ETV Bharat / bharat

‘ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ବଦଳରେ ମୋଦି ସରକାର କଳା ନିୟମ ଆଣିଛନ୍ତି’

author img

By

Published : Sep 22, 2020, 1:41 PM IST

ରାଜ୍ୟସଭାରେ କୃଷି ସହ ଜଡିତ ନୂତନ ବିଲକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସର୍ବନିମ୍ନ ସମର୍ଥନ ମୂଲ୍ୟକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷି ସହ ଜଡିତ ନୂତନ ବିଲକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଏହାକୁ ଅନୁମୋଦନ କରିଛି। 6 ଟି ରବି ଫସଲର ନୂତନ ଏମଏସପି ପ୍ରକାଶ ପାଇଛି। ବିରୋଧୀ ତଥା କୃଷକ ସଂଗଠନଙ୍କ କହିବାନୁସାରେ, ନୂତନ କୃଷି ବିଲ୍ ବର୍ତ୍ତମାନର ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ପ୍ରଭାବ ପକାଇବ।

ଏହି ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସର୍ବନିମ୍ନ ସମର୍ଥନ ମୂଲ୍ୟକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ‘2014 ରେ ମୋଦି କୃଷକମାନଙ୍କୁ ନିର୍ବାଚନରେ ​​ସ୍ବାମୀନାଥନ୍ କମିଶନ ଏମଏସପି ଦେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ 2015 ରେ ମୋଦି ସରକାର ଏହା କରିପାରିବେ ନାହିଁ ବୋଲି କୋର୍ଟରେ କହିଛନ୍ତି। 2020 ରେ ସେ କଳା ନିୟମ ଆଣିଛନ୍ତି’ । ସେ କହିଛନ୍ତି ଯେ ମୋଦିଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ। ଏହାସହ ସେ କହିଛନ୍ତି, ‘କୃଷି ବିରୋଧୀ ନୂତନ ପ୍ରୟାସ, କୃଷକଙ୍କୁ ମୂଳରୁ ନାଶ, ପୁଞ୍ଜିପତି ବନ୍ଧୁଙ୍କ ବିକାଶ’ ।

ତେବେ ରାଜ୍ୟସଭାରୁ ନିଲମ୍ବିତ 8 ଜଣ ସାଂସଦ ରାତିସାରା ଧର୍ମଘଟରେ ବସ ରହିଥିଲେ। ମଙ୍ଗଳବାର ରାଜ୍ୟସଭାରେ ବିରୋଧୀ ଦଳର 8 ସାଂସଦଙ୍କୁ ନିଲମ୍ବନ ଦାବି ପ୍ରତ୍ୟାହାର କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଗୃହର ପ୍ରକ୍ରିୟାକୁ ବଏକଟ୍ କରିବାକୁ ବିରୋଧୀ ଦଳମାନଙ୍କୁ ନିବେଦନ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.