ETV Bharat / bharat

ମହାକାଶ ଖନନ ପାଇଁ ଦୌଡ

author img

By

Published : Oct 2, 2020, 9:44 AM IST

ବିଶ୍ବରେ ପ୍ରଭୁତ୍ବ ପାଇଁ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତା ପୃଥିବୀରୁ ଚନ୍ଦ୍ର ଓ ଚନ୍ଦ୍ରରୁ ମଙ୍ଗଳ ଗ୍ରହରେ ପହଞ୍ଚିଛି । ଉଭୟ ଦେଶ ଅଲୌକିକ ମହାକାଶରେ ଅର୍ଥନୈତିକ ସଂପ୍ରସାରଣ ପାଇଁ ଘୋଷଣା କରିଛନ୍ତି । ଆଉ ଏଥିଯୋଗୁଁ ସେମାନେ ଅବଶିଷ୍ଟ ବିଶ୍ବ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛନ୍ତି । ଯଦି କୌଣସି ଦେଶ ଚନ୍ଦ୍ରପୃଷ୍ଠରେ ଥିବା ସମ୍ବଳ ଉପରେ ଦାବି ନେଇ ଆପତ୍ତି ଉଠାଏ,ତାହା ହେଲେ ଆମେରିକା ବିରୋଧ କରିବ ବୋଲି ଚେତାବନୀ ଦେଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ମହାକାଶରେ ବ୍ୟବସାୟିକ ଖଣି ଖନନକୁ କାହିଁକି କୌଣସି ଦେଶ ବିରୋଧ କରିବ ? ସେନେଇ ଅଧିକ ପଢନ୍ତୁ...

ମହାକାଶ ଖନନ ପାଇଁ ଦୌଡ
ମହାକାଶ ଖନନ ପାଇଁ ଦୌଡ

ବିଶ୍ବରେ ପ୍ରଭୁତ୍ବ ପାଇଁ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତା ପୃଥିବୀରୁ ଚନ୍ଦ୍ର ଓ ଚନ୍ଦ୍ରରୁ ମଙ୍ଗଳ ଗ୍ରହରେ ପହଞ୍ଚିଛି । ଉଭୟ ଦେଶ ଅଲୌକିକ ମହାକାଶରେ ଅର୍ଥନୈତିକ ସଂପ୍ରସାରଣ ପାଇଁ ଘୋଷଣା କରିଛନ୍ତି । ଆଉ ଏଥିଯୋଗୁଁ ସେମାନେ ଅବଶିଷ୍ଟ ବିଶ୍ବ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛନ୍ତି । ଆମେରିକା ଓ ଚୀନ୍ ଭଳି ଭାରତ ମଧ୍ୟ ମଙ୍ଗଳ ଗ୍ରହ ଅନ୍ବେଷଣ କରୁଛି । ଯଦିଓ ଦୁଇ ଦେଶ ତୁଳନାରେ ଭାରତର ଗତି ଟିକେ କମ୍ । ଆମେରିକା ଓ ଚୀନର ମହତ୍ବାକାଂକ୍ଷୀ ମହାକାଶ ସଂପ୍ରସାରଣ ଗବେଷଣା ଯୋଜନା ଦୃଷ୍ଟିରୁ ଭାରତ ମଧ୍ୟ ନିଜର ମହାକାଶ ଗବେଷଣା କାର୍ଯ୍ୟକ୍ରମ ସୁଦୃଢ କରିବା ଜରୁରୀ ହୋଇପଡିଛି । ଯଦି କୌଣସି ଦେଶ ଚନ୍ଦ୍ରପୃଷ୍ଠରେ ଥିବା ସମ୍ବଳ ଉପରେ ଦାବି ନେଇ ଆପତ୍ତି ଉଠାଏ,ତାହା ହେଲେ ଆମେରିକା ବିରୋଧ କରିବ ବୋଲି ଚେତାବନୀ ଦେଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ମହାକାଶରେ ବ୍ୟବସାୟିକ ଖଣି ଖନନକୁ କାହିଁକି କୌଣସି ଦେଶ ବିରୋଧ କରିବ ? ୧୯୭୯ ମସିହାର ‘ମୁନ୍ ଟ୍ରିଟି’ ବା ଚନ୍ଦ୍ରମା ଚୁକ୍ତି ରେ ରହିଛି ଏହି ପ୍ରଶ୍ନର ଜବାବ୍ ।

