ETV Bharat / bharat

ଶହୀଦ ସଲିମଙ୍କ ପରିବାରକୁ 50 ଲକ୍ଷ ସହାୟତା ଘୋଷଣା କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

author img

By

Published : Jun 28, 2020, 4:10 PM IST

ଶହୀଦ ଯବାନ ସଲିମ ଖାନଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ସହିତ 50 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ପଞ୍ଜାବ ସିଏମ୍ । ଜୁନ୍ 15ରେ ଲଦାଖର ଗଲୱାନ୍ ଭ୍ୟାଲିରେ ଚୀନ୍ ସୈନ୍ୟମାନଙ୍କ ସହିତ ମୁହାଁମୁହିଁରେ ଭାରତର 20ଜଣ ଯବାନ ସହିଦ ହୋଇଥିଲେ । ଅଧିକ ପଢନ୍ତୁ...

ଶହୀଦ ସଲିମଙ୍କ ପରିବାରକୁ ସରକାରୀ ଚାକିରି ସହ 50 ଲକ୍ଷ ଘୋଷଣା କଲେ ପଞ୍ଜାବ ସିଏମ୍

ଚଣ୍ଡିଗଡ଼: ଲଦାଖରେ ଶହୀଦ ଯବାନଙ୍କ ପରିବାରକୁ ସରକାରୀ ଚାକିରି ସହିତ 50 ଲକ୍ଷ ଟଙ୍କା ଘୋଷଣା କଲେ ପଞ୍ଜାବ ସିଏମ୍ । ଜୁନ୍ 15ରେ ଲଦାଖର ଗଲୱାନ୍ ଭ୍ୟାଲିରେ ଚୀନ୍ ସୈନ୍ୟମାନଙ୍କ ସହିତ ମୁହାଁମୁହିଁରେ ଭାରତର 20ଜଣ ଯବାନ ସହିଦ ହୋଇଥିଲେ । ତେବେ ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାର ଲଦାଖରେ ଶହୀଦ ହୋଇଥିବା ନାଏକ ସଲିମ ଖାନଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ସହିତ 50 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

ଭାରତ-ଚୀନ୍ ସୀମାରେ ଶହୀଦ ହୋଇଥିବା 24 ବର୍ଷୀୟ ପଟିଆଲା ଯୁବକଙ୍କ ସମ୍ପର୍କୀୟଙ୍କ ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସେମାନଙ୍କୁ ଯଥା ସମ୍ଭବ ସମସ୍ତ ସହାୟତା ଯୋଗାଇଦେବେ । ଶହୀଦ ଯବାନ ପଟିଆଲା ଜିଲ୍ଲାର ମର୍ଦାହେରୀ ଗାଁର ଥିଲେ । ତେବେ ଶହୀଦଙ୍କ ପରିବାରକୁ ସମବେଦନା ସହ ସାହାସୀ ଯୋଦ୍ଧାଙ୍କୁ ନମସ୍କାର କରୁଛି ବୋଲି ଅମରିନ୍ଦର ସିଂ ଟ୍ବିଟ କରି ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.