ETV Bharat / bharat

ବିରୋଧ ପରେ ବଦଳିଲା ନିଷ୍ପତ୍ତି, ସଂସଦରେ ପ୍ରଶ୍ନକାଳ ପାଇଁ 30 ମିନିଟ୍‌ର ଅନୁମତି

ସେପ୍ଟେମ୍ବର 14ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ କେବଳ 30 ମିନିଟର ପ୍ରଶ୍ନ ସମୟ ରହିବ । ଅଧିକ ପଢନ୍ତୁ...

ସଂସଦରେ 30 ମିନିଟର ପ୍ରଶ୍ନକାଳ ପାଇଁ ଅନୁମତି
ସଂସଦରେ 30 ମିନିଟର ପ୍ରଶ୍ନକାଳ ପାଇଁ ଅନୁମତି
author img

By

Published : Sep 4, 2020, 6:56 AM IST

ନୂଆଦିଲ୍ଲୀ: ବିରୋଧୀଙ୍କ କଡା ବିରୋଧ ପରେ ସଂସଦରେ ଆଗାମୀ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ପାଇଁ 30 ମିନିଟ ସମୟର ଅନୁମତି ମିଳିଛି । କୋରୋନା ସଂକ୍ରମଣ ପାଇଁ କେନ୍ଦ୍ର ସରକାର ସଂସଦର ଅଧିବେଶନରେ ପ୍ରଶ୍ନକାଳ ବାତିଲ କରିଥିଲେ । ତେବେ ଉଭୟ ସଦନରେ ପ୍ରଶ୍ନ ପଚାରିବା ପାଇଁ 1 ଘଣ୍ଟାର ସମୟ ଦିଆଯାଇଥାଏ ।

ପ୍ରଶ୍ନ ଘଣ୍ଟା କାଳ ବାତିଲକୁ ନେଇ ସରକାରଙ୍କ ଉପରେ ବିରୋଧୀ ତୀବ୍ର ବିରୋଧ କରିଥିଲେ । ଏହା ବିରୋଧୀଙ୍କ ସ୍ୱରକୁ ଦମନ କରିବାକୁ ଉଦ୍ୟମ ବୋଲି ଅଭିଯୋଗ ହୋଇଥିଲା। ମୁଖ୍ୟ ବିରୋଧୀ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଦାବି କରିଥିଲେ, ଯେ ପ୍ରଶ୍ନ କାଳକୁ ସ୍ଥଗିତ ରଖି ଗଣତନ୍ତ୍ରକୁ ହତ୍ୟା କରାଯିବା ସହ ସଂସଦୀୟ ପ୍ରକ୍ରିୟା ଶେଷ କରିବାକୁ ଚେଷ୍ଟା କରାଯାଉଛି। ସେ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ଦଳ ଏହାକୁ କଦାପି ଗ୍ରହଣ କରିବ ନାହିଁ। ସଂସଦ ଭିତରେ ଏବଂ ବାହାରେ ଆମେ ଏହାକୁ ଦୃଢ ବିରୋଧ କରାଯିବ । ବିରୋଧୀଙ୍କ ବିରୋଧ ପରେ ସରକାର ବର୍ତ୍ତମାନ ସଂସଦରେ ପ୍ରଶ୍ନ ଘଣ୍ଟା ପାଇଁ 30 ମିନିଟର ସମୟ ସ୍ଥିର କରିଛନ୍ତି।

ସେପଟେ, ସରକାର ବିରୋଧୀଙ୍କ ଅଭିଯୋଗରେ ଜବାବ ଦେଇ କହିଥିଲେ, ସଂସଦରେ ପ୍ରଥମ ଥର ପ୍ରଶ୍ନକାଳ ବାତିଲ ହୋଇନାହିଁ । 2004 ଏବଂ 2009 ରେ ମଧ୍ୟ ପ୍ରଶ୍ନକାଳ ନଥିଲା । ଏହା ବ୍ୟତୀତ 1991ରେ ଏବଂ ପୂର୍ବରୁ 1962, 1975 ଏବଂ 1976ରେ ପ୍ରଶ୍ନକାଳ ବାତିଲ ହୋଇଥିଲା । ରାଜ୍ୟସଭାର ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଶ୍ନର 60 ପ୍ରତିଶତ ସମୟ ବ୍ୟବହାର କରାଯାଇ ନାହିଁ ଏବଂ କେବଳ 40 ପ୍ରତିଶତ ସମୟ ବ୍ୟବହୃତ ହୋଇଛି।

ସୂଚନାଯୋଗ୍ୟ,କୋରୋନା ସଙ୍କଟ ମଧ୍ୟରେ ସେପ୍ଟେମ୍ବର 14ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ 1 ଅକ୍ଟୋବରରେ ଶେଷ ହେବ । 18 ଦିନର ଏହି ଅଧିବେଶନରେ କୌଣସି ଛୁଟି ରହିବ ନାହିଁ । କୋଭିଡକୁ ନଜରରେ ରଖି ସମସ୍ତ ପ୍ରକାରର ଗାଇଡଲାଇନ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.