ଭାରତ, ପାକିସ୍ତାନ ଓ ଫ୍ରାନ୍ସ ସମେତ ୧୮ଟି ଦେଶ ମଧ୍ୟରେ ସ୍ବାକ୍ଷର ହୋଇଥିଲା ମୁନ୍ ଟ୍ରିଟି । କିନ୍ତୁ ଆମେରିକା,ଚୀନ୍‌, ଋଷିଆ ଓ ବ୍ରିଟେନ ଏହି ଚୁକ୍ତିକୁ ଅନୁମୋଦନ କରି ନ ଥିଲେ । ଭାରତ ସରକାରୀ ଭାବେ ଚୁକ୍ତିରେ ସ୍ବାକ୍ଷର କରିଥିଲେ ମଧ୍ୟ ଏହାର ଉଦ୍ଦେଶ୍ୟକୁ ଅନୁମୋଦନ କରି ନ ଥିଲା । ଚୁକ୍ତିରୁ ଓହରିଯିବା ପାଇଁ ଭାରତ ଉପରେ ବେଶ୍ କିଛି ସମୟ ହେବ ଚାପ ପଡୁଛି । ଚନ୍ଦ୍ର ଓ ଅନ୍ୟ ମହାଜାଗତିକ ଗ୍ରହନକ୍ଷତ୍ରରେ କାର୍ଯ୍ୟକଳାପକୁ ପରିଚାଳନା କରିଥାଏ ଚନ୍ଦ୍ରମା ଚୁକ୍ତି । କେବଳ ଶାନ୍ତିପୂର୍ଣ୍ଣ ଭାବେ ମହାଜାଗତିକ ପିଣ୍ଡଗୁଡିକୁ ବ୍ୟବହାର କରିବା ପାଇଁ ଚୁକ୍ତିରେ ଉଲ୍ଲେଖ ଥିଲା । ଚୁକ୍ତିରେ ଉଲ୍ଲେଖିତ ନିୟମାବଳୀକୁ ପାଳନ କରି ଚନ୍ଦ୍ରର ସମ୍ବଳ ମାନବଜାତି ପାଇଁ ବ୍ୟବହାର କରାଯିବ ବୋଲି ବୁଝାମଣା ହୋଇଥିଲା । ତେବେ, ଚୁକ୍ତିରେ ସ୍ବାକ୍ଷର କରି ନ ଥିବା ଦେଶଗୁଡିକ ନିୟମଗୁଡିକୁ ଗ୍ରହଣ କଲେ ନାହିଁ । ସେଥିପାଇଁ ହିଁ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଏକଜିକ୍ୟୁଟିଭ ଅର୍ଡରରେ ମହାକାଶ ସମ୍ବଳ ଅନ୍ବେଷଣ ଓ ଏହାର ସୁବିନିଯୋଗ ନେଇ ଥିବା ଅନିଶ୍ଚିତତା ଦୂର କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଟ୍ରମ୍ପଙ୍କ ଏକଜିକ୍ୟୁଟିଭ ଅର୍ଡରରେ କୁହାଯାଇଛି ଯେ, ଆଉଟର୍ ସ୍ପେସକୁ ଆମେରିକା ‘ଗ୍ଲୋବାଲ୍ କମନ୍‌ସ’ ଭାବେ ଦେଖେ ନାହିଁ । ୧୯୭୯ର ଚନ୍ଦ୍ରମା ଚୁକ୍ତି ଏକ ବିଫଳ ଉଦ୍ୟମ ବୋଲି ଟ୍ରମ୍ପ କହିଛନ୍ତି । ଏହାଛଡା ଏହି ଚୁକ୍ତିରୁ ଚୀନ୍ ଅନାବଶ୍ୟକ ଫାଇଦା ଉଠାଇ ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ଆମେରିକା ସରକାର ଆଶଙ୍କା କରୁଛନ୍ତି ।

