ETV Bharat / bharat

ଲକଡାଉନରେ ବିବାହ ବାତିଲ ହେଲେ ଆପଣାନ୍ତୁ ସୁରକ୍ଷିତ ଉପାୟ... - କୋରୋନା ମହାମାରୀ

2020ରେ ଅନେକ ଲୋକ ମ୍ୟାରେଜ ପାଇଁ ପ୍ରିପ୍ଲାନ କରିସାରିଥିଲେ । ଏପ୍ରିଲ ଓ ଜୁନରେ ଭଲ ଲଗ୍ନ ଥିବାରୁ ଅନେକ ଲୋକ ୱେଡିଂ ପ୍ଲାନର ସହ କଥା ହୋଇ ଆଗୁଆ ବୁକିଂ ମଧ୍ୟ କରିସାରିଥିଲେ । ହେଲେ ଲକଡାଉନ ମାଡରେ ସବୁ ଆଶା ଧୂଳିସାତ୍ ହୋଇଗଲା । ଅଧିକ ପଢନ୍ତୁ...

ଲକଡାଉନରେ ବିବାହ ବାତିଲ ହେଲେ ଆପଣାନ୍ତୁ ସୁରକ୍ଷିତ ଉପାୟ

author img

By

Published : May 12, 2020, 7:00 PM IST

ହାଇଦ୍ରାବାଦ: କୋରୋନା ମହାମାରୀ ଯୋଗୁଁ ସାରା ବିଶ୍ବ ପ୍ରଭାବିତ । ଧିରେ ଧିରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେଉଛି । ଦିନକୁ ଦିନ ବଢୁଛି ସଂକ୍ରମଣଙ୍କ ସଂଖ୍ୟା । ଏପରି ସମୟରେ ଲକଡାଉନ ଘୋଷଣା ଯୋଗୁଁ ସାରା ବିଶ୍ବରେ ଅନେକ କିଛି ଠପ୍ ହୋଇଛି । ଯାହା ମଧ୍ୟରେ ବିବାହ ଅନ୍ୟତମ ।

2020ରେ ଅନେକ ଲୋକ ମ୍ୟାରେଜ ପାଇଁ ପ୍ରିପ୍ଲାନ କରିସାରିଥିଲେ । ଏପ୍ରିଲ ଓ ଜୁନରେ ଭଲ ଲଗ୍ନ ଥିବାରୁ ଅନେକ ଲୋକ ୱେଡିଂ ପ୍ଲାନର ସହ କଥା ହୋଇ ଆଗୁଆ ବୁକିଂ ମଧ୍ୟ କରିସାରିଥିଲେ । ହେଲେ ଲକଡାଉନ ମାଡରେ ସବୁ ଆଶା ଧୂଳିସାତ୍ ହୋଇଗଲା । ବିଭିନ୍ନ ପ୍ରକାର କଟକଣା ମଧ୍ୟରେ କିଛି ବାହାଘର ହେଉଥିବାବେଳେ ବାକି ସମସ୍ତେ ନିଜ ତାରିଖ ଘୁଞ୍ଚାଇଛନ୍ତି ଅବା ଏବେ ପାଇଁ ବାତିଲ କରିଛନ୍ତି ।

ତେବେ ସବୁଠାରୁ ବଡ କଥା ଏହି ସମୟରେ ବିବାହ ବାତିଲ ହେଲେ ପ୍ରସ୍ତୁତି କରିଥିବା ସମସ୍ତ ଆୟୋଜନକୁ କିପରି ସମ୍ଭାଳିବେ । ଏବେ ସମୟରେ ସମସ୍ତେ ଆର୍ଥିକ ସମସ୍ୟାରେ ଥିବେ । ସେଥିପାଇଁ ହୁଏତ ଆପଣଙ୍କ ଅନେକ ଆଡଭାନ୍ସ ବୁକିଂର ଅର୍ଥ ଫେରାଇନପାରନ୍ତି ଅନେକ ସଂସ୍ଥା । ଏପରି ସମୟରେ ଆପଣଙ୍କୁ ଅନେକ କିଛି ପ୍ରଶ୍ନ ବିଷୟରେ ଆଗୁଆ ଜାଣିବାକୁ ହେବ । ସେହି ଅନୁସାରେ ଆପଣ ନିଜ ୱେଡିଙ୍ଗ ଭେଣ୍ଡରଙ୍କ ସହ କଥା ହୋଇପାରିବେ । ଏଥିପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ ବତାଇବୁ ଯାହାକୁ ଆପଣ ଫଲୋ କରିପାରିବେ ।

