ETV Bharat / bharat

ଅଭିଭାବକଙ୍କୁ ପଞ୍ଜାବ ହାଇକୋର୍ଟଙ୍କ ଝଟକା

author img

By

Published : Jul 1, 2020, 2:47 PM IST

ପଞ୍ଜାବ-ହରିୟାଣା ହାଇକୋର୍ଟ ଅଭିଭାବକଙ୍କୁ ଏକ ବଡ ଝଟକା ଦେଇଛନ୍ତି। ପଞ୍ଜାବର ବେସରକାରୀ ବିଦ୍ୟାଳୟ ସପକ୍ଷରେ ଏକ ରାୟ ଦେଇ କୋର୍ଟ କହିଛନ୍ତି ଯେ, ସମସ୍ତ ସ୍କୁଲ ଟ୍ୟୁସନ ଫି, ବାର୍ଷିକ ଫି ଏବଂ ଆଡମିଶନ ଫି ଆଦାୟ କରିପାରିବେ ।

_court
ଅଭିଭାବକଙ୍କୁ ପଞ୍ଜାବ ହାଇକୋର୍ଟଙ୍କ ଝଟକା

ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ହାଇକୋର୍ଟ ଅଭିଭାବକଙ୍କୁ ଏକ ବଡ ଝଟକା ଦେଇଛନ୍ତି। ପଞ୍ଜାବର ବେସରକାରୀ ବିଦ୍ୟାଳୟ ସପକ୍ଷରେ ଏକ ରାୟ ଦେଇ କୋର୍ଟ କହିଛନ୍ତି ଯେ, ସମସ୍ତ ସ୍କୁଲ ଟ୍ୟୁସନ ଫି, ବାର୍ଷିକ ଫି ଏବଂ ଆଡମିଶନ ଫି ଆଦାୟ କରିପାରିବେ । କିନ୍ତୁ ଗତ ବର୍ଷ ଯେତିକି ଫି ଥିଲା ଏବର୍ଷ ମଧ୍ୟ ସେତିକି ଫି ନିଆଯିବା ଉଚିତ୍ । ଏହାକୁ ବୃଦ୍ଧି କରାଯିବା ଉଚିତ ନୁହେଁ। କୋର୍ଟର ଏହି ନିଷ୍ପତ୍ତି ପରେ ଅଭିଭାବକମାନେ ନିରାଶ ହୋଇଛନ୍ତି।

ଜଷ୍ଟିସ ନିର୍ମଜଳିତ କୌରଙ୍କ ଏକ ବେଞ୍ଚ ସ୍କୁଲ ସପକ୍ଷରେ ରାୟ ଦେଇ କହିଛି ଯେ, ଲକଡାଉନ ସମୟରେ କୌଣସି ସ୍କୁଲ ଅନଲାଇନ୍ କ୍ଲାସ୍ ଦେଇଛି କି ନାହିଁ । କିନ୍ତୁ ସମସ୍ତେ ସ୍କୁଲ ଫି ଆଦାୟ କରିପାରିବେ।

ଯଦି କୌଣସି ଅଭିଭାବକ ସ୍କୁଲ ଫି ଦେବାକୁ ଅସମର୍ଥ ତେବେ ସେମାନଙ୍କୁ ଫି ଛାଡ କରିବାକୁ କୋର୍ଟ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯଦି ସ୍କୁଲଗୁଡ଼ିକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସେମାନେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଲିଖିତ ଆକାରରେ କହିପାରିବେ ।

କୋର୍ଟ ଏହି ରାୟରେ କହିଛନ୍ତି ଯେ ସ୍କୁଲଗୁଡ଼ିକୁ ଶିକ୍ଷକମାନଙ୍କୁ ଦରମା ଏବଂ ଅନ୍ୟାନ୍ୟ ନିର୍ମାଣ ଖର୍ଚ୍ଚ ଦେବାକୁ ପଡେ । ତେଣୁ ସ୍କୁଲଗୁଡ଼ିକୁ ସାମାନ୍ୟ ଆରାମ ପ୍ରଦାନ କରାଯିବା ଉଚିତ୍ ।

ପ୍ରକାଶ ଥାଉକି, କୋରୋନା ଯୋଗୁଁ ଗତ 23 ମାର୍ଚ୍ଚରୁ ସମଗ୍ର ଦେଶରେ ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି । ଯଦିଓ ଏହି ସମୟରେ କେତେକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସ ଦେଇଥିଲେ । କିନ୍ତୁ ଅଭିଭାବକମାନେ କହିଥିଲେ ଯେ ଲକଡାଉନ ମଧ୍ୟରେ ସ୍କୁଲ ଫି ଛାଡ କରିବା ଉଚିତ୍ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.