ଚୀନ୍ କିନ୍ତୁ ତାହାର ମହାକାଶ କାର୍ଯ୍ୟକ୍ରମ ସହ ଆଗକୁ ବଢିବାରେ ଲାଗିଛି । ଚୀନ୍‌ର ରହିଛି ନିଜସ୍ବ ମହାକାଶ ଏଜେଣ୍ଡା । ନିକଟରେ ଚୀନ୍ ଫ୍ଲେକ୍ସିଲେ୍ ଇନଫ୍ଲେଟବଲ୍ କାର୍ଗୋ ରିଏଂଟ୍ରି ଭେଇକିଲ ( ଏଫଆଇସିଆରଭି ) ପୃଥିବୀର କକ୍ଷକୁ ଛାଡିଛି । ଲଙ୍ଗ୍ ମାର୍ଚ୍ଚ -୫ବିର ପ୍ରଥମ ଉଡାଣ ଜରିଆରେ ଏହି ଭେଇକିଲ୍ ଛଡାଯାଇଛି । ପୂର୍ବରୁ ଚୀନ୍ ଚନ୍ଦ୍ର ଭିତ୍ତିକ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତି ପାଇଁ ପ୍ରସ୍ତାବ ଦେଇଥିଲା । ମହାକାଶ ସେବା, ଶୈଳ୍ପିକ ଉତ୍ପାଦନ ଓ ବ୍ୟବସାୟିକ ମହାକାଶ ଖନନ ଦ୍ବାରା ୧୦ ଟ୍ରିଲିୟନ ଆମେରିକୀୟ ଡଲାର ଏହାର ଅର୍ଥନୀତିକୁ ଆଣିବାକୁ ଲକ୍ଷ୍ୟ ରଖିଥିଲା ଚୀନ୍ । ଚୀନ୍‌ର ଏହି ଅତି ମହତ୍ବାକାଂକ୍ଷୀ ମହାକାଶ ମିଶନର ଚ୍ୟାଲେଞ୍ଜ କରି ଆମେରିକା ଆର୍ଟେମିସ୍ ପ୍ରୋଗ୍ରାମ୍ ପ୍ରଚଳନ କରିଥିଲା ।

ଚନ୍ଦ୍ରମାରେ ଦୀର୍ଘକାଳୀନ ସ୍ଥାୟୀ ଉପସ୍ଥିତି ପାଇଁ ଆମେରିକା ଏହି କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଘୋଷଣା କରିଥିଲା । ଏହାକୁ ଦୃଷ୍ଟିରେ ରଖି ଅନେକ ବିଶେଷଜ୍ଞ ୧୯୭୯ର ଚନ୍ଦ୍ରମା ଚୁକ୍ତିରୁ ଓହରିଯିବା ପାଇଁ ଭାରତକୁ ଦୃଢ ଭାବେ ପରାମର୍ଶ ଦେଇଛନ୍ତି । ଭାରତ ସରକାର ମଧ୍ୟ ଏହା ଉପରେ ଗୁରୁତ୍ବ ସହ ବିଚାର କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଭାରତ ମଧ୍ୟ ମଙ୍ଗଳଯାନ, ଚନ୍ଦ୍ରାୟନ ଭଳି ସଫଳ ମହାକାଶ ଅଭିଯାନ କରିଛି । ଏବେ ଗଗନଯାନ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି ଭାରତ । ଚୀନ୍‌ର ବଢିଚାଲିଥିବା ମହାକାଶ ପ୍ରଭୁତ୍ବକୁ ରୋକିବା ପାଇଁ ଭାରତ ଆମେରିକାର ସମର୍ଥନ ଆବଶ୍ୟକ କରେ ।

ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ଆମେରିକା ଏକ ବଡ ଧରଣର ମହାକାଶ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ସ୍ପେସ୍ ଲଞ୍ଚ ସିଷ୍ଟମ ପାଇଁ ନାସା ନୂଆ ଶକ୍ତିଶାଳୀ ରକେଟ୍ ନିର୍ମାଣ କରିବାରେ ଲାଗିଛି । ସ୍ପେସ୍ ଏକ୍ସ, ଆମାଜନ୍‌,ବୋଇଂ ଓ ଲକହିଡ୍ ମାର୍ଟିନ ଭଳି ଘରୋଇ କଂପାନିମାନେ ମଧ ରକେଟ୍ ଓ ଲଢୁଆ ଯାନ ବିକଶିତ କରୁଛନ୍ତି । ସ୍ପେସ୍ ଏକ୍ସ ଆଗରୁ ହିଁ ଏକାଧିକ ଅପରେସନାଲ ମିଶନ ଆରମ୍ଭ କରିସାରିଛି । ଆମେରିକାର ଘରୋଇ କମ୍ପାନୀମାନେ ସରକାରୀ ମହାକାଶ କୂଟନୀତିଜ୍ଞଙ୍କୁ ପ୍ରଶିକ୍ଷଣ, ସ୍ପେସ ଷ୍ଟେସନ ନିର୍ମାଣ ଓ ପୃଥିବୀରୁ ମହାକାଶଚାରୀ ଓ ଉପକରଣ ସ୍ଥାନାନ୍ତର ପାଇଁ ପ୍ରଶିକ୍ଷଣ ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

ଆମେରିକାର ଏସବୁ କାର୍ଯ୍ୟକଳାପକୁ ନିନ୍ଦା କରିଛି ଚୀନ୍ । ଆମେରିକା ନିଜର ଆର୍ଟେମିସ କାର୍ଯ୍ୟକ୍ରମ ଘୋଷଣା କଲା ଦିନ ହିଁ ଚୀନ୍ ଏଫଆଇଆରସିଭି ଲଞ୍ଚ କରିଥିଲା । ୨୦୫୦ ସୁଦ୍ଧା ଚୀନ୍ ଚନ୍ଦ୍ରପୃଷ୍ଠରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତି କରିବା ପାଇଁ ଯୋଜନା କରୁଛି । ଚାଇନା ଏରୋସ୍ପେଶ୍ ସାଇନ୍ସ ଆଣ୍ଡ୍ ଟେକ୍‌ନୋଲୋଜି କର୍ପୋରେସନ -ସିଏଏସସି ହେଉଛି ଚୀନ୍ ମହାକାଶ କାର୍ଯ୍ୟକ୍ରମର ମୁଖ୍ୟ କଂଟ୍ରାକ୍ଟର ।

ମହାକାଶ ଗବେଷଣା କ୍ଷେତ୍ରରେ ଉନ୍ନତି କରିଥିବା ଆମେରିକା, ଋଷିଆ, ୟୁରୋପୀୟ ସଂଘ, ଚୀନ୍ ଓ ଭାରତର ପଦାଙ୍କ ଅନୁସରଣ କରି ୟୁନାଇଟେଡ୍ ଆରବ ଏମିରେଟ୍ସ ମଧ୍ୟ ନିକଟରେ ନିଜର ମହାକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଜାପାନ ଓ ଆମେରିକା ଏଷ୍ଟରଏଡ୍ ମାଇନିଂ ପାଇଁ ସ୍ପେସସିପ୍ ମୁତୟନ କରିସାରିଛନ୍ତି । ଭାରତ ବହୁବର୍ଷ ତଳେ ଆରମ୍ଭ କରିଥିବା ନିଜର ମହାକାଶ ଅଭିଯାନ । ବର୍ତ୍ତମାନ ଭାରତ ସରକାର, ମହାକାଶକୁ ମାନବ ଛାଡିବା ଓ ଲୁନାର ରିସୋର୍ସ ମାଇନିଂ ପାଇଁ ଦୀର୍ଘକାଳିନ ବ୍ୟବସ୍ଥା କରୁଛନ୍ତି । ଚନ୍ଦ୍ରୟାନ ପରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ସାଇଟ୍ ପାଇଁ ଲକ୍ଷ୍ୟ ରଖିଛି । ଗଗନୟାନ କାର୍ଯ୍ୟକ୍ରମ ଜରିଆରେ ମାନବ ଯୁକ୍ତ ମହାକାଶ ମିଶନ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ୨୦୩୦ ସୁଦ୍ଧା ଭାରତ ନିଜର ସ୍ପେସ୍ ଷ୍ଟେସନ ପ୍ରତି । ପାଇଁ ଲକ୍ଷ୍ୟ ରଖିିଛି । ମୁନ୍ ଟ୍ରିଟି ସ୍ୱାକ୍ଷର କରିଥିବା ୧୮ଟି ଦେଶ ମଧ୍ୟରୁ କେବଳ ଭାରତ ଓ ଫ୍ରାନସ ହିଁ ସଫଳତାର ସହ ମହାକାଶ ଅଭିଯାନ କରିଛନ୍ତି । ଆମେରିକାର ଆର୍ମେଟିସ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଫ୍ରାନସ ସକାରାତ୍ମକ ରହିଛି ।