ଯଦି ବିବାହ ବାତିଲ କିମ୍ବା ପୁନଃନିର୍ଦ୍ଧାରଣ ହେଉଛି ତେବେ ଏଥିରେ କେତେ ଖର୍ଚ୍ଚ ହେବ ସେ ବିଷୟରେ କଥା ହୋଇଯାଆନ୍ତୁ । ସେମାନଙ୍କ ଫି କେତେ ରହିବ ତାହା ସ୍ପଷ୍ଟ ଭାବେ ପଚାରନ୍ତୁ । ଯଦି ଆପଣ ପୁନଃନିର୍ଦ୍ଧାରଣ କରୁଛନ୍ତି ତେବେ ୱେଡିଙ୍ଗ ପ୍ଲାନରଙ୍କ ଉପଲବ୍ଧ ଡେଟ୍ କେବେ ସେ ବିଷୟରେ ଜାଣିନିଅନ୍ତୁ । ଏପରି ହେଲେ ସେ ସମୟରେ ଆପଣଙ୍କୁ ଡେଟ୍ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । ଲକଡାଉନ ସରିବା ପରେ ଯଦି ମ୍ୟାରେଜ ହେଉଛି ତେବେ କଣ ସୁରକ୍ଷିତ ପଦକ୍ଷେପ ନେଉଛନ୍ତି ସଂସ୍ଥା ସେ ବିଷୟରେ ଟିକିନିଖି ଖବର ତାଙ୍କୁ ପଚାରିନିଅନ୍ତୁ ।

ଲୋକଙ୍କ ସୁରକ୍ଷା ପାଇଁ କଣ ସେମାନେ ଆଗୁଆ ପ୍ରସ୍ତୁତି କରିଛନ୍ତି, ବିବାହ ଦିନ ସୁରକ୍ଷା ପାଇଁ କଣ ଯୋଜନା ଉପଲବ୍ଧ ଅଛି, ସେମାନେ ଏହା ଉପରେ କିପରି ପ୍ରସ୍ତୁତି କରିଛନ୍ତି ଏସବୁ ୱେଡିଙ୍ଗ ପ୍ଲାନରଠାରୁ ବୁଝିନିଅନ୍ତୁ । ବିବାହ ତାରିଖ ଘୁଞ୍ଚାଇଲେ ପୁରୁଣା ଥିମ୍, ଫୁଡ ଲିଷ୍ଟ, ପ୍ଲାନରେ କିଛି ପରିବର୍ତ୍ତନ ହେବ ନା ତାହା ସମାନ ରହିବ ସେକଥା ମଧ୍ୟ ପଚାରନ୍ତୁ ।

ଗେଷ୍ଟ ଲିଷ୍ଟରେ ଚେଞ୍ଜ ହେଲେ ପୁରୁଣା ଡିଲ ଅନୁସାରେ ଅର୍ଥ ନେବେ ନା ନୂଆ ଅର୍ଥ ଡିମାଣ୍ଡ କରିବେ । ଯଦି ନିର୍ଦ୍ଦିଷ୍ଟ ୱେଡିଙ୍ଗ ପ୍ଲାନର ନାହାନ୍ତି ତେବେ କଣ ସମସ୍ତ ଭେଣ୍ଡର ଏକାଠି କାମ କରିବେ ଏକଥା ମୂଳରୁ ସ୍ପଷ୍ଟ କରିଦିଅନ୍ତୁ । ତାଙ୍କ ସହ ଯାହା ବି କଥା ହେବେ ତାହାର ଏକ ଇମେଲ ପଠାଇବାକୁ କହନ୍ତୁ ଏବଂ ଯଥାସମ୍ଭବ ଅନଲାଇନ କାରବାର କରନ୍ତୁ । ଧୈର୍ଯ୍ୟ ଧରନ୍ତୁ ବିବାହ ପାଇଁ ଯଥେଷ୍ଟ ଓ ଉପଯୁକ୍ତ ସମୟ ଅଛି । ତରବରିଆ କୌଣସି ନିଷ୍ପତ୍ତି ନେଇ ସମସ୍ୟାରେ ପଡନ୍ତୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.