ପୁଡୁଚେରୀ: ଲକଡାଉନ ଅବଧି ବୃଦ୍ଧି ପାଇଁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିବେ । ଏନେଇ ସେ ଚିଠି ଲେଖିବେ ବୋଲି ତାଙ୍କ କାର୍ଯ୍ୟାଳୟରୁ ଜଣାପଡିଛି । ସାରା ବିଶ୍ବରେ ମହାମାରୀ କୋରୋନାର କାୟା ବିସ୍ତାରକୁ ଦେଖି ଲକଡାଉନକୁ ବୃଦ୍ଧି ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକଡାଉନ ଅବଧି ବୃଦ୍ଧି ପାଇଁ ଚିଠି ଲେଖିବି । ଏହି ମହାମାରୀରେ ରକ୍ଷା ପାଇବା ପାଇଁ ହେଲେ ଲୋକଙ୍କୁ ଆଇସୋଲେସନ ବା ସଙ୍ଗରୋଧରେ ରହିବା ହିଁ ଏକମାତ୍ର ଉପାୟ ବୋଲି କହିଛନ୍ତ । ଏହି ଭାଇରସର ପ୍ରଚାର ପ୍ରସାରକୁ ରୋକିବା ପାଇଁ କେବଳ ଲକଡାଉନ ହିଁ ପ୍ରଜୁଯ୍ୟ ବୋଲି କହିଛନ୍ତି । ମହାମାରୀ କୋରୋନାକୁ ନେଇ ସାରା ଭାରତକୁ ଗତ 24 ତାରିଖରୁ 21 ଦିନିଆ ଲକଡାଉନ ଘୋଷଣା କରାଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ 5 ଜଣ କୋରୋନା ପଜେଟିଭି ଭାବରେ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ସୁସ୍ଥ ହୋଇଛନ୍ତି । ସାରା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5194 ହୋଇଥିଲା ବେଳେ 149 ଜଣ ମୃତ୍ୟୁବରଣ କରିଛନ୍ତି ।