ବଟାଲା: ସାରା ଦେଶ ଏବେ କୋରୋନା ପଞ୍ଝାରେ ରହିଛି । ଦେଶର ଅନେକ ରାଜ୍ୟ ମାତ୍ରାଧିକ କୋରୋନା ପ୍ରଭାବିତ । ତନ୍ମଧ୍ୟରୁ ପଞ୍ଜାବ ଅନ୍ୟତମ । ଏପରିସ୍ଥଳେ ପଞ୍ଜାବର କୁଖ୍ୟାତ ଡ୍ରଗ୍ ଚୋରା ଚାଲାଣକାରୀ ଜଗଦୀପ ସିଂ ଓରଫ ଜଗ୍ଗୁ ଭଗବାନପୁରିଆ କୋରୋନା ସଂକ୍ରମିତ ରହିଛି । ଏହି ଘଟଣା ପରେ ଏବେ ପୋଲିସ ବିଭାଗରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନା ଯେ, ଜଗୁକୁ ପଟିଆଲା ଜେଲରେ ରଖାଯାଇଥିବା । ମାତ୍ର କିଛି ଦିନ ପୂର୍ବରୁ ବଟାଲା ପୋଲିସ ତାଙ୍କୁ ପ୍ରଡକ୍ସନ ୱାରେଣ୍ଟରେ ପଚରାଉଚରା କରିଥିଲା । ଜଗ୍ଗୁଙ୍କ ରିପୋର୍ଟ କୋରୋନା ପଜିଟିଭକୁ ଆସିବା ମାତ୍ରେ ଅନେକ ପୋଲିସ କର୍ମଚାରୀ ଏବଂ ପଚରାଉଚରା କରୁଥିବା କର୍ମଚାରୀମାନେ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛନ୍ତି ।
କୁଖ୍ୟାତ ପଞ୍ଜାବୀ ଗ୍ୟାଙ୍ଗଷ୍ଟର ତଥା ଡ୍ରଗ୍ ବେପାରୀ ଜଗୁକୁ ହେରୋଇନ ଚୋରା ଚାଲାଣ ଅଭିଯୋଗରେ ତରନ ତାରନ ପୋଲିସ ଗିରଫ କରିଥିଲା । ସେବେଠାରୁ ଜଗ୍ଗୁ ପଟିଆଲା ଜେଲରେ ରହିଥିଲେ । ଜଗ୍ଗୁ ଉପରେ ହତ୍ୟା, ଡକାୟତି, ଚୋରା ଚାଲାଣ ଭଳି 50 ରୁ ଅଧିକ ଅପରାଧିକ ମାମଲା ରହିଛି ।
@ IANS