏହି କ୍ରମରେ ମହାମାରୀ କୋରୋନା ଭାଇରସ ଲଢେଇ ଓ ମାସ୍କ ପିନ୍ଧିବାକୁ ନେଇ ସେ ଏକ ଅଜବ ଯୁକ୍ତ କରିଛନ୍ତି ।

ରାହୁଲଙ୍କ ବୟାନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଆମେ 22 ଦିନ ମଧ୍ୟରେ କୋରୋନା ବିରୋଧରେ ଯୁଦ୍ଧ ଜିତିବା । 22 ଦିନ ବିତିଗଲାଣି କି? ଯଦି ଆମେ ଏତେ କମ ଦିନ ମଧ୍ୟରେ ଏହି ଯୁଦ୍ଧରେ ବିଜୟ ହାସଲ କରିବାର ଥିଲା, ତେବେ ଆଜି ଆମେ କାହିଁକି ମାସ୍କ ପିନ୍ଧି ମୁହଁ ଲୁଚାଉଛୁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ରାହୁଲଙ୍କ ଅଜବ ପ୍ରଶ୍ନ; ଏବେ ଆମେ ମାସ୍କ ପିନ୍ଧି ମୁହଁ କାହିଁକି ଲୁଚାଉଛୁ?

ମହାମାରୀ କୋରୋନାକୁ ପ୍ରତିହତ କରିବାର ଏକ ମାତ୍ର ରାସ୍ତା ହେଉଛି ମାସ୍କ ପରିଧାନ ଏବଂ ସାନିଟାଇଜର । ଏନେଇ କେନ୍ଦ୍ରସରକାର ଜନସାଧାରଣଙ୍କୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଏହା ଏକ ଲମ୍ବା ଯୁଦ୍ଧ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ବିରୋଧରେ ଜାରି ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରୟାସ ଚଳାଇଛନ୍ତି । ଏପରିସ୍ଥିତିରେ ରାହୁଲଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିକଟରେ ପଞ୍ଜାବରେ ହୋଇଥିବା ରାଲିରେ ବିଳାସପୂର୍ଣ୍ଣ ଟ୍ରାକ୍ଟରରେ ବସି ଟ୍ରୋଲ ହୋଇଥିଲେ ରାହୁଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.