ETV Bharat / bharat

ମଦ ହୋମ ଡେଲିଭରିକୁ ପଞ୍ଜାବ ସରକାରଙ୍କ ଗ୍ରୀନ ସିଗନାଲ - ମଦ ହୋମ ଡେଲିଭରୀ

ମେ 7ରୁ ଲୋକେ ଘରେ ବସି ନିଜ ପ୍ରିୟ ବ୍ରାଣ୍ଡର ମଦ ଅର୍ଡର କରିପାରିବେ। ମଦ ଦୋକାନମାନଙ୍କରେ ଭିଡକୁ କମ କରିବା ପାଇଁ ପଞ୍ଜାବ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

liquor home delivery
ମଦ ହୋମ ଡେଲିଭରୀକୁ ପଞ୍ଜାବ ସରକାରଙ୍କ ଗ୍ରୀନ ସିଗନାଲ
author img

By

Published : May 6, 2020, 12:10 PM IST

ଚଣ୍ଡିଗଡ: ମଦ ହୋମ ଡେଲିଭରିକୁ ପଞ୍ଜାବ ସରକାରଙ୍କ ଗ୍ରୀନ ସିଗନାଲ। ଗୁରୁବାର ଅର୍ଥାତ୍ ମେ 7ରୁ ଲୋକେ ଘରେ ବସି ନିଜ ପ୍ରିୟ ବ୍ରାଣ୍ଡର ମଦ ଅର୍ଡର କରିପାରିବେ । ତେବେ ମଦ ଦୋକାନମାନଙ୍କରେ ଭିଡକୁ କମ କରିବା ପାଇଁ ପଞ୍ଜାବ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ତେବେ ମଦ ହୋମ ଡେଲିଭରୀ ପାଇଁ ପଞ୍ଜାବ ସରକାର କିଛି ନିୟମ କରିଛନ୍ତି। ପଞ୍ଜାବରେ ଦୋକାନ ଦୋକାନ ମେ 7 ରୁ ସକାଳ 9 ଟାରୁ ଦିନ 1 ଟା ପର୍ଯ୍ୟନ୍ତ ଖୋଲିବ । ଏହି ସମୟରେ କୌଣସି ବ୍ୟକ୍ତି ମଦ ଅର୍ଡର ଦେଇପାରିବେ । ଏହାପରେ ଦିନ 1 ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମଦ ହୋମ ଡେଲିଭରି କରାଯିବ । ଏହି ଆଦେଶ ସହ ଜଡିତ ଫାଇଲକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଅନୁମତି ଦେଇଛନ୍ତି।ପଞ୍ଜାବ ସରକାର କେବଳ ମଦ ନୁହେଁ ଖାଦ୍ୟ, ପାନୀୟ ଏବଂ ରାସନ ମଧ୍ୟ ହୋମ ଡେଲିଭରି କରିବାକୁ ଅନୁମତି ଦେଇଛନ୍ତି । ଏହି ସାମଗ୍ରୀର ହୋମ ଡେଲିଭରି ଦିନ 1 ଟାରୁ ସନ୍ଧ୍ୟା 6 ଟା ମଧ୍ୟରେ କରାଯିବ ।

ପ୍ରକାଶ ଥାଉକି, ମଦ ଦୋକାନୀମାନେ ପଞ୍ଜାବ ସରକାରଙ୍କୁ ମଦ ହୋମ ଡେଲିଭରି ପାଇଁ ଅନୁମତି ମାଗିଥିଲେ । ଏଥିସହ ସରକାରଙ୍କୁ ଦିଆଯାଉଥିବା ଲାଇସେନ୍ସ ଫି କାଟିବାକୁ ଦାବି କରିଥିଲେ । ତେବେ ଗତ ସୋମବାର ଦିନ ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ମଦ ଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ସାମାଜିକ ଦୂରତାକୁ ପାଳନ କରିବା ଅସମ୍ଭବ ଥିଲା ।ତେବେ ମଦ ଦୋକାନ ଖୋଲିବାକୁ ପ୍ରଥମେ ପଞ୍ଜାବସରକାର କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଥିଲେ । ମଦ ଦୋକାନ ବନ୍ଦ ଥିବା ହେତୁ ପଞ୍ଜାବ ସରକାର ପ୍ରତି ମାସରେ 500 କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.