ETV Bharat / bharat

ଆଇନ ଭାଙ୍ଗିଲା ଆଇନ ରକ୍ଷାକାରୀ, ଅଭିଯୁକ୍ତକୁ ଦେଲା ଅସହ୍ୟ ଦଣ୍ଡ

author img

By

Published : Apr 3, 2019, 4:35 PM IST

କାନପୁରସ୍ଥିତ ବୀଠୁର ଥାନାରେ ପୋଲିସର ଜଘନ୍ୟ କାଣ୍ଡ । ଅମାନବିକତାର ସମସ୍ତ ସୀମା ଟପିଲା ପୋଲିସ । ଅଭିଯୁକ୍ତ ଠାରୁ ସତ କାଢିବା ନେଇ ଗୁପ୍ତାଙ୍ଗରେ କରେଣ୍ଟ ।

ଫାଇଲ ଫଟୋ

କାନପୁର: ମଧ୍ୟପ୍ରଦେଶର ବୀଠୁର ଥାନାରେ ପୋଲିସ ବାବୁଙ୍କ ନାରକୀୟ କାଣ୍ଡ । ଜଣେ କଏଦୀକୁ ପଚରାଉଚରା ସମୟରେ ନିର୍ଦ୍ଧୁମ ମାଡ଼ ମରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଯେଉଁ ଘଟଣାରେ ଥାନାର ଏଏସଓଙ୍କୁ ସସପେଣ୍ଡ କରାଯାଇଛି ।

ସୂଚନାନୂଯାୟୀ, ହତ୍ୟା ମାମଲାରେ ସଜା କାଟୁଥିବା ଭିଡୈୟା ଗାଁର 2 ଜଣ ହତ୍ୟାକାରୀ ମୋନୁ ଓ ସୋନୁକୁ ମଙ୍ଗଳବାର ପୋଲିସ ପଚରାଉଚରା କରୁଥିଲା । ତେବେ ଅଭିଯୁକ୍ତ 2 ଜଣ ସତ କଥା ନକହିବାରୁ ଏଏସଓ ରାଗିଯାଇ ମୋନୁକୁ ନିର୍ଦ୍ଧୁମ ଛେଚି ଥିଲେ । ଏହାପରେ ତାକୁ ନିର୍ବସ୍ତ୍ର କରି ତାର ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି କରେଣ୍ଟ ଲଗାଇ ଦେଇଥିଲେ । ମୋନୁର ଅବସ୍ଥା ସାଂଘାତିକ ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଖବର ଅଭିଯୁକ୍ତ ମୋନୁ ଘରେ ପହଞ୍ଚିବା ପରେ ଥାନାକୁ ଯାଇ ପରିବାର ଲୋକେ ହଙ୍ଗାମା କରିଥିଲେ । ଘଟଣାର ଖବରପାଇ କଲ୍ୟାଣପୁର ଥାନା ସିଇଓ ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଅଭିଯୁକ୍ତ ଜଣଙ୍କ ନିଜ ଦେହରେ ନିଜେ ନିଆଁ ଲଗାଇଥିବା ଥାନାରେ ଉପସ୍ଥିତ ପୋଲିସ କର୍ମଚାରୀମାନେ କହିଥିବାବେଳେ ପୋଲିସ ଘଟାଇଥିବା ଅଭାବନୀୟ କାଣ୍ଡ କଥା ମୋନୁକୁ ପଚାରିବା ପରେ ସାମ୍ନାକୁ ଆସିଥିଲା । ଆଉ ସେ ଯଦି ସମସ୍ତ ଘଟଣା ମିଡିଆ ଆଗରେ କୁହେ ତେବେ ତାକୁ ଏନକାଉଣ୍ଟର କରାଯିବାର ଧମକ ମଧ୍ୟ ଦିଆଯାଇଥିଲା ।

ଏଭିଳି କାଣ୍ଡ ଘଟାଇଥିବା ଏଏସଓଙ୍କୁ ଏସଏସପି ଅନନ୍ତ ଦେବ ସସପେଣ୍ଡ କରିଥିବା ଜଣାପଡିଛି ।

Slug- ଖୋର୍ଦ୍ଧା କନ୍ତଳବାଇରେ ଗୁଳିମାଡ଼ : 2ଆହତ

Format- AVO

Place- khurda,2.4.19

Visual- WhatsApp

ଅଙ୍କର : ଖୋର୍ଦ୍ଧା ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳବାଇ ଗାଁରେ ଗୁଳିମାଡ଼ । ଏହି ଗୁଳିମାଡ଼ରେ ୨ଜଣ ଗୁରୁତର ଆହତ ହୋଇ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କନ୍ତଳବାଇ ଗ୍ରାମର ଶିବ ପରିଡ଼ା ନିଜ ଘରେ ଥିବା ସମୟରେ 20 ରୁ 25 ଜଣ ଯୁବକ ମଟର ସାଇକେଲରେ ଆସି ତାଙ୍କ ଘରେ ପଶି 4ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏଥିରେ ଶିବଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିବା ବେଳେ ତାଙ୍କ ଖୁଡିଙ୍କ ହାତରେ ଗୋଟିଏ ଗୁଳି ବାଜିଛି । ଖବରପାଇ ଟାଙ୍ଗି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜରିରଖିଥିବା ବେଳେ , ପରିସ୍ଥିତି ଉତ୍ତେଜନା ଦେଖି ଗୋଟିଏ ପ୍ଲାଟୁର୍ନ ଫୋର୍ସ ମୁତୟନ କରିଛି । ତେବେ କେଉଁମାନେ କେଉଁକରଣରୁ ଏହି ଗୁଳିମାଡ଼ କରିଛନ୍ତି ତାହା ଏବେବି ସ୍ପଷ୍ଟ ହୋଇନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ନ୍ୟୁଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.