ଚଣ୍ଡୀଗଡ: ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ରୋକିବାକୁ ପଞ୍ଜାବ ସରକାର ପୁରୁଣା ତିନିଚକିଆ ଗାଡିର ବ୍ୟବହାରକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି 15 ବର୍ଷରୁ ଅଧିକ ହୋଇଥିବା ପୁରୁଣା ଗାଡିକୁ ବନ୍ଦ କରାଯିବ।
ଏନେଇ ପଞ୍ଜାବ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାୟୁ ପ୍ରଦୂଷଣ ରୋକିବାକୁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଟାଣ୍ଡରଷ୍ଟ ପଞ୍ଜାବ ମିଶନ ଆରମ୍ଭ କରାଯାଇଛି। ଏହି ମିଶନରେ 15 ବର୍ଷରୁ ଅଧିକ ସମୟ ବ୍ୟବହୃତ ହୋଇ ସାରିଥିବା ତିନିଚକିଆ ଯାନକୁ ବନ୍ଦ କରାଯିବ । ଏଥିରେ ଇଲେକ୍ଟ୍ରିକ ଓ ସିଏନଜି ଗାଡିକୁ ମଧ୍ୟ ଅନ୍ତର୍ଭୂକ୍ତ କରାଯିବ। ଏହି ପୁରୁଣା ଗାଡି ବଦଳାଯିବ।