ETV Bharat / bharat

ପୁଲ୍‌ଓ୍ଵାମା ଶହୀଦଙ୍କ ପାଇଁ ୧୧୦ କୋଟି ଟଙ୍କା ଦାନ କରିବେ ନେତ୍ରହୀନ ବୈଜ୍ଞାନିକ

ଆଜନ୍ମ ଚକ୍ଷୁହୀନ ଏହି ବ୍ୟକ୍ତି ଏକକଳୀନ 110କୋଟି ଶହୀଦଙ୍କ ପରିବାରକୁ ଦାନ ପାଇଁ ଏକ ପ୍ରସ୍ତାବ ସରକାରଙ୍କୁ ଦେଇଛନ୍ତି । ସେ ହେଲେ ରାଜସ୍ଥାନ ଅନ୍ତର୍ଗତ କୋଟାର ମୂଳ ବାସିନ୍ଦା ୪୪ ବର୍ଷିୟ ମୁର୍ତାଜ୍‌ ଏ. ହମିଦ୍‌ । ଜାତୀୟ ରିଲିଫ୍‌ ପାଣ୍ଠିକୁ ସେ ଏହି ସହାୟତା ରାଶି ପ୍ରଦାନ କରିବା ପାଇଁ କହିଛନ୍ତି ।

author img

By

Published : Mar 4, 2019, 3:38 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କୋଟା: ପୁଲୱାମା ଶହୀଦଙ୍କ ପରିବାରର ଯେଉଁ କ୍ଷତି ହୋଇଛି ତାହା ଅପୂରଣୀୟ । ଯାହାର ଭରଣା କରିବା ପାଇଁ କେହି ସକ୍ଷମ ହେବେ ନାହିଁ । କିଛି ମାତ୍ରାରେ ସାହା ହେବା ପାଇଁ ସବୁ ଆଡୁ ଶହୀଦଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରାଯାଉଛି । ମାତ୍ର ଏମିତି ଜଣେ ବ୍ୟକ୍ତି ତାଙ୍କ ଆଗରେ ନେତା, ଅଭିନେତା, ସରକାର ମଧ୍ୟ ହାର ମାନି ଯାଇଛନ୍ତି । ଆଜନ୍ମ ଚକ୍ଷୁହୀନ ଏହି ବ୍ୟକ୍ତି ଏକକଳୀନ 110କୋଟି ଶହୀଦଙ୍କ ପରିବାରକୁ ଦାନ ପାଇଁ ଏକ ପ୍ରସ୍ତାବ ସରକାରଙ୍କୁ ଦେଇଛନ୍ତି । ସେ ହେଲେ ରାଜସ୍ଥାନ ଅନ୍ତର୍ଗତ କୋଟାର ମୂଳ ବାସିନ୍ଦା ୪୪ ବର୍ଷିୟ ମୁର୍ତାଜ୍‌ ଏ. ହମିଦ୍‌ । ଜାତୀୟ ରିଲିଫ୍‌ ପାଣ୍ଠିକୁ ସେ ଏହି ସହାୟତା ରାଶି ପ୍ରଦାନ କରିବା ପାଇଁ କହିଛନ୍ତି ।

ଏହି କାମକୁ ଜଲଦି ସମୂର୍ଣ୍ଣ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ 25 ଫେବୃୟାରୀ ଇ-ମେଲ୍‌ କରିଥିବା କହିଛନ୍ତି । ଏହାସହ ମାର୍ଚ୍ଚ 1ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାର୍ତ୍ତାଳାପ ସହ ଏ ସଂକ୍ରାନ୍ତରେ ସାକ୍ଷାତ କରିବାକୁ ପାଇଁ ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି । ଆଜନ୍ମ ଚକ୍ଷୁହୀନ ହମିଦ କୋଟାସ୍ଥିତ ସରକାରୀ ବାଣିଜ୍ୟ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ।

ଏହି ମାମଲାରେ ଜାତୀୟ ରିଲିଫ୍‌ ପାଣ୍ଠିର ସଚିବ ଅଗ୍ନି କୁମାର ଦାସ ଅଲିଙ୍କୁ ନିଜର ସମସ୍ତ ଫ୍ରୋଫାଇଲ ସମେତ ଜରୁରୀ କାଗଜ ପତ୍ର, ପାନ କାର୍ଡ ଓ ଦାନ କରିବା ରାଶିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ସମସ୍ତ ପ୍ରକ୍ରିୟା ସରିଲେ ସେ ପ୍ରଧାନମନ୍ତ୍ରୀଙ୍କୁ 110କୋଟିର ଚେକ୍‌ ସ୍ବହସ୍ତରେ ପ୍ରଦାନ କରିବେ ବୋଲି କହିଛନ୍ତି ।

undefined

କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କଳିଙ୍ଗ ସମ୍ମାନପ୍ରଦାନ,2015,16,17,18,2019 ବର୍ଷ ପାଇଁ ସମ୍ମାନ ପ୍ରଦନ କରାଯାଇଛି ।,2015 ପାଇଁ ସାଇଣ୍ଟିସ ପ୍ରଫୁଲ୍ଲ କୁମାର ଜେନା। ,2016 ପାଇଁ ଡାକ୍ତର ଦ୍ଵିଜେଶ କୁମାର ପଣ୍ଡା ।,2017 ପାଇଁ ଡାକ୍ତର ଜ୍ଞାନଦେଵ ମହାରଣା। ,2018 ପାଇଁ ଡାକ୍ତର ବିରେନ୍ଦ୍ର କିଶୋର ଦାସ,2019 ପାଇଁ ପ୍ରଫେସର ଡାକ୍ତର ନିମାଇଁ ଚରଣ ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି। ,ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସମ୍ମାନିତ କରିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.