ETV Bharat / bharat

କୋରୋନା ବିରୁଦ୍ଧରେ କେନ୍ଦ୍ରର ମୁକାବିଲାକୁ ନେଇ ପ୍ରଶ୍ନ କଲେ ରାହୁଲ

author img

By

Published : Jul 13, 2020, 11:58 AM IST

ଭାରତରେ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ ପାର କରିଛି । ଅନ୍ୟ ଦେଶ ତୁଳନାର ଭାରତ ସ୍ଥିତି ବିଗିଡିବାରେ ଲାଗିଛି । ଯାହାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ କୋରୋନା ମୁକାବିଲା ଉପରେ କେନ୍ଦ୍ରକୁ ପୁଣି ପ୍ରଶ୍ନ କରିଛନ୍ତି ରାହୁଲ । ଅଧିକ ପଢନ୍ତୁ...

କୋରୋନା ବିରୋଧରେ କେନ୍ଦ୍ରର ମୁକାବିଲାକୁ ନେଇ ପ୍ରଶ୍ନ କଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତ ମାମଲା 8 ଲକ୍ଷ 80 ହଜାର ପାର କରିସାରିଛି । ସେଥିରୁ 23 ହଜାରରୁ ଅଧିକଙ୍କ ଜୀବନ ଯାଇଛି । ପ୍ରତ୍ୟକ ଦିନ ବୃଦ୍ଧି ପାଉଥିବା କୋରୋନାକୁ ନେଇ ପୂର୍ବ କଂଗ୍ରେସ ଅକ୍ଷଧ୍ୟ ଏକ ଚାର୍ଟ ସେୟାର ଭାରତର ସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି ରାହୁଲ ।

7 ଦିନ ମଧ୍ୟରେ ଆସିଥିବା କୋରୋନା ମାମଲାକୁ ନେଇ ରାହୁଲ ଏକ ଚାର୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଭାରତକୁ ଆମେରିକା, ଦକ୍ଷିଣ କୋରିଆ ଓ ନ୍ୟୁଜିଲାଣ୍ଡ ସହ ତୁଳନା କରାଯାଇଛି । ଏହି ଗ୍ରାଫ ଚାର୍ଟରେ ଭାରତରେ କୋରୋନା ମାମଲା ବଢୁଥିବାର ଦେଖିବାକୁ ମିଳିଛି । ଆମେରିକାରେ ସଂକ୍ରମଣ ହାର ଭାରତ ଅପେକ୍ଷା ଅଧିକ ରହିଛି । ସେହିଭଳି ଦକ୍ଷିଣ କୋରିଆ ଓ ନ୍ୟୁଜିଲ୍ୟାଣ୍ଡର ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।

ସୂଚନାଯୋଗ୍ୟ,କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଆସିଛନ୍ତି । କେତେବେଳେ ତୈଳ ଦର ବୃଦ୍ଧିକୁ ନେଇ ତ କେତେବେଳେ ଚୀନ-ଭାରତ ବିବାଦ । ମହାମାରୀ ପ୍ରସଙ୍ଗରେ ସରକାରଙ୍କ ପଦକ୍ଷେପକୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି ।

ସମଗ୍ର ବିଶ୍ବରେ କୋରୋନା ସଂକ୍ରମଣ ମାମଲା 1 କୋଟି 30 ଲକ୍ଷ ପାର କରିସାରିଛି । ମୃତ୍ୟୁ ସଂଖ୍ୟା 5 ଲକ୍ଷ 71 ହଜାରରେ ପହଞ୍ଚିଛି । ଆଶ୍ବସ୍ତିର ଖବର ସଂକ୍ରମିତଙ୍କ ମଧ୍ୟରୁ 75 ଲକ୍ଷ ଲୋକେ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ ସକ୍ରିୟ ମାମଲା ପାଖାପାଖି 50 ଲକ୍ଷ ରହିଛି ।

କୋରୋନା ଯୋଗୁଁ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 34 ଲକ୍ଷରୁ ଅଧିକ ରହିଥିବାବେଳେ 1 ଲକ୍ଷ 37 ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି ।ସେଥିମଧ୍ୟରୁ 15 ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ବ୍ରାଜିଲ ଅଛି, ଯେଉଁଠାରେ 18 ଲକ୍ଷରୁ ଅଧିକ ମାମଲା ରହିଛି । 72 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଭାରତର ସ୍ଥାନ ତୃତୀୟରେ ରହିଛି । ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 80 ହଜାରରେ ପହଞ୍ଚିଛି । 23 ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି ଏହି ଭାଇରସ । ବର୍ତ୍ତମାନ ସୁଦ୍ଧା ଏଥିରୁ 5 ଲକ୍ଷ 50 ହଜାରରୁ ଅଧିକ ସୁସ୍ଥ ହୋଇସାରିଛନ୍ତି । 3 ଲକ୍ଷରୁ ଅଧିକ ଲୋକେ ଏବେ ଚିକିତ୍ସାତି ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.