ନୂଆଦିଲ୍ଲୀ: ଜାତୀୟ ତଦନ୍ତକରୀ ସଂସ୍ଥା (ଏନଆଇଏ)କୁ ଶୁକ୍ରବାର ମିଳଛି ବଡ ଧରଣର ସଫଳତା । ପୁଲୱାମା ଆକ୍ରମଣ ମାମଲାରେ ଏନଆଇଏ ଜଣେ ଜୈଶ-ଏ-ମହମ୍ମଦ(ଜେଇଏମ)ର ଓଭର ଗ୍ରାଉଣ୍ଡ ୱାର୍କର (ଓଜିଡବ୍ଲୁ) ଶାକିର ବଶିର ମ୍ୟାଗ୍ରେଙ୍କୁ ଗିରଫ କରିଛି । ପୁଲୱାମା ଆତ୍ମଘାତୀ ବିସ୍ଫୋରଣ କରିଥିବା ଆଦିଲ ଅହମ୍ମଦ ଦାରଙ୍କୁ ଆଶ୍ରୟ, ବିସ୍ଫୋରଣରେ ବ୍ୟବହୃତ ସାମଗ୍ରୀ ଓ ସହାୟତା ପ୍ରଦାନ କରିଥିବା ସୂଚନା ଦେଇଛି ଏନଆଇଏ ।
ଶାକିର ବଶିର ମ୍ୟାଗ୍ରେ(22) ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲା ଅନ୍ତର୍ଗତ ହାଜିବୁଲ୍ଲା, କାକାପୋରା ଅଞ୍ଚଳରେ ବୋଲି ଜଣାଯାଇଛି । ଏହାସହ ସେ ଜୈଶର ଜଣେ ସହାୟକ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି । ପୁଲୱାମା ବିସ୍ଫୋରଣକାରୀ ଆଦିଲ ଅହମ୍ମଦ ଦାରକୁ ରହିବା ପାଇଁ ବାସସ୍ଥାନ ଓ ବିସ୍ଫୋରଣରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଦେଇଥିବା ଏନଆଇଏ ସୂଚନା ଦେଇଛି । ଶୁକ୍ରବାର ଏନଆଇର ସ୍ବତନ୍ତ୍ର କୋର୍ଟରେ ତାକୁ ହାଜର କରାଯିବ ।
ଏଠାରେ ସୂଚନା ଯୋଗ୍ୟ ଯେ, ପୁଲୱାମା ଆକ୍ରମଣ ୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିଲା । ସିଆରପିଏଫ୍ ଯବାନଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ପ୍ରତିରକ୍ଷା ବାହିନୀ ଗାଡ଼ି ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ 40 ଜଣ ଯବାନ ଶହୀଦ ହୋଇଥିଲେ ।