ଜାପାନ, ଅଷ୍ର୍ଟ୍ରେଲିଆ ଓ କାନାଡା ମଧ୍ୟ ଆମେରିକା ସହ ମହାକାଶ ଯାତ୍ରା ପାଇଁ ଇଚ୍ଛୁକ । ଆମେରିକା, ୠଷିଆ ଓ ଜାପାନର ସହଯୋଗରେ ଭାରତର ସ୍ପେସ୍ କ୍ୟାରିଅର ବେଶ୍ ସଫଳ ରହିଛି । ପରବର୍ତ୍ତୀ ସୁପରପାୱାର ହେବା ଲକ୍ଷ୍ୟରେ ଥିବା ଭାରତ, ଆମେରିକାର ଆର୍ଟେମିସ୍ ସ୍ପେସ୍ ପ୍ରୋଗ୍ରାମରେ ସାମିଲ ହେବା ଉଚିତ । ଏଥିସହ ଭାରତ ସ୍ୱାଧୀନ ଭାବେ ବି ମହାକାଶରେ ସମ୍ଭାବନା ଅନ୍ୱେଷଣ କରିବା ଦରକାର । କିନ୍ତୁ ଆମେରିକା-ଚୀନ୍ ମହାକାଶ ଯୁଦ୍ଧ ନେଇ ବି ଭାରତ ସଚେତନ ରହିବା ଦରକାର । ଚୀନ୍ ପ୍ରତି ଆମେରିକା ଖୋଲାଖୋଲି ଶତ୍ରୁତା ଆଚରଣ କରିବାରେ ଲାଗିଛି । ଚୀନଠାରୁ ସମ୍ଭାବ୍ୟ ବିପଦ ଆଶଙ୍କାରେ ଆମେରିକା ନିକଟରେ ମହାକାଶ ସାମରିକ ବାହିନୀ ଗଠନ କରିଛି । ଚୀନ୍ ଓ ଋଷିଆ ମହାକାଶ ଆଧାରିତ ଅସ୍ତ୍ରଶସ୍ତ୍ର ବିକଶିତ କରିଛନ୍ତି ବୋଲି ଆମେରିକୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ଏକ ରିପୋର୍ଟରେ ଦାବି କରାଯାଇଛି । ଚାଇନିଜ୍ କାଉଣ୍ଟର ସ୍ପେଶ୍ ୱିପନ୍‌ର ପ୍ରକୃତ ଉଦ୍ଦେଶ୍ୟ ଏହି ରିପୋର୍ଟରେ ଉଲ୍ଲେଖ ରହିଛି ।

ଭାରତ ୨୦୧୯ ମାର୍ଚ୍ଚ ମାସରେ ଏକ ସାଟେଲାଇଟ୍ ବିରୋଧୀ ଅସ୍ତ୍ର ପରୀକ୍ଷା କରିଥିଲା । ମହାକାଶ ଏବେ ଗୁରୁତ୍ୱପୂର୍ଣ୍ଣ ସାମରିକ ଓ ଅର୍ଥନୈତିକ ବେସରେ ପରିଣତ ହୋଇଛି ବୋଲି ଭାରତକୁ ସ୍ୱୀକାର କରିବାକୁ ପଡିବ । ଆଉ ସେହି ଅନୁସାରେ ପ୍ରାସଙ୍ଗିକ ସାମର୍ଥ୍ୟ ହାସଲ କରିବା ପାଇଁ ଯୋଜନା କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.