ETV Bharat / bharat

ପଞ୍ଜାବରେ ବିଷାକ୍ତ ମଦ ପିଇ 45 ମୃତ, ଜିଲ୍ଲାପାଳସ୍ତରୀୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ - ପଞ୍ଜାବରେ ବିଶାକ୍ତ ମଦ ପିଇ 45 ମୃତ

ପଞ୍ଜାବର ଅମୃତସର, ବଟାଲା ଓ ତରନତାରାରେ ବିଷାକ୍ତ ମଦ ପିଇ 45 ଜଣଙ୍କର ମୃତ୍ୟୁ । ଘଟଣାରେ ଜିଲ୍ଲାପାଳସ୍ତରୀୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Punjab spurious liquor death toll rises to 45
ପଞ୍ଜାବରେ ବିଶାକ୍ତ ମଦ ପିଇ 45 ମୃତ, ଜିଲ୍ଲାପାଳ ସ୍ତରୀୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
author img

By

Published : Aug 1, 2020, 12:43 PM IST

ଚଣ୍ଡିଗଡ: ପଞ୍ଜାବର ଅମୃତସର, ବଟାଲା ଓ ତରନତାରାରେ ବିଷାକ୍ତ ମଦ ପିଇ 45 ଜଣଙ୍କ ମୃତ୍ୟୁ ହୋଇଛି । ବିଷାକ୍ତ ମଦ ତିଆରିରେ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହାସହ ଏଠାକାର ଥାନା ଏସଏଚଓଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିବା ଜଣାପଡିଛି । ଘଟଣାକୁ ନେଇ ଏସଆଇଟି ଟିମ ଗଠନ କରାଯିବା ସହ ଯାଞ୍ଚ ଜାରି ରହିଛି । ଅନ୍ୟପକ୍ଷେ ମାମଲାରେ ଜିଲ୍ଲାପାଳ ସ୍ତରୀୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ।

ଡିଜିପି ଦିନକର ଗୁପ୍ତାଙ୍କ କହିବା ଅନୁଯାୟୀ 29 ଜୁନ ରାତିରେ ଅମୃତସର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୁଛଲ ଓ ତଙ୍ଗ୍ରାରେ ପ୍ରଥମେ 5 ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ 30 ଜୁଲାଇ ସଂଧ୍ୟାରେ ଆଉ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏହାପରେ ବଟାଲା ଓ ତରନତାରାରେ ବାକି 38 ଜଣଙ୍କର ମୃତ୍ୟୁ ହୋଇଛି ।ଏହି ଘଟଣା ପରେ ରାଜସ୍ଥାନ ସରକାର ତତ୍ପରତା ଦେଖାଇଛନ୍ତି । ମାମଲାର ଜିଲ୍ଲାପାଳ ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟାକୁ ଜଲନ୍ଧର ଡିଭିଜନ କମିଶନରଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.