ETV Bharat / bharat

ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ପଜିଟିଭ, ରାହୁଲଙ୍କ ରାଲିରେ ଥିଲେ ସାମିଲ - ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ

ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଦ୍ଧୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ସଙ୍ଗରୁରର ରାଲିରେ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ...

ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ପଜିଟିଭ, ରାହୁଲଙ୍କ ରାଲିରେ ଥିଲେ ଉପସ୍ଥିତ

author img

By

Published : Oct 6, 2020, 3:40 PM IST

ଚଣ୍ଡିଗଡ: ପଞ୍ଜାବର ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଦ୍ଧୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ମନ୍ତ୍ରୀ ସୋମବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ସଙ୍ଗରୁରର ରାଲିରେ ଉପସ୍ଥିତ ଥିଲେ । ସେ ସିଧାସଳଖ ରାହୁଲ ଓ କ୍ୟାପ୍ଟେନ ଅମରିନ୍ଦରଙ୍କ ସମ୍ପର୍କରେ ଆସିଛନ୍ତି ।

ମଙ୍ଗଳବାର ସକାଳେ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଦ୍ଧୁଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଇଥିବା କୁହାଯାଉଛି । ଜ୍ବର ଏବଂ ଶରୀରରେ ଯନ୍ତ୍ରଣା ହେଉଥିବାର ସେ ଅଭିଯୋଗ କରିଥିଲେ। ଏହାପରେ ସେ କୋଭିଡ ପରୀକ୍ଷା କରାଇଥିବା ବେଳେ ତାଙ୍କ ନମୁନା ପଜିଟିଭ ଆସିଛି ।

ଏହି ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଦ୍ଧୁଙ୍କ ସହ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ କୋରୋନା ପରୀକ୍ଷା ଶୀଘ୍ର କରାଇବାପାଇଁ ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଛନ୍ତି । ବଲବୀର ସିଦ୍ଧୁ ସୋମବାର ଦିନ ସଙ୍ଗରୁରରେ କ୍ଷେତି ବାଚାଓ ରାଲିରେ ଯୋଗ ଦେଇଥିଲେ, ଯେଉଁଥିରେ ସିଏମ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.