ମୁମ୍ବାଇ: ଦେଶରେ ସଡକ ଦୁର୍ଘଟଣା ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଲାଣି । ଏହାକୁ ନେଇ ପ୍ରଶାସନ ଠାରୁ ଯାତ୍ରୀ ସଭିଏଁ ଚିନ୍ତାରେ । ଦିନକୁ ଏହି ସମସ୍ୟା ବୃଦ୍ଧି ହେଉଛି ସିନା କମିବାର ନାଁ ଧରୁନି । ତେବେ ଏହାକୁ କିଛି ମାତ୍ରାରେ କମାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଜଣେ 71 ବର୍ଷର ବୃଦ୍ଧା ।
ମହାରାଷ୍ଟ୍ର ପୁନେର 71 ବର୍ଷିୟା ମହିଳା ନିର୍ମଳା ଗୋଖଲେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି । ନିକଟରେ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଟ୍ରାଫିକ ଆଣ୍ଟି ଏବଂ ଓଣ୍ଡର ଓମେନ ନାମରେ ଟ୍ବିଟରରେ ଖୁବ ପ୍ରଶଂସା ସାଉଁଟୁଛନ୍ତି ନିର୍ମାଳା ।
ନିର୍ମଳା ବିଶେଷ କରି ଫୁଟପାଥରେ ଚଳାଉଥିବା ବାଇକର୍ସଙ୍କୁ ଦେଉଛନ୍ତି ସତର୍କତାର ବାର୍ତ୍ତା । ଫୁଟପାଥକୁ ସର୍ଟକର୍ଟ ରାସ୍ତା ବନେଇବା ପରିବର୍ତ୍ତେ ସଠିକ ରାସ୍ତାରେ ଯିବାକୁ ବାଇକ ଚାଳକଙ୍କୁ ବୁଝାଉଛନ୍ତି । ତାଙ୍କ ଠାରୁ ପ୍ରେରିତ ହୋଇ ଆହୁରି କିଛି ବରିଷ୍ଠ ନାଗରିକ ମଧ୍ୟ ତାଙ୍କ ସହ ସାମିଲ ହୋଇଥିବା ଜଣାପଡିଛି ।